ଭିନ୍ନକ୍ଷମ ଓ ବୟସ୍କ ନାଗରିକଙ୍କ ମତଦାନ
ହାଟଡିହି, (ବିକାଶ ବିଶ୍ୱାଳ ) :-ସାଧାରଣ ନିର୍ବାଚନ ଠାରୁ ପଞ୍ଚାୟତ ନିର୍ବାଚନର ଭିନ୍ନତା ରହିଛି । ସାଧାରଣ ନିର୍ବାଚନର ମତଦାନ ହାର ଠାରୁ ପଞ୍ଚାୟତ ନିର୍ବାଚନ ର ମତଦାନ ହାର ଅଧିକ ହୋଇଥାଏ । ବିଶେଷକରି ୱାର୍ଡସଭ୍ୟ ସଭ୍ୟା ନିର୍ବାଚନ ଥିବାରୁ ଓ ନିର୍ବାଚନର ଫଳାଫଳ ଖଣ୍ଡେ ଦୁଇଖଣ୍ଡ ଭୋଟରେ ହେଉଥିବାରୁ ଏହାର ଗୁରୁତ୍ୱ ସାଧାରଣ ନିର୍ବାଚନ ଠାରୁ ଅଧିକ ହୋଇଥାଏ । ତେଣୁ ପ୍ରାର୍ଥୀ ଓ ସେମାନଙକ ସମର୍ଥକ ମାନେ ଭୋଟର ମାନଙ୍କୁ ଯେକୌଣସି ଉପାୟରେ ମତଦାନ କେନ୍ଦ୍ରକୁ ଆଣି ମତଦାନ କରାଇଥାନ୍ତି । ଆଜି ବିଭିନ୍ନ ମତଦାନ କେନ୍ଦ୍ରରେ ଏହିପରି କେତେ ଭିନ୍ନକ୍ଷମ, ବୃଦ୍ଧବୃଦ୍ଧା ଆସି ମତଦାନ କରୁଥିବା ଦେଖିବାକୁ ମିଳିଥିଲା । କିଛି ନୁଆ ଭୋଟର ପ୍ରଥମଥର ପାଇଁ ଭୋଟ ଦେଉଥିବାବେଳେ ସେମାନଙ୍କ ଠାରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା ।


