ଭିକାରୀପଲ୍ଲୀ ପଂଚାୟତ କାର୍ଯ୍ୟାଳୟରେ ବିକଶିତ ଭାରତ ସଂକଳ୍ପ ରଥକୁ ବିପୁକ ସମ୍ବର୍ଦ୍ଧନା
ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ) : ଛତ୍ରପୁର ବ୍ଲକ ଅନ୍ତର୍ଗତ ଭିକାରୀପଲ୍ଲୀ ପଂଚାୟତ କାର୍ଯ୍ୟାଳୟରେ ବିକଶିତ ଭାରତ ସଂକଳ୍ପ ରଥକୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ପ୍ରାରମ୍ଭରେ ଏହି ରଥକୁ ଫୁଲ ଚନ୍ଦନ ଦେଇ ସ୍ୱାଗତ କରାଯିବା ପରେ ପଂଚାୟତ କାର୍ଯ୍ୟାଳୟରେ ଏକ ସମ୍ବର୍ଦ୍ଧନା ସଭା ପୂର୍ବତନ ସମିତି ସଭ୍ୟ ମଥୁରା ଚରଣ ସୁବୁଦ୍ଧି ଙ୍କ ସଂଯୋଜନା ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଭିକାରିପଲ୍ଲୀ ଗ୍ରାମପଂଚାୟତ ର ସରପଞ୍ଚ ମମତା ସୁବୁଦ୍ଧି,ନାଏବ ସରପଞ୍ଚ ବି. ନାଗେଶ୍ୱର ପାତ୍ର, ଏନ. ମୁନାପାତ୍ର,ଗଞ୍ଜାମ ଜିଲ୍ଲା ପରିଷଦର ଅତିରିକ୍ତ କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରତାପ ଚନ୍ଦ୍ର ପ୍ରଧାନ, ଛତ୍ରପୁର ବ୍ଲକର ଜିପିଇଓ ଅଶୋକ କୁମାର ଦାଶ ପ୍ରମୁଖ ଯୋଗ ଦେଇ ଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଭାଜପା ଗଞ୍ଜାମ ଜିଲ୍ଲା ସଭାପତି ଡ଼ଃ ସୁବାଷ ସାହୁ, ମାଗତା ପାତ୍ର,ଅର୍ଜୁନ ବେହେରା,ପୂର୍ବତନ ସରପଞ୍ଚ ଗାଣ୍ଡୁଧର ଗୌଡ଼, ମିଶନ ଶକ୍ତିର ବହୁ ସଦସ୍ୟା ଏବଂ ପଞ୍ଚାୟତର ବହୁ ଜନସାଧାରଣ ମାନେ ଉପସ୍ଥିତ ଥିଲେ । ଶେଷରେ କୁନି କୁନି କଳାକାର ମାନଙ୍କ ଦ୍ୱାରା ନୃତ୍ୟ ପରିବେଷଣ କରାଯାଇଥିଲା