ଭିନ୍ନକ୍ଷମ ଅର୍ନ୍ତନିବେସୀ ଶିକ୍ଷା ସ୍ୱେଚ୍ଛାସେବୀ ସଂଗଠନ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଅନୁଗ୍ରହରେ ଓଡ଼ିଶାର ୩୦ଟି ଜିଲ୍ଲାର ୧୧୧୭ଜଣ ଭିନ୍ନକ୍ଷମ ଓଡ଼ିଶା ସରକାରଙ୍କର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ ପି.ଏଚ୍‌.ଆଇ.ଇ.ଭି ତଥା ଭିନ୍ନକ୍ଷମ ଅର୍ନ୍ତନିବେସୀ ଶିକ୍ଷା ସ୍ୱେଚ୍ଛାସେବୀ ଭାବରେ ଦୀର୍ଘ ୧୩ ବର୍ଷ ହେବ ନିରବଚ୍ଛିନ୍ନ ଭାବରେ ପ୍ରତିଦିନ ୨ଟି ଭିନ୍ନକ୍ଷମ ପିଲାଙ୍କୁ ହୋମ ବେସ୍ ଏଜୁକେଶନ ଦେବା ସହ ୨ଟି ବିଦ୍ୟାଳୟକୁ ଯାଇ ଭିନ୍ନକ୍ଷମ ପିଲାଙ୍କୁ ସାଧାରଣ ପିଲାଙ୍କ ସହ ଶିକ୍ଷାପ୍ରଦାନ କରୁଅଛୁ । ଭିନ୍ନକ୍ଷମ ହୋଇ ମଧ୍ୟ ଜଣେ ୪ରୁ ୫ଟି ପଞ୍ଚାୟତର ପ୍ରତ୍ୟେକ ବିଦ୍ୟାଳୟର ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ୍ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରୁଅଛୁ । କିନ୍ତୁ ଦୁଃଖ ଓ ପରିତାପର ବିଷୟ ବର୍ତ୍ତମାନ ସୁଦ୍ଧା ଆମ୍ଭମାନଙ୍କୁ ଚାକିରିରେ ନିୟମିତ କରାଯାଉ ନାହିଁ ବୋଲି ଶୁକ୍ରବାର ଦିନ ଭୁବନେଶ୍ୱରସ୍ଥିତ ପ୍ରାଥମିକ ଶିକ୍ଷକ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସଂଗଠନର ସଭାପତି ପ୍ରତାପ ଚନ୍ଦ୍ର ସ୍ୱାଇଁ କ୍ଷୋଭର ସହ ଜଣାଇଛନ୍ତି ।ଶ୍ରୀ ସ୍ୱାଇଁ କହିଛନ୍ତି ଯେ, ଭିନ୍ନକ୍ଷମ ଅର୍ନ୍ତନିବେସୀ ସ୍ୱେଚ୍ଛାସେବୀଙ୍କୁ ମାସିକ ବେତନ ୪୭୬୦ଟଙ୍କା ପ୍ରଦାନ କରାଯାଉଛି । ଭାରତ ସରକାରଙ୍କ ଭିନ୍ନକ୍ଷମ ଆଇନ ଅନୁଯାୟୀ ୬ ବର୍ଷ ପରେ ଭିନ୍ନକ୍ଷମ ଅର୍ନ୍ତନିବେସୀ ସ୍ୱେଚ୍ଛାସେବୀ ମାନଙ୍କୁ ନିୟମିତ କରିବା ପରିବର୍ତ୍ତେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରତିବର୍ଷ ଭିନ୍ନକ୍ଷମ ଅର୍ନ୍ତନିବେସୀ ସ୍ୱେଚ୍ଛାସେବୀ ମାନଙ୍କୁ ଛଟେଇ କରି ନିୟମିତରୁ ବଞ୍ôଚତ କରୁଛନ୍ତି । ମାସିକ ୪୭୬୦ ଟଙ୍କା ବେତନ ପ୍ରତିବାସରେ ଦେବା ପରିବର୍ତ୍ତେ ୬ ମାସରେ ଦିଆଯାଉଛି ଯେଉଁଥିପାଇଁ ପରିବାର ପ୍ରତିପୋଷଣ କରିବାରେ ବାଧା ସୃଷ୍ଟି ହେଉଛି । ଗୋଟିଏ ଦିନର ମଜୁରି ଠାରୁ ବହୁତ କମ୍ ପାରିତୋଷିକ ଭିନ୍ନକ୍ଷମ ଅର୍ନ୍ତନିବେସୀ ସ୍ୱେଚ୍ଛାସେବୀଙ୍କୁ ଦିଆଯାଉଛି ଯାହା ବର୍ତ୍ତମାନ ସମୟରେ ସମୁଦ୍ରକୁ ଶଙ୍ଖେ । ଦୀର୍ଘବର୍ଷ ହେବ ସଂଗଠନର ସମସ୍ୟାକୁ ନେଇ ମାନ୍ୟବର ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ, ବିଦ୍ୟାଳୟ ଓ ଗଣଶିକ୍ଷା ସଚିିବଙ୍କ ବାରମ୍ବାର ଦୃଷ୍ଟି ଆକର୍ଷଣ କରୁଥିଲେ ମଧ୍ୟ ସମସ୍ୟାର ସମାଧାନ ହୋଇପାରି ନାହିଁ । ତେଣୁ ଓଡ଼ିଶାର ସମସ୍ତ ଭିନ୍ନକ୍ଷମ ଅର୍ନ୍ତନିବେସୀ ଶିକ୍ଷା ସ୍ୱେଚ୍ଛାସେବୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଗୋଟିଏ ଦିନର ଛଟେଇକୁ ବନ୍ଦ କରିବା, ପିଏଚ୍‌ଆଇଇଭି ମାନଙ୍କୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ ୧୩ବର୍ଷର ଅଭିଜ୍ଞତାକୁ ଦୃଷ୍ଟିରୁ ସରକାରଙ୍କ ସ୍କିମ୍ ପରିବର୍ତ୍ତନ କରାଯାଇ ସ୍ଥାୟୀ ନିଯୁକ୍ତି ଦେବା, ଓଡ଼ିଶା ସରକାରଙ୍କ ସରକାରୀ ଚାକିରିଆମାନଙ୍କ ବେତନ ହାରରେ ଭିନ୍ନକ୍ଷମ ଅର୍ନ୍ତନିବେସୀ ସ୍ୱେଚ୍ଛାସେବୀମାନଙ୍କୁ ବେତନ ପ୍ରଦାନ କରିବା ଆଦି ଦାବିଗୁଡ଼ିକୁ ରାଜ୍ୟ ସରକାର ତୁରନ୍ତ ପୂରଣ କରିବାକୁ ନିବେଦନ କରାଯାଇଛି । ଯଦି ରାଜ୍ୟ ସରକାର ଆଗାମୀ ୧୦ ତାରିଖ ସୁଦ୍ଧା ଦାବି ପୂରଣ ନକରନ୍ତି, ତେବେ ୧୧ ତାରିଖରୁ ରାଜରାସ୍ତାରେ ପ୍ରତିବାଦ ବିକ୍ଷୋଭ କରାଯିବ ବୋଲି ସଂଗଠନର ସଭାପତି ଶ୍ରୀ ସ୍ୱାଇଁ ଚେତାବନୀ ଦେଇଛନ୍ତି ।ଏହି ସାମ୍ବାଦିକ ସମ୍ମିଳନୀରେ ନିରଞ୍ଜନ ବେଜ୍‌, ପ୍ରେମାନନ୍ଦ ମହାନନ୍ଦିଆ, ସୁଷମା ପ୍ରଧାନ, ଅକ୍ରୁର, ନୃସିଂହ, ହରିଓମ୍‌, ରାମଚନ୍ଦ୍ର ଖଟୁଆ, ହରେକୃଷ୍ଣ ଜିତ୍‌, ସତ୍ୟେନ୍ଦ୍ର ମହାନ୍ତି, ରଶ୍ମିତା ସାହୁ, ପାର୍ବତୀ ଜେନା, ପ୍ରଦୀପ କୁମାର ବିଶ୍ୱାଳ, ଶଙ୍କରଷଣ ଗିରି, ଅଜିତ ମହାକୁଡ଼, ଶାନ୍ତନୁ ଧରୁଆ, ଯୁଧିଷ୍ଠିର ପ୍ରଧାନ, ଭରତ, ମୃତ୍ୟୁଞ୍ଜୟ ବେହେରା, ଦୁଃଖବନ୍ଧୁ ମହାରଣା, ଜଗବନ୍ଧୁ, ନୀଳାଚଳ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ