ଭାଷାସୁରକ୍ଷା ସମ୍ମିଳନୀ ବାଲେଶ୍ୱର ଶାଖା ତରଫରୁ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

ବାଲେଶ୍ୱର, (ସରୋଜ ପଣ୍ଡା) :-ଆଜି ଅପରାହ୍ନରେ ଭାଷା ସୁରକ୍ଷା ସମ୍ମିଳନୀ, ବାଲେଶ୍ୱର ଶାଖା ତରଫରୁ ଓଡ଼ିଆ ଭାଷା ପ୍ରଚଳନ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଛି । ପ୍ରାପ୍ତ ସମ୍ବାଦରୁ ଜଣାପଡ଼ିଛି ଯେ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ତରଫରୁ ପତ୍ର ନଂ ୩୩୧୭/ ୨୭-୦୪-୨୦୨୨ ତାରିଖରେ ଓଡ଼ିଆ ଭାଷାର ବ୍ୟବହାର ପାଇଁ କମିଶନର ତଥା ଶାସନ ସଚିବ ଶ୍ରମ ଓ ନିୟୋଜନ ବିଭାଗ ଏବଂ ସମସ୍ତ ଜିଲ୍ଲାପାଳଙ୍କୁ ଅବଗତ କରାଯାଇଥିଲା । ଏଥିରେ ସମସ୍ତ ଦୋକାନ, ବାଣିଜ୍ୟିକ ପ୍ରତିଷ୍ଠାନ ଇତ୍ୟାଦିର ନାମଫଳକ / ବିଜ୍ଞାପନ ଆଦି ଓଡ଼ିଆ ଭାଷାରେ ଲେଖାଯିବା ସଂପର୍କରେ ଉଲ୍ଲେଖ ଥିଲା । ଏହା ମଧ୍ୟରେ ପ୍ରାୟ ୪ ମାସରୁ ଊର୍ଦ୍ଧ୍ୱ ସମୟ ଅତିକ୍ରାନ୍ତ ହୋଇଯାଇଥିବାରୁ ଭାଷା ସୁରକ୍ଷା ସମ୍ମିଳନୀ ବାଲେଶ୍ୱର ଶାଖା ତରଫରୁ ଅନୁଷ୍ଠାନର ସଭାପତି ଡ. ରାଧାରଂଜନ ପଟ୍ଟନାୟକ, ସଂପାଦିକା ସୁଶ୍ରୀ ଅର୍ଚ୍ଚନା ନନ୍ଦୀ, ଉପସଭାପତି ପ୍ରସନ୍ନ କୁମାର ପାତ୍ର, କୋଷାଧ୍ୟକ୍ଷ ପୂର୍ଣ୍ଣଚନ୍ଦ୍ର ପଣ୍ଡା, କାର୍ଯ୍ୟକାରୀ ସଦସ୍ୟ ଗଂଗାଧର ଦାସ, ପ୍ରଶାନ୍ତ ବରାଳ ଓ ବିଦ୍ୟାଧର ନାୟକ ପ୍ରମୁଖ ଜିଲ୍ଲାପାଳଙ୍କୁ ଭେଟି ଏହି ମର୍ମରେ ଏକ ଦାବିପତ୍ର ଦେବାସହ ବାଲେଶ୍ୱରରେ ନୂତନ କରି ଜିଲ୍ଲାପାଳ ଭାବେ ନିଯୁକ୍ତି ପାଇଥିବାରୁ ସ୍ୱାଗତ କରିଥିଲେ । ଜିଲ୍ଲାପାଳ ଖୁବ୍ ଶୀଘ୍ର ସଂପୃକ୍ତ ଅଧିକାରୀ ଏବଂ ବିଭିନ୍ନ ବାଣିଜ୍ୟିକ ସଂଘର ପଦାଧିକାରୀ ଙ୍କୁ ଡାକି ଓଡ଼ିଆ ଭାଷାର ବ୍ୟବହାର ପାଇଁ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ