ଭାରସାମ୍ୟ ହରାଇ ଗଛରେ ପିଟିହେଲା ପିକଅପ ଭ୍ୟାନ
ଭଞ୍ଜନଗର , (ଯୁଗାବ୍ଦ ନ୍ୟୁଜ): ଭାରସାମ୍ୟ ହରାଇ ଗଛରେ ପିଟିହେଲା ପିକଅପ ଭ୍ୟାନ । ଗଂଜାମ ଜିଲ୍ଲା ଭଞ୍ଜନଗର ଥାନା ଅନ୍ତର୍ଗତ କୁଲାଡ଼ ଗ୍ରାମପଂଚାୟତ ନିକଟସ୍ଥ କମଳାବାଡ଼ି ଠାରେ ପିକଅପ ଭ୍ୟାନ ଟି ଦଶପାଲାରୁ ବ୍ରହ୍ମପୁର ଅଭିମୁଖେ ଯାତ୍ରା କରୁଥିବାବେଳେ ଭାରସମ୍ୟ ହରାଇ ରାସ୍ତା ପାଶ୍ୱର୍ରେ ଥିବା ଆମ୍ବ ଗଛଟିରେ ପିଟିହୋଇଯାଇଥିଲା । ଫଳରେ ଗାଡି ର ଆଗ ପଟ ଭାଙ୍ଗି ଯାଇଥିଲା । ଗାଡ଼ିରେ ଥିବା ଡ୍ରାଇଭର ଏବଂ ହେଲ୍ପର ଦୁହେଁ ସୁରକ୍ଷିତ ଅଛନ୍ତି!