ଭାରସାମ୍ୟ ହରାଇ ଗଛକୁ ଧକ୍କା ଦେଲା ବୁଲେଟ

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ ) :-ଦିଗପହଣ୍ଡି ଥାନା ଅନ୍ତର୍ଗତ କୈଠଡ଼ା ପଞ୍ଚାୟତ ର ଜଗନ୍ନାଥପୂର୍ ଛକ ନିକଟରେ ଘଟିଛି ଏକ ସଡକ ଦୁର୍ଘଟଣା । ଜଣେ ବ୍ୟକ୍ତି ମୃତୁ ବରଣ କରିଥିବାବେଳେ ଅନ୍ୟ ଜଣେ ବ୍ୟକ୍ତି ଗୁରୁତର ହୋଇଥିବା ଜଣାପଡିଛି । ମୃତ ଜଣକ ହେଲେ ଏହି ଥାନା ଅନ୍ତର୍ଗତ ଓଡ଼ାଷୀଙ୍ଗି ଗ୍ରାମର ଶିବ ରେଡ୍ଡୀ (୩୫)ଏବଂ ଗୁରୁତ୍ବ ର ଜଣକ ହେଲେ ସେହି ଗ୍ରାମର ସୁଶାନ୍ତ ରେଡ୍ଡୀ(୨୬)ଖବର ପାଇ ଗ୍ରାମବାସମାନେ ଗୁରୁତର ଅବସ୍ଥାରେ ଦୁହିଁକୁ ଉଦ୍ଧାର କରି ୧୦୮ଆମ୍ବୁଲାନ୍ସ ଯୋଗେ ଦିଗପହଣ୍ଡି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତି କରିଥିଲେ । ସେଠାରେ ଡକ୍ଟର ଶିବ ରେଡ୍ଡୀ ଙ୍କୁ ମୃତ ଘୋଷଣା କରିଥିବା ବେଳେ ସୁଶାନ୍ତ ରେଡ୍ଡୀ ଙ୍କୁ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ବଡ଼ ମେଡ଼ିକାଲ ପଠେଇଥିବାର ଜଣାପଡ଼ିଛି । ଖବର ପାଇ ଦିଗପହଣ୍ଡି ପୋଲିସ ଶବ ଜବତ କରି ବ୍ୟବଛେଦ ପାଇଁ ବ୍ରହ୍ମପୁର ବଡ଼ ମେଡ଼ିକାଲ ପଠା ଇଛି।ଘଟଣାରୁ ଜଣାପଡ଼ିଛି ଉଭୟ ମିଶି ବୁଲେଟ୍ ଯାଉଥିବା ବେଳେ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ବରେ ଥିବା ଗଛ କୁ ଧକ୍କା ଦେଇ ଥିଲେ।ଯାହାକି ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି । ଏ ନେଇ ତଦନ୍ତ କରୁଥିବା ସୂଚନା ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ