ଭିଭିଡ୍ ସିଡ୍ନୀ ୨୦୧୯ରେ ଶ୍ରେଷ୍ଠତମ ସ୍ଥାନରେ ଅନନ୍ୟ ଅଭିଜ୍ଞତା ହାସଲ କରନ୍ତୁ

ଭିଭିଡ୍ ସିଡ୍ନୀ ପକ୍ଷରୁ ଆୟୋଜିତ ସଙ୍ଗୀତ, ଆଲୋକର ଅନନ୍ୟ କାର୍ଯ୍ୟକ୍ରମ ଭିଭିଡ଼୍ ମ୍ୟୁଜିକ ୨୦୧୯ ମେ ୨୪ ତାରିଖଠାରୁ ଜୁନ୍ ୧୫ ପର୍ଯ୍ୟନ୍ତ ୨୩ ଦିନ ଧରି ଅନୁଷ୍ଠିତ ହେବ । ଦକ୍ଷିଣ ଗୋଲ୍ରା୍ଦ୍ଧର ଏକ ଉତ୍ସବ ଭାବେ ଏହା ପରିଗଣିତ । ସ୍ଥାନୀୟ ଅଂଚଳର ସମାଜିକ ତଥା ସାଂସ୍କୃତିକ ଉତ୍ସବ । ଅବସରରେ ଭିଭିଡ୍ ସିଡ୍ନୀ ନ୍ୟୁ ସାଉଥ୍ ୱେଲସ୍ ସିଇଓ ଏବଂ ଏକ୍ସୁିକ୍ୟୁଟିଭ୍ ପ୍ରଡ୍ୟୁସର ସାଣ୍ଡ୍ରା ଚିପ୍ଚାସେ କହିଲେ, “ଏହା ଅଷ୍ଟ୍ରେଲିଆର ପ୍ରମୁଖ ଉତ୍ସବ । ଏଥିରେ ଲାଇଟ୍ ଆର୍ଟିଷ୍ଟ୍. ମ୍ୟୁଜିକ୍ ମେକର ଉଲ୍ଲେଖନୀୟ ପ୍ରଦର୍ଶନ କରିବେ । ଏହା ଏସିଆ-ପାସିଫିକ୍ର ଏକ ଗୁରୁତ୍ୱପୂର୍ଣ୍ର ହବ୍ ଭାବେ ପରିଗଣିତ ହେଉଛି । ଏଥିରେ ଦେଶ ବିଦେଶର ଅସଂଖ୍ୟ ପର୍ଯ୍ୟଟକ ଏଠାରେ ଖାଦ୍ୟ ପାନୀୟ ସହିତ ସାଂସ୍କୃତିକ ଉତ୍ସବର ଆନନ୍ଦ ନେଇପାରିବେ । ସେମାନେ ଏଠାକାର ହାରବରରେ କରାଯାଇଥିବା ଆଲୋକ ଏବଂ ସଙ୍ଗୀତର କାର୍ଯ୍ୟକ୍ରମକୁ ଉପଭୋଗ କରିବାର ଅବସର ଲାଭ କରିପାରିବେ । ଚଳିତବର୍ଷ ଅଂଶଗ୍ରହଣକାରୀଙ୍କ ପାଇଁ ଆକର୍ଷଣୀୟ ଅଫର ଉପଲବ୍ଧ ହେଉଛି । ସେମାନଙ୍କ ପାଇଁ ରାତ୍ରୀ ଭୋଜନର ଏକ ନିଆରା ଅନୁଭୁତି ଏଠାକାର ବିଭିନ୍ନ ରେଷ୍ଟୁରାଂଟ୍ରେ ଉପଲବ୍ଧ ହେବ । ସେମାନେ ଓ ବାର୍ ଆଣ୍ଡ ଡାଇନିଂ, ସାଙ୍ଗ୍ରି ଲା ସିଡ୍ନୀର ବ୍ଲୁ ବାର୍ ଅନ୍ ୩୬, କ୍ଲବ୍ ଇଂଟର କଂଟିନେଟାଲ ସିଡ୍ନୀରେ ପାରମ୍ପରିକ ଖାଦ୍ୟ ଏବଂ ପାନୀୟ ମଜ୍ଜା ନେଇ ପାରିବେ । ପର୍ଯ୍ୟଟକ ଏହି ଅବସରରେ ସାମସଙ୍ଗ ଇଲେକ୍ଟ୍ରିକ୍ ପ୍ଲେଗ୍ରାଉଣ୍ଡ୍ରେ ସ୍କାଏ ୱାକ୍ କରିବାର ଆନନ୍ଦ ନେଇ ପାରିବେ । ୬-୫ ମିଟର ସ୍ଲାଇଡ୍ରେ ବସି ପର୍ଯ୍ୟଟକ ଏକ ସ୍ୱତନ୍ତ୍ର ଅନୁଭୁତି ହାସଲ କରିପାରିବେ । ଏଠାରେ ୨୦ ଗ୍ୟାଲେକ୍ସି ଏସ୍-୧୦ ହ୍ୟାଣ୍ଡ୍ସେଟ୍ ଦ୍ୱାରା ସୁପର ଲୋ ଳାଇଟ୍ରେ ପର୍ଯ୍ୟଟକ ଅନନ୍ୟ ଆନନ୍ଦର ମଜ୍ଜା ନେଇ ପାରିବେ । ସେହିପରି ପର୍ଯ୍ୟଟକ ତୋରାଙ୍ଗା ଜୁ, ରୋ୍ ଏବଂ ସ୍ନୋର କାର୍ଯ୍ୟକ୍ରମ, ଇଗୁଲ୍ ଅନ୍ ଦି ପିଅର୍, ବ୍ରିଜ୍ କ୍ଲାଇବିଂ ଆଦିରେ ଥିବା ଅବାସସ୍ଥଳରେ ରାତିରେ ରହିବାରେ ଆନନ୍ଦ ନେଇ ପାରିବେ । ପର୍ଯ୍ୟଟକ ଏହି ଅବସରରେ ବ୍ରିଜ୍ କ୍ଲାଇମ୍ବ୍ର ଆନନ୍ଦ ନେଇ ପାରିବେ । ସେହିପରି ସିଡ୍ନୀ ଅପେରା ହାଉସ୍ରେ ମଜ୍ଜା ନେଇପାରିବେ । ପର୍ଯ୍ୟଟକ ସିଡ୍ନୀ କ୍ରୁଏଜ୍ରେ ୨ ଘଂଟା ପାଇଁ ବୁଲିବାର ଆନନ୍ଦ ନେଇ ପାରିବେ । ସେହିପରି ଆବ୍ରୋଜିନାଲ୍ କଲଚର୍ ପରଫରମାନ୍ସ୍ରେ ୩୫ ଡଲାର ବିନିମୟରେ ଆନନ୍ଦ ନେଇପାରିବେ । ସେହିପରି କାଟାମାରାନ୍ା କ୍ରୁଏଜ୍ରେ ୯୦ ମିନିଟ୍ ପାଇଁ ପର୍ଯ୍ୟଟକ ବୁଲି କେବଳ ୪୯ ଡଲାର ପୈଠ କରିବେ । ସିକ୍ସ୍ କୋର୍ସ ଡେଗୁସନ୍ ଡିନର କ୍ରୁଏଜ୍ରେ ପର୍ଯ୍ୟଟକ ଖାଦ୍ୟ ଓ ପାନୀୟ ମଜ୍ଜା ୨୭୦ ଡଲାରରେ ନେଇ ପାରିବେ । ପର୍ଯ୍ୟଟକ ସିଡନୀ ହେଲି ଟୁର୍ ୨୫ ମିନିଟ୍ ପାଇଁ ବୁଲିବାର ଆନନ୍ଦ ନେଇପାରିବେ । ସେହିପରି ସିଡନୀ ଟାୱାର ଆଇରେ ପ୍ରାକୃତିକ ଶୋଭାର ମନୋରମ ଦୃଶ୍ୟ ଉପଭୋଗ କରିପାରିବେ । ଚାଟସ୍ଉଡ୍ରେ ପର୍ଯ୍ୟଟକ ଭ୍ରମଣର ନିଆରା ଅନୁଭୁତି ନେଇ ପାରିବେ । ଏଠାକାର ଲାଇଟ୍ ବଜାର, କ୍ୟାସକ୍ୟାଡିଂ ହାର୍ପ ପର୍ଯ୍ୟଟକଙ୍କୁ ଆନନ୍ଦିତ କରାଇବ । ପର୍ଯ୍ୟଟକ ସିଡ୍ନୀ ହେଲି ଟୁର୍ ଟୂର ମଜ୍ଜା ନେଇ ପାରିବେ । ପର୍ଯ୍ୟଟକ ଲୁନା ପାର୍କରେ ବୁଲିବାର ମଜ୍ଜା ନେଇପାରିବେ । ଏଠାକର ଅସଂଖ୍ୟ ଏଲଇଡି ଆଲୋକର ମନୋରମ ଶୋଭା ପର୍ଯ୍ୟଟକଙ୍କୁ ବେଶ୍ ଆକର୍ଷିତ କରିବ । ସେହିପରି ଆମେରିକାନ୍ ଏକ୍ସପ୍ରେସ୍ରେ ପର୍ଯ୍ୟଟକ ସହଜରେ ଗମନା ଗମନର ସୁବିଧା ହାସଲ କରିପାରିବେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ