ଭିନ୍ନକ୍ଷମ ଛାତ୍ରୀ ହତ୍ୟାକାରୀକୁ ଆଜୀବନ ଜେଲଦଣ୍ଡ ଓ ୫ହଜାର ଜରିମାନା

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) -ଭିନ୍ନକ୍ଷମ ଛାତ୍ରୀ ହତ୍ୟାକାରୀକୁ ଆଜୀବନ ଜେଲଦଣ୍ଡ ଓ ୫ହଜାର ଟଙ୍କା ଜରିମାନା ହୋଇଥିବା ଗଜପତି ଜିଲ୍ଲା କୋର୍ଟରେ ରାୟ ପ୍ରକାଶ ପାଇଛି । ଘଟଣାରୁ ପ୍ରକାଶ ଯେ ଗତ ତା୨୮.୧୧.୨୦୧୫ରିଖରେ ଗୁମ୍ମା ବ୍ଲକ ସେରଙ୍ଗ ଥାନା ଅନ୍ତର୍ଗତ ପାଡାଭଲ ଗ୍ରାମର ସୁଜିତ ଶବର ରାଫେସିଂ ଆଶ୍ରମ ସ୍କୁଲରେ ଜବରଦସ୍ତି ଗେଟ ପାର ହୋଇ ସ୍କୁଲର ତୃତୀୟ ଶ୍ରେଣୀ ଗୃହକୁ ଯିବାବେଳେ ତାକୁ ଦେଖି ଶ୍ରେଣୀର ସମସ୍ତ ଛାତ୍ରଛାତ୍ରୀ ଭୟରେ ଦୌଡିଥିଲେ । ହେଲେ ବାଷ୍ଟିରାଣୀ ରଇତ ଶାରିରୀକ ଅକ୍ଷମତା ଯୋଗୁଁ ଦୈାଡିପାରିନଥିଲେ । ଅଭିଯୁକ୍ତ ଜଣକ ତାଙ୍କୁ ଧରି ତାଙ୍କ ମୁଣ୍ଡ ଛାତି ଓ ପିଠିକୁ ଆଘାତ ଦେବା ସହ ଲାତ, ବିଧା ମାରିବା ସହ ସେଠାରୁ ଚାଲି ଯାଇଥିଲା । ଫଳରେ ସେ ଅଚେତ ହୋଇପଡିଥିଲେ । ସେହି ସମୟରେ ସେଠାରେ ଶ୍ରେଣୀ ଶିକ୍ଷକ ମଧ୍ୟ ନଥିଲେ । ପରେ ତାଙ୍କୁ ଗୁମ୍ମା ସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା । ପରେ ଅବସ୍ଥା ଗୁରୁତର ହେବାରୁ ପାରଳାଖେମୁଣ୍ଡି ସ୍ଥିତ ଜିଲା ମୁଖ୍ୟ ଚିକିତ୍ସାଳୟ ଏବଂ ପୁଣି କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ବଡମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ମାତ୍ର ଚିକିତ୍ସାଧିନ ଅବସ୍ଥାରେ ଛାତ୍ରୀର ମୃତ୍ୟୁ ଘଟିଥିଲା । ସେ ସମୟରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଅଭିଯୁକ୍ତଙ୍କ ବିରୁଦ୍ଧରେ ଏତଲା ଦେଇଥିଲେ ଏବଂ ସେହି ଏତଲାକୁ ଭିତ୍ତିକରି ସେରଙ୍ଗ ଥାନାରେ ଥାନା ଅଧିକାରୀ ଚନ୍ଦ୍ରମଣୀସିଂ ଅନୁସନ୍ଧାନ କରି ଅଭିଯୁକ୍ତକୁ ଗିରଫ କରିଥିଲେ । ସେହି ମାମଲାର ବିଚାର କରି ଜିଲା ଦୌରାଜଜ୍ ଅଭିଯୁକ୍ତଙ୍କୁ ଆଜୀବ କାରାଦଣ୍ଡରେ ଦଣ୍ଡିତ କରିଥିବାର ଜଣାପଡିଛି । ତେବେ ସେ ସମୟରେ ୫୯/୧୫ରେ ମାମଲା ରୁଜୁ ହୋଇଥିବାବେଳେ ଜି.ଆର. ନଂ ୨୪/୧୬ରେ ଗଜପତି ଜିଲା ଦୌରାଜଜ୍ ବିଶ୍ୱଜିତ ଦାଶ ଅଦାଲତରେ ବିଚାର ପ୍ରକ୍ରିୟା ଚାଲୁ ରହିଥିଲା । ଅଭିଯୋଗକାରୀଙ୍କ ପକ୍ଷରୁ ୨୦ଗୋଟି ସାକ୍ଷୀ ଓ ଅଭିଯୁକ୍ତଙ୍କ ପକ୍ଷରୁ ୨ଗୋଟି ସାକ୍ଷୀ ଏହିପରି ମୋଟ ୨୨ଗୋଟି ସାକ୍ଷ, ଡାକ୍ତରୀ ରିପୋର୍ଟ ଓ ପାରିପାର୍ଶିକ ସ୍ଥିତିକୁ ଅନୁଧ୍ୟାନକରି ଜିଲା କୋର୍ଟ ପକ୍ଷରୁ ଏହି ରାୟ ପ୍ରଦାନ କରାଯାଇଥିବାର ଜଣାପଡିଛି । ସରକାରଙ୍କ ପକ୍ଷରୁ ଏହି ମାମଲାକୁ ସରକାରୀ ଆଇନଜିବୀ ଶରତ ଚନ୍ଦ୍ର ପ୍ରଧାନ ମାମଲା ପରିଚାଳନା କରିଥିବାର ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ