ଭିଭୋ ଜେଡ୍-୧ ପ୍ରୋ ସ୍ମାର୍ଟଫୋନର ବଜାର ପ୍ରବେଶ
ବିଶ୍ୱସ୍ତରୀୟ ସ୍ମାର୍ଟଫୋନ୍ ବ୍ରାଣ୍ଡ୍ ଭିଭୋ ପକ୍ଷରୁ ଏହାର ଫ୍ଲଗସିପ୍ ପ୍ରଥମ ଜେଡ୍ ସିରିଜ୍ ସ୍ମାର୍ଟଫୋନ୍ ଜେଡ୍୧ ପ୍ରୋର ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି । ଏହି ଫୋନ୍ ଯୁବବର୍ଗଙ୍କ ସେଲ୍ଫି ଅଭ୍ୟାସକୁ ଦୃଷ୍ଟିରେ ରଖି ନିର୍ମାଣ କରାଯାଇଛି । ଏହା ଅନ୍ ଲାଇନରେ ଫ୍ଲିପ୍କାର୍ଟରେ ଉପଲବ୍ଧ ହେବ । ଏଥିରେ କ୍ୱାଲକମ୍ ସ୍ନାପ୍ଡ୍ରାଗନ୍ ୭ ସିରିଜ୍ ପ୍ରୋସେସର୍, ଦୀର୍ଘ ବ୍ୟାଟେରୀ ଳାଇଫ୍, ଟ୍ରିପୁଲ୍ ପଛ କ୍ୟାମେରା ଆଦି ବୈଶିଷ୍ଟ୍ୟ ରହିଛି । ଏହି ଅବସରରେ ଭିଭୋ ଇଣ୍ଡିଆର ବ୍ରାଣ୍ଡ୍ ଷ୍ଟାଟେଜି ସିଇଓ ନିପୁନ ମାରୟା କହିଲେ, “ ଭିଭୋ ସାମ୍ପ୍ରତିକ କ୍ୟାମେରା ଜ୍ଞାନ କୌଶଳରେ ଏକ ନୂତନ କ୍ଷେତ୍ର ସୃଷ୍ଟି କରିବା ସହିତ କ୍ୟାମେରାର ଅଭିଜ୍ଞତାକୁ ବିଶେଷ ରୁଦ୍ଧିମନ୍ତ କରିବାକୁ ସକ୍ଷମ ହେବ । ଆମ୍ଭେ ନିଶ୍ଚିତ ଯେ, ସ୍ମାର୍ଟଫୋନ୍ ନୂତନ ବେଂଚମାର୍କ ସୃଷ୍ଟି କରିବାକୁ ସକ୍ଷମ ହେବ ତଥା ଗ୍ରାହକଙ୍କ ଦ୍ୱାରା ବିଶେଷ ଆଦୃତି ଲାଭ କରିବା ସହିତ ସେଲଫି ଅଭିଜ୍ଞତାକୁ ରୁଦ୍ଧିମନ୍ତ କରାଇବ । ଏହି ଜେଡ୍ ସିରିଜ୍ ସ୍ମାର୍ଟଫୋନ୍ ଅନ୍ ଳାଇନ୍ରେ ଫ୍ଲିପ୍କାର୍ଟରେ ଉପଲବ୍ଧ ହେବ ।” ଏହି ଅବସରରେ ଫ୍ଲିପ୍କାର୍ଟର ମୋବାଇଲ୍ ବରିଷ୍ଠ ନିର୍ଦ୍ଦେଶକ ଆଦିତ୍ୟ ସୋନୀ କହିଲେ, ଏହି ନୂତନ ସ୍ମାର୍ଟଫୋନ୍ ଭାରତୀୟ ଗ୍ରାହକଙ୍କ ବହୁବିଧ ଆବଶ୍ୟକତାକୁ ଦୃଷ୍ଟିରେ ରଖି ନିର୍ମାଣ କରାଯାଇଛି । । ଏହା ଫ୍ଲିପ୍କାର୍ଟରେ ଉପଲବ୍ଧ ହେବ । ଆମ୍ଭେ ନିଶ୍ଚିତ ଯେ, ଯୋଜନା ବଦ୍ଧ ଭାବେ ଆମର ନେଟ୍ ୱାର୍କ ମାଧ୍ୟମରେ ଏହି ସ୍ମାର୍ଟଫୋନ୍କୁ ଗ୍ରାହକଙ୍କ ପାଖରେ ସହଜରେ ପହଚାଂଇପାରିବୁ ।” ଭିଭୋ ୨୦୧୯ର ପ୍ରଥମ ତ୍ରୟମାସରେ ୧୧୯ ଅଭିବୃଦ୍ଧି ହାସଲ କରିବାକୁ ସକ୍ଷମ ହୋଇପାରିଛି ।ଏହାସହିତ ଭିଭୋ ନୂତନ ବ୍ରାଣ୍ଡ୍ ମାଧ୍ୟମରେ ଏହାର ବ୍ୟବସାୟ ବଢ଼ାଇବାର ଯୋଜନା ପ୍ରସ୍ତୁତ କରିଛି । ସୂଚନାଯୋଗ୍ୟ, ବିଶ୍ୱସ୍ତରରେ ସ୍ମାର୍ଟଫୋନ୍ ନିର୍ମାଣ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ଭିଭୋ ଭାରତରେ ଏହାର କାରବାର ୨୦୧୪ ମସିହାରେ ଆରମ୍ଭ କରିଥିଲା । ଅତି ସ୍ୱଳ୍ପ ସମୟ ମଧ୍ୟରେ ଏହା ସ୍ମାର୍ଟବ୍ରାଣ୍ଡ୍ ଭାବରେ ନିଜର ସ୍ଥିତିକୁ ସୁଦୃଢ଼ କରିପାରିଥିଲା । ସମ୍ପ୍ରତି ଦେଶର ୨୭ ରାଜ୍ୟ ଏବଂ ୫ କେନ୍ଦ୍ର ଶାସିତ ଅଂଚଳର ୫୩୯ରୁ ଅଧିକ ସହରରେ କମ୍ପାନୀର ୫୫୦ରୁ ଅଧିକ ସର୍ଭିସ୍ ସେଂଟର ରହିଛି । ଏହା ମୁଖ୍ୟତଃ କ୍ୟାମେରା ଓ ମ୍ୟୁଜିକ୍କୁ ଗୁରୁତ୍ୱ ପ୍ରଦାନ କରିଥାଏ । ଏହା ଭାରତରେ ଦ୍ରୁତ ଅଭିବୃଦ୍ଧିଶୀଳ କମ୍ପାନୀ ଭାବରେ ଖ୍ୟାତି ହାସଲ କରିଛି ।