ଭାରସାମ୍ୟ ହରାଇ ଓଲଟିଲା ଡମ୍ପର

ଯୋଡ଼ା,(ଯୁଗାବ୍ଦ ନ୍ୟୁଜ୍‌): କେନ୍ଦୁଝର ଜିଲା ଯୋଡା ସହରର ରାଜ୍ୟ ରାଜପଥ ନଂ ୨ ବାମେବାରୀ- ରଣାଶାଳ ରାସ୍ତାର ଧରଣୀଧର ଛକଠାରେ ଶୁକ୍ରବାର ଭୋର ସମୟରେ ଦ୍ରୁତ ଗତିରେ ଜୁରୁଡି ଆଡୁ ରଣାଶାଳ ଘାଟି ଅଭିମୁଖେ ଯାଉଥିବା ବେଳେ ଏକ ଡମ୍ପର ନଂ ଓଆର୦୯ କେ ୬୩୮୧ ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଫଳରେ ଡ୍ରାଇଭର ଓ ହେଲପର ଅଳ୍ପକେ ବର୍ତିଯାଇଥିବା ବେଳେ ଡମ୍ପରଟି ଭାଙ୍ଗି ଚୁରମାର ହୋଇଯାଇଥିବା ଦେଖିବାକୁ ମିଳିଥିଲା । ଏଠାରେ ପ୍ରକାଶ ଯୋଗ୍ୟ କି, ବାମେବାରୀ-ଜୁରୁଡି-ଯୋଡା ଦେଇ ହଜାର ହଜାର ଟ୍ରକ ଡମ୍ପର , ଛୋଟ ବଡ ଯାନବାବାହନ ଦୈନିକ ଯାତାୟତ କରୁଛି । ଏହି ରାସ୍ତାର ଅବସ୍ଥା ଶୋଚନୀୟ ହୋଇଥିବାରୁ ଡିଏମଏଫ ଫଣ୍ଡ ବ୍ୟୟରେ ଏହି ରାସ୍ତାର ପ୍ରଶସ୍ତିକରଣ କରାଯାଉଛି । ପୂର୍ବରୁ ଏହି ରାସ୍ତାର ବିଭିନ୍ନ ସ୍ଥାନରେ ଖାଲଖମା ଥିବାରୁ ଯାନବାହାନ ମନ୍ଥର ଗତିରେ ଚଳାଚଳ କରୁଥିଲେ । ମାତ୍ର ଏହି ରାସ୍ତାର କେତେକାଂଶରେ ଆଂଶିକ ମରାମତି ହେତୁ ଲୁହାପଥର ବୋଝେଇ ଟ୍ରକ ଡମ୍ପର ସହିତ ଛୋଟବଡ ଯାନବାହାନ ଗୁଡିକ ଦ୍ରୁତ ଗତିରେ ଚଳାଚଳ କରୁଛନ୍ତି । ଯାହାଫଳରେ ଦୈନିକ ଛୋଟବଡ ଦୁର୍ଘଟଣା ଘଟୁଛି । କମାରଯୋଡାଠାରେ ଏକ ପାର୍କିଂ ସ୍ଥଳ ରହିଥିଲେ ହେଁ, ଗାଡି ସଂଖ୍ୟା ବୃଦ୍ଧି ପାଉଥିବାରୁ ବହୁ ଗାଡି ଗୁଡିକ ସେଠାରେ ସ୍ଥାନ ନପାଇ ରାସ୍ତା କଡରେ ଠିଆ ହୋଇ ଟ୍ରାଫିକ ସମସ୍ୟା ସୃଷ୍ଟି କରୁଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ