ଭାରତ ର ହାଇପ୍ରୋଫାଇଲ ସେଲିବ୍ରିଟି ହେଲେ ଖିଲାଡି ଷ୍ଟାର
ବଲିଉଡ ର ଖିଲାଡି ଷ୍ଟାର ଅକ୍ଷୟ କୁମାର ସବୁଠାରୁ ଅଧିକ ଆୟ କରୁଥିବା ଟପଟେନ କଳାକାର ଙ୍କ ତାଲିକାରେ ସ୍ଥାନ ମିଳିଛି । ଏହି ଜଣେ ଅଭିନେତା ଙ୍କୁ ଫୋବର୍ସ ପକ୍ଷରୁ ଏହା ଘୋଷଣା କରାଯାଇଥିଲା । ସେ ଏହି ତାଲିକାରେ ଚତୁର୍ଥ ସ୍ଥାନରେ ରହିଛନ୍ତି। ୨୦୧୮ ଜୁନରୁ ୨୦୧୯ ଜୁନ୍ ମାସ ମଧ୍ୟରେ ଅକ୍ଷୟ କୁମାର ୬୮ ମିଲିଅନ୍ ଡଲାର ଆୟ କରିଛନ୍ତି। ଏହାର ଭାରତୀୟ ମୂଲ୍ୟ ହେଲା ୪୮୬ କୋଟି ଟଙ୍କା । ସୂଚନା ଥାଉ କି ଅଭିନେତା ଅକ୍ଷୟ କୁମାରଙ୍କ ଅଭିନୀତ ନୂଆ ଫିଲ୍ମ ‘ମିଶନ ମଙ୍ଗଲ୍’ ବକ୍ସ ଅଫିସରେ ଧମାଲ କରୁଛି।ଏହା ଇତିମଧ୍ୟରେ ୧୨୦ କୋଟି ଟଙ୍କା ଆୟ କରିସାରିଲାଣି। ସଂପ୍ରତି ଅକ୍ଷୟ କୁମାର ତାଙ୍କ ଅଭିନୀତ ଫିଲ୍ମ ‘ସୂର୍ଯ୍ୟବଂଶୀ’ଏବଂ’ବଚ୍ଚନ ପାଣ୍ଡେ’ର ସୁଟିଂ ମଧ୍ୟ କରୁଛନ୍ତି ।