ଭାର କରି ବୁହା ହେଲେ ରୋଗୀ

ମୋହନା, (ଅଂଶୁମାନ ପଣ୍ଡା) :-ଭଲ ରାସ୍ତା ନ ଥିବାରୁ ଗାଁରେ ପହଞ୍ଚି ପାରିଲାନି ୧୦୮ ଆମ୍ବୁଲାନ୍ସ । ଫଳରେ ବାଧ୍ୟ ହୋଇ ୩ କିମି ପାହାଡିଆ ଘାଟି ରାସ୍ତାରେ ରୋଗୀକୁ ଭାରରେ ବୋହି ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଛନ୍ତି ପରିବାର ଲୋକେ । ଏଭକି ଏକ ଘଟଣା ପୁଣି ଥରେ ଦେଖିବକୁ ମିଳିଛି ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ହୁଏରୀ ଗାଁରେ । ଗାଁର ଜେଙ୍ଗେରା ମଲ୍ଲିକ ଜ୍ବରରେ ଅସୁସ୍ଥତା ହେବା ସହ ଦୁଇଟି ଗୋଡ ଫୁଲିଯିବା ଫଳରେ ଘରେ ଗୁରୁତର ଅବସ୍ଥାରେ ପଡି ରହିଥିଲେ । ଏହା ଜାଣିବା ପରେ ତାଙ୍କ ତାଙ୍କ ପୁଅ ମିଟୁ ମଳିକ, କେଶବ ମଳିକ ଓ ଗ୍ରାମବାସୀ ୧୦୮କୁ ଫୋନ କରିଥିଲେ । କିନ୍ତୁ ୧୦୮ ସହ ଯୋଗାଯୋଗ ହୋଇ ନପାରିବାରୁ ଗ୍ରାମବାସୀ ଏକତ୍ରିତ ହୋଇ ତାଙ୍କୁ ଘାଟି ରାସ୍ତାରେ ୩ କିମି ରୋଗୀକୁ ଭାରରେ ବୋହି ଗଣ୍ଡାପଦର ମୁଖ୍ୟ ରାସ୍ତାକୁ ଆଣିବା ପରେ ସେଠାରୁ ଏକ ଅଟୋ ଯୋଗେ ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣି ଚିକିସ୍ଥା କରାଇଥିଲେ । ରାସ୍ତାର ଦୂରାବସ୍ଥା ନେଇ ଗ୍ରାମବାସୀ ବିଭିନ୍ନ ସମୟରେ ବାରମ୍ବାର ବ୍ଲକ ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ନିକଟରେ ଅଭିଯୋଗ କରି ଆସୁଥିଲେ ମଧ୍ୟ ଭଲ ରାସ୍ତାଟିଏ ନିର୍ମାଣ ହୋଇପାରୁ ନାହିଁ । ଏଣୁ ଅଞ୍ଚଳବାସୀ ଅଭି ମଳିକ, ବିଜୟ ମଳିକ , ପ୍ରଶାନ୍ତ୍ର ମଳିକ, ମୁନା ମଳିକ ଦୁଃଖିତ ଥିବା ଅଭିଯୋଗ କରିଛନ୍ତି। ପ୍ରକାଶ ଥାଉକି ଗତ କିଛି ମାସ ତଳେ ଗ୍ରାମର ସେବତୀ ମଳିକ (୫୫) ନିଜ ଘରେ କାମ କରୁଥିବା ବେଳେ ପଡିଯିବାରୁ ତାଙ୍କ ଅଣ୍ଟାରେ ଆଘାତ ଲାଗିଥିଲା । ଯାହାଫଳରେ ତାଙ୍କୁ ଗାଁ ଲୋକେ ଦୋଳା କରି ସ୍ଥାନୀୟ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେହିପରି ଗତ ଡିସେମ୍ବର ମାସରେ ଗ୍ରାମର ଆଉ ଜଣେ ମହିଳା ଓ ନବଜାତ ଶିଶୁଙ୍କ ଚିକିତ୍ସା ପାଇଁ ଗାଁଲୋକେ ଦୋଳାରେ ମୋହନା ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ । ତଥାପି ପ୍ରଶାସନର ଏହି ଗାଁ ପ୍ରତି ଅବହେଳା କରିବା ଗ୍ରାମବାସୀଙ୍କୁ ବିଶ୍ମିତ କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ