ସ୍କୁଟିକୁ ପିଟିଲା ଟ୍ରକ ଜଣେ ମୃତ

ଛତ୍ରପୁର, (ଦେବଦତ୍ତ ମହାରଣା):ଚମାଖଣ୍ଡି ଥାନା ଅନ୍ତର୍ଗତ ଇଣ୍ଡିଆନ ଗ୍ୟାସ ନିକଟ ଜାତୀୟ ରାଜପଥରେ ଏକ ସ୍କୁଟିକୁ ପିଟିଲା ଟ୍ରକ । ଫଳରେ ଜଣେ ମୃତ ହୋଇଛନ୍ତି । ମୃତକ ଜଣକ ବି. ବାଲକ୍ରିଷ୍ଣା ବୋଲି ସୂଚନା ମିଳିଛି । ମିଳିଥିବା ସୂଚନା ମୁତାବକ ବି. ବାଲକ୍ରିଷ୍ଣା ଏକ ସ୍କୁଟି ଯୋଗେ ଛତ୍ରପୁର ର ବ୍ରହ୍ମପୁୁର ଅଭିମୁଖେ ଯାଉଥିବା ବେଳେ ତାମିଲନାଡୁ ରୁ ଆସାମ ଅଭିମୁଖେ ଯାଉଥିବା ଏକ ଟ୍ରକ ତାଙ୍କୁ ଧକ୍କା ଦେଇଥିଲା । ଫଳରେ ବି. ବାଲକ୍ରିଷ୍ଣା ରାସ୍ତା କଡକୁ ଛିଟିକି ପଡି ଗୁରୁତର ଆହାତ ହୋଇଥିଲେ । ଚମାଖଣ୍ଡି ଥାନା ପୋଲିସ୍ ଘଟଣା ସ୍ଥଳରେ ପହଂଚି ଉଭୟ ଗାଡି ଜବତ କରିବା ସହିତ ଗୁରୁତର ଆହାତ ହୋଇଥିବା ବି. ବାଲକ୍ରିଷ୍ଣାଙ୍କୁ ଉଦ୍ଧାର କରି ମେଡିକାଲ ପଠାଇଥିଲେ । ପରେ ମେଡ଼ିକାଲରେ ତାଙ୍କର ମୃତ୍ୟୁ ହୋଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ