‘ଭାରତ’ ସମ୍ପର୍କରେ କେତେକ ଜାଣିବା କଥା
ବିଶ୍ୱରେ ସବୁଠାରୁ ପୁରୁଣା ସଭ୍ୟତାର ଏକ ଜଣାଶୁଣା ଦେଶ ହେଉଛି ଭାରତ । ଯେଉଁଠି ଅନେକ ଧର୍ମ, ସଭ୍ୟତା, ପରମ୍ପରାର ଲୋକେ ଏକାଠି ବସବାସ କରିଛନ୍ତି । ଏଠାରେ ଲୋକମାନେ ନିଜ ଧର୍ମ ଓ ଇଚ୍ଛା ଅନୁସାରେ ପାଖାପାଖି ୧୬୫୦ ଭାଷାର ବ୍ୟବହାର କରନ୍ତି । ସଂସ୍କୃତି, ପରମ୍ପରା, ଧର୍ମ ଓ ଭାଷା ଅଲଗା ହେଲେ ମଧ୍ୟ ଲୋକମାନେ ଏଠାରେ ଜଣେ ଅନ୍ୟ ଜଣଙ୍କ ସମ୍ମାନ କରନ୍ତି । ପ୍ରାଚୀନ କାଳରୁ ଆମେ ଆମ ଦେଶକୁ ଭାରତ ନାମରେ ଜାଣିଛେ ଆମ ଦେଶ ନାମ ଭାରତ କେମିତି ହେଲା ଏହା ପଛରେ ଇତିହାସକାରୀଙ୍କ ନିଜର ଅଲଗା ଅଲଗା ବିଚାର ରହିଛି । ଆସନ୍ତୁ ଜାଣିବା ଆମ ଦେଶର ନାମ ଭାରତ କାହିଁକି ହେଲା ।ଭାରତର ଭୌଗୋଳିକ ଇତିହାସ ଅନୁସାରେ ଋକବେଦର ସାତ ନମ୍ବର ପୁସ୍ତକର ୧୮ତମ ଶ୍ଳୋକରେ ଦଶ ରାଜାଙ୍କ ଯୁଦ୍ଧ ବିଷୟରେ ବର୍ଣ୍ଣନା କରାଯାଇଛି । ଏହି ଯୁଦ୍ଧ ୧୦ ରାଜାଙ୍କର ମହାସଂଘ ଓ ଭରତ ଜନଜାତି ରାଜବଂଶର ରାଜା ସୁଦାସଙ୍କ ମଧ୍ୟରେ ଲଢ଼ା ଯାଇଥିଲା । ଏହି ଯୁଦ୍ଧରେ ରାଜା ସୁଦାସ ଦଶ ବିଜୟ ଲାଭ କରିଥିଲେ । ସେ ଭରତ ଜନଜାତିର ହୋଇଥିବାରୁ ଭାରତ ବର୍ଷର ଏପରି ନାମକରଣ କରାଯାଇଥିଲା ।ମହାଭାରତ ଓ ଭରତ ଚକ୍ରବର୍ତ୍ତୀଙ୍କ ଅନୁସାରେ: ମହାଭାରତ ଅନୁସାରେ ଭାରତବର୍ଷର ନାମ ରାଜା ଭରତ ଚର୍କବର୍ତ୍ତୀଙ୍କ ନାମରେ ଦିଆଯାଇଛି । ରାଜା ଭରତ, ଭରତ ରାଜବଂଶର ସଂସ୍ଥାପକ ଓ କୌରବ ଓ ପାଣ୍ଡବଙ୍କର ପୂର୍ବଜ । ସେ ହସ୍ତୀନାପୁରର ରାଜା ଦୁଷ୍ମନ୍ତ ଓ ରାଣୀ ସକୁନ୍ତଳାଙ୍କ ପୁଅ । ଭରତ ପୁରା ଭାରତ ସାମ୍ରାଜ୍ୟକୁ ଏକାଠି ସଂଗଠିତ କରି ଏକ ସାମ୍ରାଜ୍ୟ ଗଠନ କରିଥିବାରୁ ଆମ ଦେଶର ନାମ ଭାରତ ରଖାଯାଇଛି ।ଜୈନ୍ୟ ଧର୍ମ ଅନୁସାରେ: ଇଣ୍ଡିଆର ପ୍ରକୃତ ନାମ ଭାରତ ଯାହା ସମ୍ରାଟ ଭରତ ଚକ୍ରବର୍ତ୍ତୀଙ୍କ ନାମ ଅନୁସାରେ ରଖାଯାଇଥିଲା ଯିଏ କି ଜୈନ ଧର୍ମର ପ୍ରଥମ ତୀର୍ଥକରଙ୍କର ସବୁଠାରୁ ବଡ଼ପୁଅ । ଏହି କାରଣରୁ ଭାରତର ପ୍ରକୃତ ନାମ ଜୈନ୍ୟ ଧର୍ମ ଅନୁସାରେ ହୋଇଛି ବୋଲି ମଧ୍ୟ କୁହାଯାଏ ।ବିଷ୍ଣୁ ପୁରାଣ ଅନୁସାରେ : ଇଣ୍ଡିଆକୁ ଭାରତ ବର୍ଷ ସେହି ସମୟରୁ କୁହାଯାଏ ଯେବେ ଭରତଙ୍କ ପିତା ପୁରା ରାଜପାଟ ନିଜର ପୁତ୍ରକୁ ଦେଇ ନିଜେ ସନ୍ନ୍ୟାସୀ ହୋଇ ଜଙ୍ଗଲ ଚାଲିଗଲେ ।