ଭିଜିଲାନ୍ସ ହାତରେ ଧରା ପଡିଲେ ପୋଲିସ ବାବୁ
ଜଗନ୍ନାଥପ୍ରସାଦ/ବ୍ରହ୍ମପୁର, (ସନ୍ତୋଷ କୁମାର ଜେନା/ରାଜେଶ ପଟ୍ଟନାୟକ): ଖାକି ନେଉଛି ଲାଞ୍ଚ।ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ରେ । କାର୍ଯ୍ୟରତ ପ୍ରୋଭିଜନାଲ ଏସଆଇ ସିଦ୍ଧାର୍ଥ କୁମାର ଗୌଡ଼ ୩୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛି ।ଗଲା କିଛି ଦିନ ତଳେ ଜଗନ୍ନାଥ ପାଟଣା ଗାଁ ରେ ଘର ଭଡା କୁ କେନ୍ଦ୍ର କରି ଗଣ୍ଡଗୋଳ ହୋଇଥିଲା।ଥାନା ରେ ଯାଇ ମାମଲା ପହଁଚିଲା।ଉକ୍ତ କେଶ କୁ ରଫା ଦଫା କରିବା ପାଇଁ ୩୦୦୦ଟଙ୍କା ଲାଞ୍ଚ ମାଗିଥିଲେ ଏସଆଇ ଜଣକ ପି ରାଜା ସେନାପତିଙ୍କ ଠାରୁ ୩୦୦୦ ଟଙ୍କା ଲାଞ୍ଚ ନେବାବେଳେ ଏସ ଆଇ ଙ୍କୁ ରେଡ଼ ହେଣ୍ଡ ଧରିଥିଲା ବ୍ରହ୍ମପୁର ଭିଜିଲାନ୍ସ ଟିମ।ଏସ ଆଇ ନାମରେ ମାମଲା ରୁଜୁ କରି ବ୍ରହ୍ମପୁର ଭିଜିଲାନ୍ସ ଅଫିସ କୁ ନିଆଯାଇଥିବା ଜଣାପଡିଛି।ହି ଲାଞ୍ଚ ନେବା ଘଟଣାରେ ବ୍ରହ୍ମପୁର ଭିଜିଲାନ୍ସ ସଂପୃକ୍ତ ଏସ୍ଆଇଙ୍କ ବିରୋଧରେ କେସ୍ ନଂ.୮/୨୦୨୦ରେ ମାମଲା ରୁଜୁ କରିଛି। ଏହି ଘଟଣାରେ ବ୍ରହ୍ମପୁର ଭିଜିଲାନ୍ସ ସଂପୃକ୍ତ ଏସ୍ଆଇଙ୍କ ବିରୋଧ ତଥ୍ୟ ସଂଗ୍ରହ କରୁଛି। ଏହା ପୂର୍ବରୁ ଏସ୍ଆଇଙ୍କ ନାଁ ଏମିତି କିଛି ମାମଲା ରହିଛି କି ନାହିଁ ସେନେଇ ବ୍ରହ୍ମପୁର ଭିଜିଲାନ୍ସ ତନାଘନା ଆରମ୍ଭ କରିଛି। ଏ ସଂପର୍କରେ ଜଗନ୍ନାଥ ପ୍ରସାଦ ଥାନା ଅଧିକାରୀଙ୍କୁ ଭିଜିଲାନ୍ସ ଅଧିକାରୀମାନେ ପଚାରଉଚାର କରିଛନ୍ତି। ସଂପୃକ୍ତ ଏସ୍ଆଇଙ୍କ ବିରୋଧରେ ଅଧିକ ତଥ୍ୟ ସଂଗ୍ରହ କରୁଛି ବ୍ରହ୍ମପୁର ଭିଜିଲାନ୍ସ।


