ଭିଭୋ ଜେଡ୍ ସିରିଜର ଦ୍ୱିତୀୟ ହ୍ୟାଣ୍ଡସେଟ ର ଶୁଭାରମ୍ଭ

ଜୁଲାଇରେ ଜେଡ୧ପ୍ରୋ ର ସଫଳତା ସହ ବଜାର ପ୍ରବେଶ ପରେ ବିଶ୍ୱର ଅଭିନବ ସ୍ମାର୍ଟଫୋନ ବ୍ରାଣ୍ଡ ଏହାର ଜେଡ ସିରିଜ ରେ ଅନଲାଇନ ଫୋକସ ଥାଇ ଆଉ ଏକ ଫୋନ ଭିଭୋ ଜେଡ୧ଏକ୍ସ ର ଶୁଭାରମ୍ଭ କରିଛି । ଏହି ଫୋନ ଦୁଇଟି ପ୍ରକାରରେ ଯଥା ୬ଜିବି + ୬୪ ଜିବି ଏବଂ ୬ ଜିବି + ୧୨୮ ଜିବି ବଜାର ପ୍ରବେଶ କରିବାକୁ ଯାଉଛି । ଫ୍ୟୁଜନ ବ୍ଲୁ ଏବଂ ଫ୍ୟାଂଟମ ପରପଲ ରେ ଆସୁଥିବା ଏହି ଫୋନର ଦାମ ୬ଜିବି + ୬୪ ଜିବି ପାଇଁ ୧୬୯୯୦ ଟଙ୍କା ଥିବା ବେଳେ ୬ ଜିବି + ୧୨୮ଜିବି ପାଇଁ ଏହା ୧୮୯୯୦ ଟଙ୍କା ଧାର୍ଯ୍ୟ କରାଯାଇଛି । ସେପ୍ଟେମ୍ବର୧୩ ଠାରୁ ଏହି ଫ୍ଲିପକାର୍ଟ ଏବଂ ଭିଭୋ ଇଣ୍ଡିଆ ଇ ଷ୍ଟୋରରେ ଉପଲବ୍ଧ ହେବ । ଏହି ନୂତନ ଜେଡ୧ଏକ୍ସ ଶକ୍ତିଶାଳୀ କ୍ୱାଲକମ ସ୍ନାପଡ୍ରାଗନ ଦ୍ୱାରା ସଂଚାଳିତ ହେବ । ଏଥିରେ ୪୫୦୦ଏମଏଏଚ ବ୍ୟାଟେରୀ ସହ ୨୨.୦୫ ଡବ୍ଲୁ ଫ୍ଲାସ୍ଚାର୍ଜ ଅଛି । ଏହି ହ୍ୟାଣ୍ଡସେଟରେ୪୮ଏମପି ପ୍ରାଇମେରି କ୍ୟାମେରା, ୮ଏମପି ସୁପର ୱାଇଡଆଙ୍ଗଲ୍ କ୍ୟାମେରା ଏବଂ ୨ଏମପି ଡେପ୍ଥ କ୍ୟାମେରା ସହ ଏଆଇ ଟ୍ରିପଲ ରିୟର କ୍ୟାମେରା ରହିଛି । ତ୍ରୁଟି ବିିହିନ ସେଲ୍ଫି ପାଇଁ ଏଥିରେ ୩୨ ଏମପି କ୍ୟାମେରା ଅଛି ଜେଡ୧ଏକ୍ସ ରେ ୧୬.୨୦ସିଏମ (୬.୩୮) ଏଫଏଚଡି ପ୍ଲସ୍ ସୁପର ଆମୋଲେଡ ଡିସପ୍ଲେ ଯୋଗୁ ଏହି ଫୋନ .୪୮ସେକେଣ୍ଡ ରେ ଅନଲକ ହୋଇଥାଏ ।ଉପରୋକ୍ତ ମାନଙ୍କ ପାଇଁ ଭିଭୋ ଜେଡ୧ଏକ୍ସ କ୍ରୟ ଉପରେ ଆକର୍ଷଣୀୟ ଅଫର ମାନ ଉପଲବ୍ଧ ଅଛି । ତନ୍ମଧ୍ୟରେ ଏଚଡିଏଫସି କାର୍ଡ ଏବଂ ଇଏମଆଇ କ୍ରୟ ଉପରେ ୧୨୫୦ ପର୍ଯ୍ୟନ୍ତ ଛାଡ, ୬୦୦୦ ଟଙ୍କା ପର୍ଯ୍ୟନ୍ତ ଜିଓ ର ଫାଇଦା ଏବଂ ୬ ମାସର ବିନା ମୁଲ୍ୟର ଇଏମଆଇ ପ୍ରଦାନ କରାଯାଇଛି । ଭିଭୋ ଇଣ୍ଡିଆର ବ୍ରାଣ୍ଡ ଷ୍ଟ୍ରାଟେଜି ନିର୍ଦ୍ଦେଶକ ନିପୁନ ମାରୟା କହିଛନ୍ତି, “ଆମକୁ ଜେଡ୧ପ୍ରୋ ପାଇଁ ଅପ୍ରତ୍ୟାଶିତ ପ୍ରତିକ୍ରିୟା ମିଳିଥିଲା ଆମର ବିଶ୍ୱାସ ଯେ ଜେଡ୧ଏକ୍ସ ଏହାର ଶକ୍ତିଶାଳୀ ପ୍ୟାକ ସୁବିଧା ପାଇଁ ଗ୍ରାହକଙ୍କୁ ପ୍ରସନ୍ନ କରିପାରିବ ।” ଜେଡ ସିରିଜ ର ଜମଦାର ପ୍ରଦର୍ଶନ ଏବଂ ଗତି କୁ ଜାରି ରଖିବା ପାଇଁ ଭିଭୋ ପିୟୁବିଜି ମୋବାଇଲ ସହ ହାତ ମିଳାଇଛି । ଏହାଦ୍ୱାରା ଜେଡ୧ଏକ୍ସ କୁ ପିଏମସିଓ ୨୦୧୯ ଫଲ ସ୍ପିଲ୍ଟ ଇଣ୍ଡିଆନ ଲିଗ ପାଇଁ ଅଧିକାରିକ ସ୍ମାର୍ଟଫୋନ ବନିଯାଇଛି । ଜେଡ୧ଏକ୍ସ ର ଫ୍ଲିପକାର୍ଟ ରେ ଉପଲବ୍ଧ ହେବା ସମ୍ବନ୍ଧରେ ଫ୍ଲିପକାର୍ଟ ର ବରିଷ୍ଠ ନିର୍ଦ୍ଦେଶକ ଆଦିତ୍ୟ ସୋନି କହିଛନ୍ତି, “ଫ୍ଲିପକାର୍ଟ ସର୍ବଦା ସର୍ବଶ୍ରେଷ୍ଠ ଉତ୍ପାଦ ଉପରେ କେନ୍ଦ୍ରିଭୁତ କରେ । ଗ୍ରାହକ ମାନଙ୍କୁ ଉଚ୍ଚ ମାନର ସେବା ଦେବାରେ ଭିଭୋର ପ୍ରତିଶ୍ରୁତି ବଦ୍ଧତା ଉଲ୍ଲେଖନୀୟ । ଆମର ବିଶ୍ୱାସ ଯେ ନୂତନ ଭିଭୋ ଜେଡ୧ଏକ୍ସ ଉପଭୋକ୍ତା ମାନଙ୍କ ପାଖରେ ଆଦୃତ ହେବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ