ଭିନ୍ନ ଢଙ୍ଗରେ ପାଳିଲେ ରଜ

ମୋହନା, (ଅଂଶୁମାନ ପଣ୍ଡା):ଗଜପତି ଜିଲ୍ଲା ମୋହନା ବ୍ଳକ ବଡଖଣି ପଂଚାୟତରେ ରାସ୍ତା କଡରେ ଗଛରେ ଦୋଳି ବାନ୍ଧି ଦୋଳିକୁ ସାଜସଜ୍ଜା କରି ପୂଜା କରିବା ସହ ନୂଆ ବସ୍ତ୍ର ପରିଧାନ କରି ଅଳତା, ମେହେନ୍ଦି ସହ ନିଜେ ସଜବାଜ୍ଜ ହୋଇ ସାଙ୍ଗସାଥିଙ୍କ ସହ ମାସ୍କ ପରିଧାନ କରି ନିଜ ଭିତରେ ଦୂରତା ରଖି ରଜ ପର୍ବ ପାଳନ ହୋଇଛି । ସେପରି ଛୋଟ ପିଲାମାନେ ମଧ୍ୟ ମାସ୍କ ପିନ୍ଧି ଦୋଳି ଖେଳିଥିଲେ ଓ କିଛି ଜାଗାରେ ଲକଡାଉନ୍ ଯୋଗୁଁ କରୋନାକୁ ଭୟଭୀତ କରି ନିଜ ଘରେ ହିଁ ଦୋଳି ବାନ୍ଧି ଦୋଳି ଖେଳିଥିଲେ । ନା ସାଙ୍ଗସାଥି ନା ବନ୍ଧୁ ବାନ୍ଧବଙ୍କ ଘରକୁ ଯାଇ ପାଳି ପାରିଲେ ରଜ । ରଜ ଗୀତ ଗାଇ ନିଜ ଭିତରେ ସାମାଜିକ ଦୂରତା ରଖି ପାଳନ ହୋଇଛି ରଜ ପର୍ବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ