ଭାଲୁ ଆକ୍ରମଣରେ ଜଣେ ଗୁରୁତର

ଜୟପୁର,(ଓ୍ବାଇଏନ୍ଏସ୍):ଭାଲୁ ଆକ୍ରମଣରେ ଜଣେ ଗୁରୁତର ଏକ ଅଭାବନୀୟ ଘଟଣା ଏବେ ସାମ୍ନାକୁ ଆସିଛି l ବୈପାରୀଗୁଡା ବନାଞ୍ଚଳ ଅନ୍ତର୍ଗତ ମୋସିଗାଁ ପଂଚାୟତର ଗୋଲରିଗୁଡା ଗ୍ରାମର ଜଣେ ବ୍ୟକ୍ତି ଭାଲୁ ଆକ୍ରମଣରେ ଗୁରୁତର ହୋଇଛନ୍ତି। ସେ ହେଲେ ସୁକୁ ପରଜା (୪୦)। ଆକ୍ରମଣରେ ତାଙ୍କର ଡ଼ାହାଣ ହାତଟି ଅଧିକ କ୍ଷତ ହୋଇଛି। ପରିବାର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ନିକଟସ୍ଥ ବୈପାରୀଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ଜୟପୁର ମେଡ଼ିକାଲରେ ଭର୍ତ୍ତି କରିଛନ୍ତି। ଗାଁ ନିକଟସ୍ଥ କାଜୁ ବାଡ଼କୁ ସକାଳୁ ଯାଉଥିବା ସମୟରେ ସେ ଭାଲୁ ଆକ୍ରମଣର ଶିକାର ହୋଇଥିଲେ ବୋଲି ସୂଚନା ମିଳିଛି। ସେ ଗରିବ ଶ୍ରେଣୀର ହୋଇଥିବା ହେତୁ ଲକଡାଉନ ପରି ଜରୁରୀ କାଳୀନ ପରିସ୍ଥିତିରେ ସରକାରୀ ସାହାର୍ଯ୍ୟ ଅତି ଆବଶ୍ୟକ ବୋଲି ସାଧାରଣରେ ଦାବି ହେଉଛି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ