ବିପଦରେ ଚିିଲିକା
ଚିଲିକା ପାଇଁ ମହା ବିପଦ ସାଜିଛି ମାଲେସିଆ ଜାହାଜ । ଅଗଷ୍ଟ ୭ ତାରିଖରୁ ଚିଲିକା ନିଟକ ସମୁଦ୍ରରେ ଦିଗ ଭୁଲିଯିବା ମାଲେସିଆର ଜିନ୍ ହକ ଜାହାଜଟି ଚିଲିକାରେ ଲାଗିଛି । ଅଟକି ରହିଥିବା ଜାହାଜରୁ ତେଲ ନିର୍ଗତ ହେବା ନେଇ ଆଶଙ୍କା କରାଯାଉଛି । କାର୍ଗୋ ସିପରୁ ତେଲ ନିର୍ଗତ ହେବା ନେଇ ସରକାରଙ୍କୁ ସୂଚନା ଦେଲେ କୋଷ୍ଟଗାର୍ଡ । ଯଦି ତେଲ ଲିକ ନେଇ କୌଣସି ପଦକ୍ଷେପ ନିଆନଯାଏ ତେବେ ଏହା ଚିଲିକା ପ୍ରତି ଭୟଙ୍କର ବିପଦ ଆଣିବ । ବିଶେଷ କରି ଜାହାଜରେ ଥିବା ୩୩ ହଜାର ଲିଟର ତେଲ ଲିକ ହେବାର ସମ୍ଭାବନା ଥିବାରୁ ଏହାକୁ ନେଇ ବଢିଯାଇଛି ଚିନ୍ତା । ପରିବେଶବିତ ବି ଏ ନେଇ ଚିନ୍ତା ପ୍ରକଟ କରିଛନ୍ତି । ପରିବେଶବିତ ରଞ୍ଜନ ପଣ୍ଡା କହିଛନ୍ତି, ଜୈବ ବିବିଧତା ଉପରେ ଏହାର କୁପ୍ରଭାବ ପଡିବ । ମାଛ ଉତ୍ପାଦନ ପ୍ରଭାବିତ ହେବା ସହ ଚିଲିକା ଉପରେ ପ୍ରଭାବ ପଡିବ ।


