ଭାଷା ସୁରକ୍ଷା ସମ୍ମିଳନୀ ପକ୍ଷରୁ ମାତୃଭାଷା ଦିବସ ପାଳିତ

କେନ୍ଦ୍ରାପଡା,(ଯୁଗାବ୍ଦ ନ୍ୟୁଜ୍‌):ଭାବ ପ୍ରକାଶର ପ୍ରକୃତ ମାଧ୍ୟମ ହେଉଛି ମାତୃଭାଷା । ମାତୃଭାଷାକୁ ନେଇ ସମଗ୍ର ବିଶ୍ୱରେ ଅନେକ ଜାତି ଆତ୍ମ ପ୍ରକାଶ ଓ ପ୍ରତିଷ୍ଠା ଅର୍ଜ୍ଜନ କରିଥିବା ବେଳେ ପ୍ରଶାସନିକ ଅବହେଳା ଓ ବିଶ୍ୱୀ କରଣର ପ୍ରଭାବରେ ପ୍ରତିଦିନ ଏକାଧିକ ଭାଷା ଲୋପ ହୋଇଯାଉଛି । ଏପରି ସ୍ଥିତିରେ ମାତୃଭାଷାର ସୁରକ୍ଷା ଓ ଉନ୍ନତି ପାଇଁ ୧୯୯୯ ମସିହାରୁ ଜାତିସଙ୍ଘ ଆଜିଦିନକୁ ସମଗ୍ର ବିଶ୍ୱରେ ମାତୃଭାଷା ଦିବସ ରୂପେ ପାଳନ କରାଯାଉଛି । ଏହି ପରିପ୍ରେକ୍ଷୀରେ ଓଡିଆ ଭାଷାର ସୁରକ୍ଷା ଓ ଅଗ୍ରଗତି ପାଇଁ ଆଜି ଦିନ ଗୁରୁତ୍ୱ ବହନ କରେ ବୋଲି ଆନ୍ତର୍ଜାତୀୟ ମାତୃଭାଷା ଦିବସ ପାଳନ ଅବସରରେ ଭାଷା ସୁରକ୍ଷା ସମ୍ମିଳନୀ ପକ୍ଷରୁ ଆୟୋଜିତ ମାତୃଭାଷା ଦିବସ ଓ ଭାଷା ଆନ୍ଦୋଳନର କର୍ଣ୍ଣଧାର ଡଃ.ବୈଷ୍ଣବ ଚରଣ ପରିଡାଙ୍କ ଜୟନ୍ତୀ ଅବସରରେ ଆଲୋଚକମାନେ ମତବ୍ୟକ୍ତ କରିଛନ୍ତି । ସଂଗଠନର ସଭାପତି ଡଃ.ବାସୁଦେବ ଦାସଙ୍କ ପରିଚାଳନାରେ ସ୍ଥାନୀୟ ପବ୍ଲିକ ରିଡିଂରୁମ ପରିସରରେ ଅନୁଷ୍ଠିତ ସଭାରେ ସମ୍ପାଦକ ଆଦିକନ୍ଦ ରାଉଳ ଆଲୋଚନାଚକ୍ରର ଉଦେଶ୍ୟ ଜ୍ଞାପନ କରିଥିବା ବେଳେ ଅଧ୍ୟାପକ ଅଜୟ ସାମଲ, ଗାଳ୍ପିକା ଅବନ୍ତୀ ବେହେରା, ଆଇନଜୀବି ପ୍ରଦୀପ କୁମାର ଦାଶ, ରମଣୀରଞ୍ଜନ ରାଉତରାୟ, ଅବଧୂତ ରାଉତ, ଶରତ କୁମାର ରାଉତ, କବିତା ମୁଦୁଲି, ଟିଟୋକାନ୍ତ ନାୟକ, ରଞ୍ଜନ ବାଇ, ଅମୀୟ ନାୟକ, ଗୋପାଳକୃଷ୍ଣ ଜେନା, ରଣଧୀର ଜେନା, ସତ୍ୟଜୀତ ସାହୁ ପ୍ରମୁଖ ଆଲୋଚନାରେ ଯୋଗଦେଇନିଜ ନିଜର ମତପ୍ରକାଶ କରିଥିଲେ । ଶେଷରେ ନିରଞ୍ଜନ ପରିଡା ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ