ଭିଭୋ କାରବାରରେ ୬୩.୨% ବୃଦ୍ଧି

ନୂଆଦିଲ୍ଲୀ, (ଏଜେନ୍ସି): ବିଶ୍ୱସ୍ତରୀୟ ସ୍ମାର୍ଟଫୋନ୍ ବ୍ରାଣ୍ଡ ଭିଭୋ ପକ୍ଷରୁ ଏହାର ଜିଏଫ୍କେ ରିପୋର୍ଟ ପ୍ରକାଶ କରାଯାଇଛି । ୨୦୧୮ ଜାନୁୟାରୀ ତୁଳନାରେ ୨୦୧୯ ଜାନୁଆରୀ ସୁଦ୍ଧା ଏହାର ରାଜସ୍ୱ ଅଭିବୃଦ୍ଧି ହାର ୬୩.୨% ରହିଛି । ସେହିପରି ଏହି ସମୟରେ ଏହାର ଭଲ୍ୟୁମ୍ ଅଭିବୃଦ୍ଧି ହାର ୬୦.୯% ରହିଛି । ୨୦୧୯ରେ ଏହାର ବୃଦ୍ଧି ହାର ୧୬.୮% ଥିବାବେଳେ ୨୦୧୮ରେ ଏହା ୧୪.୨% ରହିଥିଲା । ଜ୍ଞାନକୌଶଳ ତଥା କାରବାର ବୃଦ୍ଧି ଦୃଷ୍ଟିରୁ ଭିଭୋ ପାଇଁ ୨୦୧୮ ବର୍ଷ ବେଶ୍ ସଫଳ ରହିଥିବା କମ୍ପାନୀ ପକ୍ଷରୁ କୁହାଯାଇଛି । ୨୦୧୮ରେ ଏହା ଭିଭୋ-୧୧, ଭିଭୋ-୧୧ ପ୍ରୋ ୨୦ରୁ ୩୦ ହଜାର ଟଙ୍କା ବର୍ଗରେ ବଜାର ପ୍ରବେଶ କରିଥିଲା । ସେହିପରି ୱାଇ ସିରିଜ୍କୁ ୨୦ ହଜାର ଟଙ୍କା ମଧ୍ୟରେ ଏବଂ ଭି-ସିରିଜ୍ ୨୦ ହଜାର ଟଙ୍କାରୁ କମ୍ରେ ବଜାର ପ୍ରବେଶ କରାଯାଇଥିଲା । ଏହି ମର୍ମରେ ୨୦୧୮ ଚତୁର୍ଥ ତ୍ରୈମାସରେ ୧୫.୮% ରାଜସ୍ୱ ବୃଦ୍ଧି ହୋଇଥିବାବେଳେ ୧୩% ଭଲ୍ୟୁମ୍ ଅଭିବୃଦ୍ଧି ହୋଇଛି । ତୃତୀୟ ତ୍ରୈମାସରେ ଏହା ଯଥାକ୍ରମେ ୨.୬% ଏବଂ ୫.୨% ଥିଲା । ଏହି ଅବସରରେ ଭିଭୋ ଇଣ୍ଡିଆର ବ୍ରାଣ୍ଡ୍ ଷ୍ଟ୍ରାଟେଜି ନିର୍ଦ୍ଦେଶକ ନିପୁନ୍ ମରାୟା କହିଛନ୍ତି ଯେ ଭିଭୋ ସାମ୍ପ୍ରତିକ କ୍ୟାମେରା ଜ୍ଞାନକୌଶଳରେ ଏକ ନୂଆ କ୍ଷେତ୍ର ସୃଷ୍ଟି କରିବା ସହିତ ଆଗାମୀ ଦିନରେ କ୍ୟାମେରାର ଅଭିଜ୍ଞତାକୁ ବିଶେଷ ରୁଦ୍ଧିମନ୍ତ କରିବାକୁ ସକ୍ଷମ ହେବ । ଭିଭୋର ଭି-୧୫ ପ୍ରୋ ସ୍ମାର୍ଟଫୋନ୍ ଭି-ସିରିଜ୍ ବର୍ଗରେ ଶ୍ରେଷ୍ଠ ସ୍ମାର୍ଟଫୋନ୍ର ମାନ୍ୟତା ହାସଲ କରିପାରିଥିବା ସେ କହିଛନ୍ତି । ଏହା ଏକ ସପ୍ତାହ ମଧ୍ୟରେ ଅଫ୍ଲାଇନ୍ ଏବଂ ଅନ୍ଲାଇନ୍ରେ ବେଶ୍ ଗ୍ରାହକ ଆଦୃତି ଲାଭ କରିପାରିଥିଲା । ଜିଏଫ୍କେ ହେଉଛି କାରବାର ସମ୍ପର୍କିତ ଏକ ରିପୋର୍ଟ । ଏହା କମ୍ପାନୀର ରାଜସ୍ୱ ଏବଂ ଭଲ୍ୟୁମ୍ ସମ୍ପର୍କରେ ସୂଚିତ କରିଥାଏ । ସୂଚନାଯୋଗ୍ୟ ଯେ ୨୦୧୪ରେ ଭିଭୋ ଏହାର କାରବାର ଆରମ୍ଭ କରିଥିବାବେଳେ ଇତିମଧ୍ୟରେ ଦେଶର ୫୩୯ ସହର, ୨୭ ରାଜ୍ୟ ଏବଂ ୫ କେନ୍ଦ୍ର ଶାସିତ ଅଞ୍ଚଳରେ ୫୫୦ ସର୍ଭିସ୍ ସେଣ୍ଟର ସ୍ଥାପନ କରିବାକୁ ସକ୍ଷମ ହୋଇପାରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ