ଭିଜିଲାନ୍ସ ଜାଲରେ ଆଡକଟା ରାଜସ୍ୱ ନିରିକ୍ଷକ
ନୟାଗଡ,(ଯୁଗାବ୍ଦ ନ୍ୟୁଜ୍): ନୟାଗଡ ଜିଲ୍ଲା ଗଣିଆ ଆଡକଟା ଗ୍ରାମର ରାଜସ୍ୱ ନିରିକ୍ଷକ ନମିତା ପ୍ରଧାନ ଜଣେ ଯୁବକଙ୍କ ଠାରୁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ଧୁଆମଡା ଗ୍ରାମର ଗୋକୁଳ ସାହୁଙ୍କ ଜମିବାଡି ତଦନ୍ତ ରିପୋର୍ଟ କରାଇଦେବା ପାଇଁ ୧୦ ହଜାର ଟଙ୍କା ଲାଂଚ ମାଗିଥିଲେ । ଏନେଇ ଗୋକୁଳ ସାହୁ ନୟାଗଡ ଭିଜିଲାନ୍ସ ନିକଟରେ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ଭିଜିଲାନ୍ସ ଟିମ୍ ଛକି ରହିଥିବା ବେଳେ ଦଶ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ନମିତା ପ୍ରଧାନଙ୍କୁ ଗିରଫ କରାଯାଇଥିବା ଅଧିକାରୀ କହିଛନ୍ତି ।