ଭାରପ୍ରାପ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶୁଭଲକ୍ଷ୍ମୀ ନାୟକ ନିଲମ୍ବିତ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡାର ଭାରପ୍ରାପ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶୁଭଲକ୍ଷ୍ମୀ ନାୟକଙ୍କୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଶୁକ୍ରବାର ନିଲମ୍ବିତ କରାଯାଇଥିବା ଜଣାପଡିଛି । ସୂଚନା ଅନୁଯାୟୀ ଓଡିଶା ଉଚ୍ଚ ନ୍ୟାୟାଳୟରେ ଦାୟର ହୋଇଥିବା ଏକ ନୂତନ ଜି.ଆଇ.ଏ. ସମ୍ପର୍କିତ ମାମଲାରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିର୍ଦେଶକ ଏବଂ କେନ୍ଦ୍ରାପଡା ଜିଲ୍ଲା ଶିକ୍ଷା ଅଧିକାରୀ ପକ୍ଷଭୁକ୍ତ ଥିଲେ । ସେହି ମାମଲାରେ କେନ୍ଦ୍ରାପଡାର ଭାରପ୍ରାପ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶୁଭଲକ୍ଷ୍ମୀ ନାୟକ ବିଭାଗୀୟ ନିର୍ଦେଶକଙ୍କୁ ନଜଣାଇ ଜବାବ ଦାଖଲ କରିଦେଲେ । ଫଳରେ ଏହି ଘଟଣାକୁ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ବିଶେଷ ସମସ୍ୟାର ସମ୍ମୁଖୀନ ହୋଇଥିବାରୁ ଭାରପ୍ରାପ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶୁଭଲକ୍ଷ୍ମୀ ନାୟକଙ୍କ ବିରୋଧରେ ପୂର୍ବରୁ ବିଭାଗୀୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ(ଡିପାର୍ଟମେଣ୍ଟାଲ ଡିସପ୍ଲିନାରୀ ପ୍ରୋସିଡିଙ୍ଗ) ଆରମ୍ଭ କରାଯାଇଥିଲା । ଶୁକ୍ରବାର ସ୍କୁଲ ଓ ଗଣଶିକ୍ଷା ବିଭାଗର ଶାସନ ସଚିବ ନିର୍ଦେଶନାମା ନମ୍ବର- ୩୧୫୬ ତା ୧୬.୦୨.୨୦୨୪ରିଖରେ ତାଙ୍କୁ ନିଲମ୍ବନ ଆଦେଶ ଦେଇଥିଲେ । ଏଥିସହିତ ଏବେ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟରେ ତାଙ୍କର ମୁଖ୍ୟାଳୟ ସ୍ଥିର କରାଯାଇଛି । ଏହାବ୍ୟତିତ କେନ୍ଦ୍ରାପଡାର ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ସୁରମା ମହାପାତ୍ରଙ୍କୁ ଦାୟୀତ୍ୱ ହସ୍ତାନ୍ତର ନିମନ୍ତେ ନିର୍ଦେଶ ଥରବାରୁ ଶୁଭଲକ୍ଷ୍ମୀ ନାୟକ ଆଜି ଶ୍ରୀମତୀ ମହାପାତ୍ରଙ୍କୁ ଦାୟୀତ୍ୱ ହସ୍ତାନ୍ତର କରିଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ