ଭାରତ ବନ୍ଦ ପାଇଁ ସହରରେ ବୁଲିଲା ମଶାଲ ଶୋଭାଯାତ୍ରା

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : ସଂଯୁକ୍ତ କିଷାନ ମୋର୍ଚ୍ଚା ଆହ୍ୱାନରେ ଆସନ୍ତାକାଲି ଭାରତ ବନ୍ଦ ପାଇଁ କୃଷକ, ଶ୍ରମିକ, ଯୁବ, ଛାତ୍ର, ମହିଳା, ଶିକ୍ଷକ, ବୀମା, ବ୍ୟାଙ୍କ କର୍ମଚାରୀ ସଂଗଠନ ଓ ବିଭିନ୍ନ ବିରୋଧୀ ରାଜନୈତିକ ଦଳ ପକ୍ଷରୁ ମିଳିତ ଭାବେ ରବିବାର ସନ୍ଧ୍ୟାରେ କେନ୍ଦ୍ରାପଡା ସହରରେ ଏକ ମଶାଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ସହରର ତିନିମୁହାଣି ଠାରୁ ମୁଖ୍ୟ ରାସ୍ତା ଦେଇ ସାନ୍ତସାହି ପର୍ଯ୍ୟନ୍ତ ଏହି ଶୋଭାଯାତ୍ରା ପରିକ୍ରମା କରିବା ସହିତ ବିଭିନ୍ନ ସ୍ଥାନରେ ପଥପ୍ରାନ୍ତ ସଭା ଅନୁଷ୍ଠିତ ହୋଇଥିଲା । ଏହି ମଶାଲ ଶୋଭାଯାତ୍ରାର ସିପିଆଇ(ଏମ)ର ଜିଲ୍ଲା ସମ୍ପାଦକ ଗୟାଧର ଧଳ, କଂଗ୍ରେସର ବରିଷ୍ଠ ନେତା ପ୍ରଫୁଲ୍ଲ କୁମାର ଦାସ, ସିପିଆଇ ଜିଲ୍ଲା ସମ୍ପାଦକ ରମଣୀରଞ୍ଜନ ରାଉତରାୟ, ସିପିଆଇ(ଏମଏଲ) ନେତା ସଞ୍ଜୀବ ରାଉତ, ଏସୟୁସିଆଇର ଜିଲ୍ଲା ସମ୍ପାଦିକା ଏଲୀନା ସାମନ୍ତରାୟ, କେନ୍ଦ୍ରାପଡା ବିକାଶ ସାମ୍ମୁଖ୍ୟ ସମ୍ପାଦକ ଅଧ୍ୟାପକ ଅଜୟ ସାମଲ, ନଗର କଂଗ୍ରେସ ସଭାପତି ରାଜେଶ ମହାନ୍ତି, ଆଇ.ଏନ.ଟି.ୟୁ.ସି. ସଭାପତି ମୁକ୍ତାର ଖାଁ, ଏ.ଆଇ.ଟି.ୟୁ.ସି.ର ଜିଲ୍ଲା ସଭାପତି ବାବାଜୀ ଧଳ, ସି.ଆଇ.ଟି.ୟୁ.ସି.ର ଜିଲ୍ଲା ସମ୍ପାଦକ ଜଗତଜୀବନ ଦାଶ, ଏ.ଆଇ.କେ.ଏସ. ନେତା ଆଦିକନ୍ଦ ରାଉଳ, ଚିତ୍ରସେନ ପରିଡା, କିଷାନ କଂଗ୍ରେସ ସଭାପତି ନାରାୟଣ ପରିଡା, ଚାଷୀ ମୂଲିଆ ସଙ୍ଘ ସଭାପତି ଫକିର ଚରଣ ଖଟୁଆ, ମୀର ମୁର୍ଶିଦ, ସମ୍ବିତ ଶ୍ରୀଚନ୍ଦନ, ପରଭେଜ ଅକ୍ତର, ସେକ ଅମୀର ଅହେମ୍ମଦ, ଓଡିଶା କୃଷକ ସଭାର ଜିଲ୍ଲା ନେତା ମାଧବ ଦାସ, ବୀମା କର୍ମଚାରୀ ନେତା ଅମୀୟ ନାୟକ ପ୍ରମୁଖ ନେତୃତ୍ୱ ନେବା ସହ ଆସନ୍ତା କାଲି ଭାରତ ବନ୍ଦ ପାଇଁ ସହରବାସୀଙ୍କୁ ନିବେଦନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ