ଭାରସାମ୍ୟ ହରାଇ ଓଲଟିଲା ବୋଲେରୋ ଶିଶୁ ସମେତ ତିନି ଆହତ

ମୋହନା, (ଅଂଶୁମାନ ପଣ୍ଡା):ଗଜପତି ଜ଼ିଲ୍ଲା ମୋହନା ବ୍ଲକ ଅଡବା ଥାନା ଅନ୍ତର୍ଗତ ଖ୍ରୀଷ୍ଟପୁର ଠାରେ ଏକ ବୋଲେରୋ ସୋମବାର ଅପରାହ୍ନ ରେ ଭାରସାମ୍ୟ ହରାଇ ରାସ୍ତା ରୁ ପ୍ରାୟ ୨୦ ଫୁଟ ତଳକୁ ଓଲଟି ପଡିଛି l ଫଳରେ ଏଥିରେ ଯାତ୍ରା କରୁଥିବା ସାତ ଜଣ ଙ୍କ ମଧ୍ୟରୁ ତିନି ଜଣ ଯାତ୍ରୀ ଆହତ ହୋଇଛନ୍ତି l ଆହତ ଙ୍କ ମଧ୍ୟରେ ଦୁଇଜଣ ମହିଳା ଥିବା ବେଳେ ଜଣେ ଶିଶୁ ଅଛନ୍ତି l ଆହତ ମାନେ ଛତିଶଗଡ଼ ର ଅଭିଷେକ ମଣ୍ଡାରି (୪), ରୁବି ମଣ୍ଡାରି (୩୫)ଏବଂ ମଂଜୁସ ମଣ୍ଡାରି ବୋଲି ଜଣାପଡିଛି l ଜଗା ଦର୍ଶନ ପାଇଁ ପରିବାର ଲୋକେ ଛତିଶଗଡ଼ ରୁ ପୁରୀ ଯାଉଥିବା ବେଳେ ବର୍ଷା ଯୋଗୁଁ ଖ୍ରୀଷ୍ଟପୁର ବୁଲାଣି ରାସ୍ତା ରେ ଭାରସାମ୍ୟ ହରାଇ ଦୁର୍ଘଟଣା ହୋଇଥିବା ଜଣାପଡିଛି l ଦୁର୍ଘଟଣା ସମୟରେ ଉକ୍ତ ରାସ୍ତା ରେ ମୋହନା ରୁ ବିରିକୋଟ ଶ୍ରାବଣ ଜଳାଭିଷେକ ପାଇଁ ଯାଉଥିବା ମୋହନା ଶ୍ରୀ ନୀଳକଣ୍ଠେଶ୍ଵର ବୋଲ୍ ବମ୍ ସଙ୍ଘ ର ସଦସ୍ୟ ମାନେ ଆହତ ମାନଙ୍କୁ ଉଦ୍ଧାର କରି ଅଡବା ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି କରିଥିଲେ l ଅଡବା ପୋଲିସ ଘଟଣା ର ତଦନ୍ତ ଆରମ୍ଭ କରିଛି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ