ଭିତରକନିକା ଓ ଜୈବ ବିବିଧତା ସୁରକ୍ଷା ପାଇଁ ନିଆରା ଢଙ୍ଗରେ ସଚେତନତା କାର୍ଯ୍ୟକ୍ରମ

କେନ୍ଦ୍ରାପଡା, (ଚିତ୍ତରଂଜନ ଦାସ):କେନ୍ଦ୍ରାପଡା ସଦରଥାନା ଅନ୍ତର୍ଗତ ଗୋପ, ଦୁହୁରିଆ, ଗରାପୁର ଓ ସହରର ତିନିମୁହାଣୀ ଛକ ଦେଇ ଭିତରକନିକା ଓ ଜୈବ୍ୟ ବିବିଧତା ସୁରକ୍ଷା ପାଇଁ ଏକ ନିଆରା ଢଙ୍ଗରେ ସଚେତନତା କାର୍ଯ୍ୟକ୍ରମ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି । ଟ୍ରଷ୍ଟର ସଦସ୍ୟ ବାଘ, ଭାଲୁ, ବିଲୁଆ, ହରିଣ, କୁମ୍ଭୀର, କଇଁଛ, କାଉ ଓ ବଗ ରୂପରେ ବେଶ ହୋଇ ଛକମାନଙ୍କରେ ନିରବତା ସହ ବିଭିନ୍ନ ସଚେତନତା ବାର୍ତ୍ତା ଲେଖା ଥିବା ପ୍ଲାକାର୍ଡ ଧରି ଜନସାଧାରଣଙ୍କୁ ଭିତରକନିକାର ଜୈବ୍ୟ ବିବିଧତା ସୁରକ୍ଷା ପାଇଁ ସଚେତନ କରିବାକୁ ପ୍ରୟାସ କରିଥିଲେ । ଏହି ଭିନ୍ନଶୈଳିର କାର୍ଯ୍ୟକ୍ରମ ଦେଖିବା ପାଇଁ ବହୁ ଜନ ସମାଗମ ହୋଇଥିବାର ଦେଖିବାକୁ ମିଳିଥିଲା । ପ୍ରକାଶ ଯୋଗ୍ୟ ଯେ କିଛି ଦିନ ହେବ ବିଭିନ୍ନ ଗଣମାଧ୍ୟମରେ ମଧୁର ଜଳର ଅଭାବ ହେତୁ ଭିତରକନିକା ହେନ୍ତାଳ ବଣ ଓ ତା ଉପରେ ନିର୍ଭରଶୀଳ ଜୀବଜନ୍ତୁଙ୍କ ପାଇଁ ଘୋର ଶଙ୍କଟ ସୃଷ୍ଟି ହେବାକୁ ଯାଉଛି ବୋଲି ଚର୍ଚ୍ଚା ଯୋର ଧରିଛି । ମଧୁର ଜଳ ଅଭାବ ହେଲେ ହେନ୍ତାଳ ବଣ ଲୋପ ପାଇଯିବା ସହ ବିଶ୍ୱ ଦରବାରରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା କେନ୍ଦ୍ରାପଡାର ଭିତରକନିକା ତାର ପରିଚୟ ହରାଇ ବସିବ । ତେଣୁ ହେନ୍ତାଳ ବଣର ସୁରକ୍ଷା ଆମର ଏକ ନୈତିକ ଦାୟିତ୍ୱ ଏବଂ ମଧୁର ଜଳ ଜନ ଜୀବନ ଓ ଜଙ୍ଗଲ ପରିବେଶ ସୁରକ୍ଷା ନିମନ୍ତ ନିତ୍ୟାନ୍ତ ଆବଶ୍ୟକ । ବିଳାସ ବେଶନ ପାଇଁ ମେଗା ପ୍ରକଳ୍ପ ନାମରେ ଯେପରି ଜଙ୍ଗଲକୁ ନଷ୍ଟ କରାଯାଉଛି ସେମିତି ମଧୁର ଜଳକୁ ବି ନଷ୍ଟ କରାଯାଉଛି । ତେଣୁ ପରିବେଶ ଅସନ୍ତୁଳିତ ଓ ଋତୁ ପରିବର୍ତ୍ତନ ହୋଇ କରୋନା ପରି ମହାମାରୀକୁ ସମ୍ନା କରିବାକୁ ପଡୁଛି । ତେଣୁ ମେଗା ପ୍ରକଳ୍ପ ସ୍ଥାପନ ପୂର୍ବରୁ ପ୍ରକୃତି ଓ ଜୈବ ବିବିଧତା ଉପରେ ବିଶେଷଜ୍ଞମାନଙ୍କ ଦ୍ୱାରା ଅନୁଧ୍ୟାନ ପୂର୍ବକ ସେମାନଙ୍କ ପରାମର୍ଶ ଅନୁଯାୟୀ ପ୍ରକଳ୍ପ କରାଯିବାକୁ ନିବେଦନ କରାଯାଇଛି । ଏହି ନିଆରା ସଚେତନତା କାର୍ଯ୍ୟକ୍ରମକୁ ଟ୍ରଷ୍ଟର ସଭାପତି ଦମନ ମହାନ୍ତି ପରିଚାଳନା କରିଥିବା ବେଳେ ସମ୍ପାଦକ ସୂର୍ଯ୍ୟକାନ୍ତ ପରିଡା, ବରିଷ୍ଠ ସଦସ୍ୟ ବରଦାକାନ୍ତ ବରାଳ, ରାକେଶ ପଣ୍ଡା, ବିନୋଦ ପଣ୍ଡା, ନିଗମ ସାହୁ, ବିଭୁ ପ୍ରସାଦ ସାହୁ, ରାଜେଶ ବାରିକ, ସୁପ୍ରଭାତ ମଲ୍ଲିକ, ବାସୁଦେବ ଦାସ, ରାଜେଶ ସ୍ୱାଇଁ, ରାଜେନ୍ଦ୍ର ବେହେରା, ହରିହର ନାୟକ, ହେମନ୍ତ ସାମଲ, ଧର୍ମେନ୍ଦ୍ର ନାୟକ, ନୃସିଂହ ସାହୁ ଓ କୁନି ସମାଜ ସେବୀ ଚିନୁଆ ପ୍ରମୁଖ ସଦସ୍ୟମାନେ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରି ସଫଳ କରାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ