ଭାରସାମ୍ୟ ହରାଇ ଓଲଟିଲା ପିକଅପଭ୍ୟାନ ତିନିଦିନ ମଜୁରିଆ ମୃତ୍ୟୁ, ଆଠ ଗୁରୁତର, ଡ୍ରାଇଭର ଫେରାର
ଗଞ୍ଜାମ,(ଓ୍ବାଇଏନ୍ଏସ୍): ଗଂଜାମ ବ୍ଲକ ଅନ୍ତର୍ଗତ ବିରୁଳିଗଡ -ପୁରୁଷୋତ୍ତମ ପୁର ରାସ୍ତା ଖଣ୍ଡିଦେଉଳି ନିକଟ ପାଲଙ୍ଗ ଛକ ଠାରେ ଏକ ପିକଅପ ଭ୍ୟାନ ଭାରସାମ୍ୟ ହରାଇ ଓଲଟି ଫଳରେ ଘଟଣା ସ୍ଥଳରେ ତିନିଜଣ ଙ୍କର ମୃତ୍ୟୁ ହୋଇଥିବା ବେଳେ, ଆଠ ଜଣ ଗୁରୁତର ହୋଇଥିଲା । ଖବର ପାଇ ରମ୍ଭା ଆଇଆଇସି କୃଷ୍ଣଚନ୍ଦ୍ର ସେଠି, ହୁମ୍ମା ଫାଣ୍ଡି ଅଧିକାରୀ ରାମ ବେହେରା ପହଞ୍ଚି ଆହତ ଙ୍କୁ ବ୍ରହ୍ମପୁର ମେଡିକାଲ ପଠାଇଥିବା ବେଳେ , ମୃତ୍ୟୁଙ୍କୁ ଶବ ବ୍ୟବଚ୍ଛେଦ ପାଇଁ ଛତ୍ରପୁର ମେଡିକାଲ ପଠାଇଥିବା ଦେଖାଯାଇଛ । ଘଟଣା ସ୍ଥଳରୁ ଡ୍ରାଇଭର ଫେରାର ହୋଇଯାଇଥିଲା ।ଖବର ନେବାରେ ରମ୍ଭା ଥାନା ଅନ୍ତର୍ଗତ ସାନରାମଚନ୍ଦ୍ର ପୁର ପଂଚୟତ ର ଦିନମଜୁରିଆ ଭବେ ବ୍ରହ୍ମପୁର-ପୁରୋଷତମ ପୁର ନିକଟ ଏକ କ୍ରସରେ କାମକରିବା ପାଇଁ ପିକଅପ ଭ୍ୟାନ(0D07J4841) ରେବର୍ତ୍ତମାନ ଲକଡାଉନ ଯୋଗୁ ଯାତାୟାତ ବନ୍ଦଥିବାରୁ ଜାତୀୟ ରାଜପଥ ରେ ନ ଯାଇ ରାଜ୍ୟରାଜ ପଥର ହୁମ୍ମା-ପୁରୋଷତମ ରାସ୍ତାରେ ରେ ଯାଉଥିବା ବେଳେ ଖଣ୍ଡିଦେଉଳି ନିକଟସ୍ଥ ପାଲଙ୍ଗ ଛକ ରାସ୍ତାରେ ହଟାତ ଭାରସାମ୍ୟ ହରାଇ ଓଲଟି ପଡି ଏକ ଖଲରେ ପଡିଯାଇଥିଲା । ଫଳରେ ଭ୍ୟାନ ରେ ବସିଥିବା ଡିଆଁଡି ଗ୍ରାମର ଶରତ ନାହାକ, ସୁପ୍ରସନ୍ନ ନାହାକ ଓ ବିଟି ନୂଆ ଗ୍ରାମର କବିରାଜ ନାହାକ ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିଲା । ସେହିପରି ଡିଆଁଡି ଗ୍ରାମର ଦେବାଶିଷ ନାହାକ, ପ୍ରଶାନ୍ତ ନାହାକ,ରୋହିତ ନାହାକ, ପ୍ରକାଶ ପ୍ରଧାନ, ଯୋଗେନ୍ଦ୍ର ନାହାକ ପ୍ରମୁଖ ଗୁରୁତର ଙ୍କୁ ବ୍ରହ୍ମପୁର ମେଡିକାଲ କୁ ପଠାଯାଇଥିଲା । ସୂଚନାଯୋଗ୍ୟ ପ୍ରଶାସନ ର ସଚେତନତା ଅଭାବରୁ ନା ନିଜର ପରିବାର ପୋଷଣ ପାଇଁ ବାଧ୍ୟ ହୋଇ ଶ୍ରମିକ ମାନେ ଘରରୁ ଲୁଚି ବାହାରୁ ଥିଲେ ପ୍ରତିଦିନ ତାହା ବଡ଼ ପ୍ରଶ୍ନବାଚି ସୃଷ୍ଟି କରିଛି। ନିର୍ଭରଯୋଗ୍ୟ ସୂତ୍ରରୁ ଖବର ଅନୁସାରେ ଭାବନ୍ଦ ର ଏକ ପ୍ରଭାବ ଶାଳୀ ରାଜନୈତିକ ନେତା ଙ୍କ କ୍ରସର ୟୁନିଟ କୁ ବର୍ଷ ସାରା ଗଂଜାମ ବ୍ଲକ ର ଗୌରାଙ୍ଗ ପାଟଣା, ଡିଆଁଡି, ବିଟି ନୁଆଁ ଗ୍ରାମ, ଗୁବୁଡି, ବୁରୁଡ଼ି, ଆଦି ଅଞ୍ଚଳରୁ ପ୍ରାୟ ସତୁରୀ ରି ଉର୍ଦ୍ଧ୍ବ ଦିନ ମଜୁରିଆ କାମ କରିବାକୁ ଯାଉଛନ୍ତି ।


