ଭାରସାମ୍ୟ ହରାଇ ଓଲଟିଲା କ୍ୟାମ୍ପର
ଯୋଡ଼ା(ଯୁଗାଦ୍ଦନ୍ୟୁଜ) କେନ୍ଦୁଝର ଜିଲ୍ଲା .ଯୋଡା ସହରର ବ୍ୟାଙ୍କ ଅଫ୍ ଇଣ୍ଡିଆ ନିକଟ ରାସ୍ତାରେ ଏକ କ୍ୟାମ୍ପର ଭାରସାମ୍ୟ ହରାଇ ଓଲଟି ପଡିବାରୁ ରାସ୍ତା କଡରେ ଥିବା ତେଜରାତି ଦୋକାନୀ ଅଳ୍ପକେ ବର୍ତିଯାଇଥିବା ଜଣାପଡିଛି । ଖବର ନେବାରୁ ଜଣାପଡିଛି ଯେ, ଶନିବାର ପୂର୍ବାହ୍ନ ୧୧ଟା ସମୟରେ ଯୋଡାରୁ ଜୁରୁଡି ଅଭିମୁଖେ ଯାଉଥିବା ଏକ କ୍ୟାମ୍ପର ନଂ ଓଡି ୦୯ ସି ୪୫୨୨ ଉକ୍ତ ବ୍ୟାଙ୍କ ଅଫ ଇଣ୍ଡିଆ ନିକଟରେ ଭାରସାମ୍ୟ ହରାଇ ରାସ୍ତା କଡରେ ଥିବା ତେଜରାତୀ ଦୋକାନୀ ବାବୁନୀ ସେଠୀଙ୍କ ଦୋକାନ କୁ ଲାଗି ଓଲଟି ପଡିଥିଲା । ଫଳରେ ତେଜରାତୀ ଦୋକାନୀ ବାବୁନୀ ସେଠୀ ଅଳ୍ପକେ ବର୍ତିଯାଇଥିଲେ । କ୍ୟାମ୍ପରର ଡ୍ରାଇଭର ଓ ହେଲପର ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ସ୍ଥାନୀୟ ଲୋକେ ପ୍ରକାଶ କରିଥିଲେ । ଯୋଡା ଥାନା ପୋଲିସ ଘଟଣାସ୍ଥଳରେ ପହନଚି କ୍ୟାମ୍ପରକୁ ଜବତ କରିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି । ପ୍ରତ୍ୟକ୍ଷଦର୍ଶୀଙ୍କ ସୂତ୍ରରୁ ଜଣାପଡିଛି ଯେ, କ୍ୟାମ୍ପରର ଡ୍ରାଇଭର ମଦ୍ୟପାନ କରି ଦ୍ରୁତ ଗତିରେ ଗାଡି ଚଳାଉଥିବା ହେତୁ ଏହି ଘଟଣା ଘଟିଛି ।