ଭାରସାମ୍ୟ ହରାଇ ଘରେ ପସିଲା ୧୨ ଚକିଆ ଟ୍ରକ୍

ଘଟଗାଁ,(ନାରାୟଣ ପଲାଇ):କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ୍ ଅନ୍ତର୍ଗତ ଢେଙ୍କିକୋଟ ବଜାରର ଦେଇ ଯାଇଥିବା ଓଭରବ୍ରିଜ୍ ତଳକୁ ଏକ ୧୨ ଚକିଆ ଆଇରନ୍‌ଟ୍ରକ୍ ଖସି ତଳେ ଥିବା ଅରୁଣ କୁମାର ମହାନ୍ତିଙ୍କ ଘରେ ପସିଯାଇଥିଲା । ସଙ୍ଗେ ସଙ୍ଗେ ଘଟଣା ସ୍ଥଳରେ ଢେଙ୍କିକୋଟ ଫାଣ୍ଡିପୋଲିସ୍ ପହଂଚି ଗାଡିଟିକୁ ଜବଦ କରିବା ସହିତ ଉକ୍ତ ଗାଡିର ଡ୍ରାଇଭରକୁ ଅଟକ ରଖିଛି ସମ୍ପୁର୍ଣ୍ଣ ଖବର ଅନୁସାରେ ଗତକାଲି ଅପରାହ୍ନ ରାତି ୩ଘଟିକା ସମୟରେ ପାରାଦିପ୍‌ରୁ କେନ୍ଦୁଝରକୁ ଢେଙ୍କିକୋଟ୍ ବଜାର ନିକଟବର୍ତି ଉଭରବ୍ରିଜ୍ ଉପରୁ ଓଆର୍‌-୦୮-ପ୫୭୪୬ ନମ୍ବର ବିଶିଷ୍ଟ ଏକ ୧୨ ଚକିଆ ଆଇରନ୍ ଗାଡି କୌଣସି କାରଣରୁ ତଳକୁ ଖସି ପଡିଥିଲା । ଗାଡିଟି ତଳକୁ ଖସିବା ସହିତ ଓଭରବ୍ରିଜ୍ ତଳେ ଥିବା ଅରୁଣ କୁମାର ମହାନ୍ତିଙ୍କ ଘରେ ପସିଯାଇଥିଲା । ତେବେ ସେହି ସମୟରେ ଉକ୍ତ ଘରେ ତିନିଜଣ ଶୋଇଥିଲେ ମଧ୍ୟ ସୌଭାଗ୍ୟ ବସତଃ କାହାରୀ କୌଣସି କ୍ଷତି ହୋଇନଥିବା ପରିବାର ପକ୍ଷରୁ ସୂଚନା ମିଳିଛି । ତେବେ ଡ୍ରାଇଭର ଜଣଙ୍କ ଅତ୍ୟଧିକ ମଦ୍ୟପାନ କରିଥିବାରୁ କୌଣସି କାରଣରୁ ଜାଣିପାରିନଥିଲେ । ଯାହାଫଳରେ ଗାଡିଟି ଉଭରବ୍ରିଜ୍ ଉପରୁ ତଳକୁ ଖସି ତଳରେ ଯାଇଥିବା ସର୍ଭିସ୍ ରୋଡ୍ ଦେଇ ରାସ୍ତାପାଶ୍ୱର୍ରେ ଥିବା ଅରୁଣ କୁମାର ମହାନ୍ତିଙ୍କ ଘରେ ପସିଯାଇଥିଲା । ତେବେ ଏଭଳି ଘଟଣା ଏହି ୨୦ନମ୍ବର ଜାତୀୟରେ ବାରମ୍ବାର ଘଟୁଥିବା ଦେଖିବାକୁ ମିଳୁଛି । କାରଣ ବିଗତ ଦିନରେ ଏହି ରାସ୍ତାକଜାମ କରୁଥିବା ଗାୟତ୍ରି କମ୍ପାନୀ ନାମକ ଠିକା ସଂସ୍ଥା ରାସ୍ତାର କାମ ଅଧପନ୍ତିରିଆ କରି ଛାଡିଚାଲିଯାଇଛି । ଯାହାଫଳରେ ପ୍ରତ୍ୟେକ ଦିନ ଏହି ରାସ୍ତାରେ ବଡ ବଡ ଦୁର୍‌ଘଟଣା ମାନ ଘଟିବା ସହିତ ଅନେକ ଲୋକଙ୍କର ଧନଜୀବନ ନଷ୍ଟ ହେଉଥିବା ଦେଖିବାକୁ ମିଳୁଛି । ତେବେ ଏଭଳି ଦୁର୍ଘଟଣା ବାରମ୍ବାର ଘଟିଚାଲିଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଉନାହାନ୍ତି । ସବୁ ଦେଖି ଅନ୍ଧ ହେବାର ନାଟକ କରୁଅଛି ବୋଲି ଲୋକେ ପ୍ରକାଶ କରୁଛନ୍ତି । ତେବେ ଆଜକୁ ଅନେକବାର ଦୁର୍ଘଟଣା ଘଟିବା ସ୍ଥାନରେ ଲୋକେ ରାସ୍ତା ରୋକ କରିଆସୁଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ ଏବଂ ସ୍ଥାନୀୟ ପୋଲିସ୍ ପ୍ରଶାସନ କେବଳ ପ୍ରତିସୃତି ଦେଇ ଲୋକମାନଙ୍କୁ ଠକି ଚାଲିଥିବା କଥା ପ୍ରକାଶ କରିଛନ୍ତି ସ୍ଥାନୀୟ ଲୋକେ । ତେବେ ସବୁ ଦେଖି ଘୁଙ୍ଗୁଡି ମାରୁଥିବା କେନ୍ଦୁଝର ଜିଲ୍ଲା ପ୍ରଶାସନ କେବେ ହୋସ୍‌କୁ ଆସିବ ତାହା ଦେଖିବାକୁ ବାକି ରହିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ