ଭିଭୋର ବର୍ଷପିଛା ଅଭିବୃଦ୍ଧି ହାର ୧୧୯ପ୍ରତିଶତ ଛୁଇଁଲା
ବିଶ୍ୱସ୍ତରୀୟ ସ୍ମାର୍ଟଫୋନ୍ ବ୍ରାଣ୍ଡ୍ ଭିଭୋ ପ୍ରଥମ ତ୍ରୟମାସରେ ରେକର୍ଡ ପରିମାଣର ୧୧୯ ପ୍ରତିଶତ ଅଭିବୃଦ୍ଧି ହାସଲ କରିବାକୁ ସକ୍ଷମ ହୋଇପାରିଛି । ସେହିପରି ଏହାର ବାର୍ଷିକ ଶିପ୍ମେଂଟ୍ରେ ୪ ପ୍ରତିଶତ ବୃଦ୍ଧି ହୋଇପାରିଛି । କମ୍ପାନୀର ୱାଇ ସିରିଜ୍ ସ୍ମାର୍ଟଫୋନ୍ ତଥା ଭି-୧୫ ଭଲ କାରବାର କରିବା ସହିତ ଗ୍ରାହକଙ୍କ ମଧ୍ୟରେ ସକାରାତ୍ମକ ପ୍ରଭାବ ସୃଷ୍ଟି କରିବାକୁ ସକ୍ଷମ ହୋଇପାରିଛି । ୨୦ ହଜାର ଟଙ୍କା ମଧ୍ୟରେ ଭିଭୋର ୱାଇ ସିରିଜ୍ ବେଶ୍ ଲୋକପ୍ରିୟ ରହିଥିବାବେଳେ ୨୦ ହଜାର ଟଙ୍କାରୁ ଅଧିକ ମୂଲ୍ୟ ମଧ୍ୟରେ ଭି ସରିଜ୍ ଗ୍ରାହକଙ୍କୁ ଆକୃଷ୍ଟ କରିବାକେୁ ସକ୍ଷମ ହୋଇପାରିଛି । ଭିଭୋ ୨୦୧୯ର ପ୍ରଥମ ତ୍ରୟମାସରେ ୧୨ ପ୍ରତିଶତ ବଜାର ଅଂଶଧନ ହାସଲ କରିବାକୁ ସକ୍ଷମ ହୋଇଥିବାବେଳେ ୨୦୧୮ ପ୍ରଥମ ତ୍ରୟମାସରେ ଏହା ୬ ପ୍ରତିଶତ ଥିଲା । ଏହି ଅବସରରେ ଭିଭୋ ଇଣ୍ଡିଆର ବ୍ରାଣ୍ଡ୍ ଷ୍ଟାର୍ଟେଜି ନିର୍ଦ୍ଦେଶକ ନିପୁନ ମାରୟା କହିଲେ,” ଭିଭୋ ଗ୍ରାହକଙ୍କର ପ୍ରସନ୍ଦର ସ୍ମାର୍ଟଫୋନ ପାଲଟିଛି । ଏହା ଅତ୍ୟନ୍ତ ଆନନ୍ଦର କଥା । ଭାରତୀୟ ଗ୍ରାହକ ଆମ ଉପରେ ଭରସା ଏବଂ ବିଶ୍ୱାସ କରୁଥିବାରୁ ଆମେ ସେମାନଙ୍କୁ ଧନ୍ୟବାଦ ଜଣାଉଛୁ । ଭିଭୋର ୱାଇ-୮୩-ପ୍ରୋ, ୱାଇ-୯୫, ଭି-୯, ଭି-୯ ପ୍ରୋ, ଭି-୧୧, ଭି-୧୧ ପ୍ରୋ, ଭି-୧୫ ଏବଂ ଭି-୧୫ ପ୍ରୋ ଗ୍ରାହକଙ୍କ ପସନ୍ଦର ଫୋନ ପାଲଟିଛି । ଭିଭୋ ସାମ୍ପ୍ରତିକ ଜ୍ଞାନକୌଶଳରେ ଏକ ନୂତନ କ୍ଷେତ୍ର ସୃଷ୍ଟି କରିବା ସହିତ ଗ୍ରାହକଙ୍କୁ ଆକର୍ଷିତ କରିବାକୁ ସକ୍ଷମ ହୋଇପାରିଛି ।”
ଭିଭୋ ଦ୍ରୁତ ଅଭିବୃଦ୍ଧିଶୀଳ ସ୍ମାର୍ଟଫୋନ୍ ଭାବେ ଭାରତରେ ବେଶ୍ ସଫଳ ରହିଛି । ଏହାର ଭି-୧୫ ଭି ସିରିଜ୍ ମଧ୍ୟରେ ବେଶ୍ ସଫଳ ରହିଛି । ସୂଚନାଯୋଗ୍ୟ, ବିଶ୍ୱସ୍ତରରେ ସ୍ମାର୍ଟଫୋନ୍ ନିର୍ମାଣ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ଭିଭୋ ଭାରତରେ ଏହାର କାରବାର ୨୦୧୪ ମସିହାରେ ଆରମ୍ଭ କରିଥିଲା । ଅତି ସ୍ୱଳ୍ପ ସମୟ ମଧ୍ୟରେ ଏହା ସ୍ମାର୍ଟବ୍ରାଣ୍ଡ୍ ଭାବରେ ନିଜର ସ୍ଥିତିକୁ ସୁଦୃଢ଼ କରିପାରିଥିଲା । ସମ୍ପ୍ରତି ଦେଶର ୨୭ ରାଜ୍ୟ ଏବଂ ୫ଟି କେନ୍ଦ୍ରଶାସିତ ଅଂଚଳର ୫୩୯ରୁ ଅଧିକ ସହରରେ କମ୍ପାନୀର ୫୦୦ରୁ ଅଧିକ ସର୍ଭିସ୍


