ଭାରୀଯାନ ଚାଳକ ରାତ୍ରିରେ ପିଇବେ ଚାହା

ଭଞ୍ଜନଗର,(ସନ୍ତୋଷ କୁମାର ଜେନା):ରାତ୍ର କାଳୀନ ଦୁର୍ଘଟଣା ରୋକିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସଚେତନତା ସୃଷ୍ଟି କରିବା ଉଦେଶ୍ୟରେ ଏକ ନୂଆ ନିୟମ ହାତକୁ ନେଇଛନ୍ତି। ଭାରୀଯାନ ଯଥା ଟ୍ରକ, ବସ, ପିକଅପ ଭ୍ୟାନ ଗାଡି ଚାଳକଙ୍କୁ ରାତ୍ରି ସମୟରେ ରାସ୍ତା କଡରେ ସ୍ୱତନ୍ତ୍ର ରାତ୍ରି କାଳୀନ ମାଗଣା ‘ ଚାହା ‘ ବଣ୍ଟନ କରାଯିବ। ଏହା ଚଳିତ ମାସ ୦୧ ତାରିଖ ଠାରୁ ଡିସେମ୍ବର ୩୧ ପର୍ଯ୍ୟନ୍ତ ଜାରି ରହିବ। ରାତ୍ରି ୩ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ଭାରିଯାନ ଚାଳକଙ୍କୁ ପରିବହନ ବିଭାଗ ପକ୍ଷରୁ ‘ ଚାହା ‘ ଦିଆଯିବ। ଏ ନେଇ ଭଞ୍ଜନଗରରେ ସ୍ବେଛାସେବୀ ସଂଘଠନ ବିପଦର ବନ୍ଧୁ ଏବଂ ଆଞ୍ଚଳିକ ପରିବହନ କାଯ୍ୟାଳୟ ପକ୍ଷରୁ ବିଭିନ୍ନ ସ୍ଥାନ ରେ ଚାଳକ ମାନଙ୍କୁ ‘ ଚାହା ‘ ପ୍ରଦାନ କରାଯିବା ସହ ସଡ଼କ ସୁରକ୍ଷା ଉପରେ ସଚେତନ କରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ