ଭାରତ ଗ୍ରସ୍ତରେ ଆସୁଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ
ନୂଆଦିଲ୍ଲୀ :- ଫେବୃଆରୀ ୨୪ରୁ ୨୬ ତାରିଖ ତିନି ଦିନ ପାଇଁ ଭାରତ ଗସ୍ତରେ ଆସିବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଏହି ଗସ୍ତ କାଳରେ ଭାରତ-ଆମେରିକା ମଧ୍ୟରେ ୭୧,୨୦୦କୋଟି ଡଲାରର ବାଣିଜ୍ୟିକ ବୁଝାମଣା ସ୍ବାକ୍ଷର ହେବ। ଏହା ସହିତ ହଷ୍ଟନର ‘ହାୱଡି ମୋଦୀ ‘ ଭଳି ଗୁଜରାଟ ଅହମଦାବାଦର ମୋଟେରା ଷ୍ଟ୍ରାଡିୟମରେ ନରେନ୍ଦ୍ର ମୋଦୀଙ୍କ ସହିତ ଟ୍ରମ୍ପ ଏକ ସମାବେଶରେ ଉଦ୍ବୋଧନ ଦେବେ। କାଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥତା ପାଇଁ ଟ୍ରମ୍ପ ବାରମ୍ବାର ପ୍ରସ୍ତାବ ଦେଇ ଆସୁଥିବାବେଳେ ତାଙ୍କର ଏହି ଗସ୍ତ କାଳରେ ଏ ବାବଦରେ କିଛି ବି ଆଲୋଚନା ହେବ ନାହିଁ। ତେବେ ଟ୍ରମ୍ପଙ୍କ ଏହି ଗସ୍ତ ସମ୍ପର୍କରେ ସରକାରୀ ଭାବେ କିଛି ଘୋଷଣା କରାଯାଇ ନାହିଁ। ଆମେରିକା ସିନେଟ୍ରେ ଟ୍ରମ୍ପ ମହାଭିଯୋଗ ପ୍ରକ୍ରିୟାର ସମ୍ମୁଖୀନ ହେଉଥିବାବେଳେ ନଭେମ୍ବରରେ ରାଷ୍ଟ୍ରପତି ନିର୍ବାଚନ ହେବେ। ତେଣୁ ଏପରି ଗୁରୁତ୍ବପୂର୍ଣ୍ଣ ସମୟରେ ଟ୍ରମ୍ପଙ୍କ ଭାରତ ଗସ୍ତ ଗୁରୁତ୍ବପୂର୍ଣ୍ଣ ମନେ ହୁଏ ।


