ଭିଭୋ ପକ୍ଷରୁ ଭି-୧୭ ପ୍ରୋ ସ୍ମାର୍ଟଫୋନର ବଜାର ପ୍ରବେଶ

ବିଶ୍ୱସ୍ତରୀୟ ସ୍ମାର୍ଟଫୋନ୍ ବ୍ରାଣ୍ଡ୍ ଭିଭୋ ପକ୍ଷରୁ ଏହାର ଫ୍ଲାଗସିପ୍ ସ୍ମାର୍ଟଫୋନ୍ ଭି-୧୭ ପ୍ରୋ ସ୍ମାର୍ଟଫୋନ୍ର ବଜାର ପ୍ରବେଶ କରାଯାଇଛି । ଏହା ଦ୍ୱାରା ଭି ସିରିଜ୍ର ଉତ୍ପାଦରେ ବୃଦ୍ଧି ଘଟିଛି । ଭି-୧୭ ପ୍ରୋରେ ୮ଜିବି ରାମ୍ ଏବଂ ୧୨୮ ଜିବି ରମ୍ ରହିଛି । ଏଥିରେ ଡୁଆଲ୍ ପପ୍-ଅପ୍ ସେଲଫି କ୍ୟାମେରା, ଅଲ୍ କ୍ୱାଡ୍ ପଛ କ୍ୟାମେରା ରହିଛି । ସେହିପରି ଭି-୧୭ ପ୍ରୋ ଗ୍ଲାସିଅର ଆଇସ୍ ଏବଂ ମିଡ୍ ନାଇଟ୍ ଓସିନ୍ ରଙ୍ଗରେ ମିଳୁଛି । ଏହାର ମୂଲ୍ୟ ୨୯,୯୯୦ ଟଙ୍କା ରହିଛି । ଏହା ୨୦୧୯ ସେପ୍ଟେମ୍ବର ୨୭ ତାରିଖ ଠାରୁ ଆମାଜନ ଡଟ୍ ଇନ୍, ଫ୍ଲିପ୍କାର୍ଟ, ଭିଭୋ ଇଣ୍ଡିଆ ଇ-ଷ୍ଟୋର ଏବଂ ସମସ୍ତ ଅଫ୍ ଲାଇନ୍ ଅଂଶୀଦାର ଷ୍ଟୋରରେ ଉପଲବ୍ଧ ହେବ । ଏହି ଫୋନ୍ରେ ଶକ୍ତିଶାଳୀ ୩୨ ଏମ୍ ପି ଡୁଆଲ୍ ପପ୍-ଅପ୍ ସେଲଫି କ୍ୟାମେରା, ୪୮ ଏମ୍ପି ଅଲ୍ କ୍ୱାଡ୍ ପଛ କ୍ୟାମେରା ସହିତ ୧୩ ଏମ୍ପି ୨-ଏକ୍ସ୍ ଅପ୍ଟିକାଲ ଜୁମ୍ ସୁବିଧା ରହିଛି । ଏଥିରେ୧୬.୩୬ ସେମି ଫୁଲ୍ ଭିୟୁ ସୁପର ଆମଲୋଏଡ୍ ଡିସପ୍ଲେ, ୯୧.୬୫ ପ୍ରତିଶତ ସ୍କ୍ରିନ୍ ବଡ଼ି ରେସିଓ, ୨୦:୯ ଆସପେକ୍ଟ ରେସିଓ, ଆଂଟି ପ୍ଲିକର ଜ୍ଞାନକୌଶଳ ଆଦି ରହିଛି । ଏହି ଫୋନ୍ରେ କ୍ୱାଲକମ୍ ସ୍ନାପଡ୍ରାଗନ ୬୭୫ ଏଆଇଇ ପ୍ରୋସେରସ. ଓଏସ୍ ୮.୧ ଆଣ୍ଡ୍ରଏଡ୍ , ଫନ୍ ଟଚ୍ ଓଏସ୍ ୪.୫, ଭିଭୋର ଜୋଭି ଏଆଇ ଇଞ୍ଜିନ୍ ଆଦି ବୈଶିଷ୍ଟ୍ୟ ରହିଛି । ଏଥିରେ ୪,୧୦୦ଏମ୍ଏଏଚ୍ ଟାଇପ୍-ସି ବ୍ୟାଟେରୀ, ଡୁଆଲ୍ ଇଞ୍ଜିନ୍ ଫାଷ୍ଟ ୧୮ ୱାଟ୍ ଚାର୍ଜ ସୁବିଧା ରହିଛି । ଏହା ସହିତ ଏଥିରେ ଗେମ୍ ଟ୍ରବୋ, ଏଆଇ ଟ୍ରବୋ, ସେଂଟର ଟ୍ରବୋ, ନେଟ୍ ଟ୍ରବୋ କୁଲିଂ ଟ୍ରବୋ ଆଦି ବୈଶିଷ୍ଟ୍ୟ ରହିଛି । ମେକ୍ ଇନ୍ ଇଣ୍ଡିଆ କାର୍ଯ୍ୟକ୍ରମ ଅନ୍ତର୍ଗତ ଭି-୧୭ ପ୍ରୋ ଗ୍ରେଟର ନୋଏଡାଠାରେ ନିର୍ମିତ ହୋଇଛି । ଏହି ସ୍ୱାର୍ଟଫୋନ୍ ଉପରେ ୱାନ୍ ଟାଇମ୍ ସ୍କ୍ରିନି ରିପ୍ଲେସ୍ମେଂଟ୍ ସୁବିଧା ୨୦୧୯ ଅକ୍ଟୋବର ୮ ତାରିଖ ପର୍ଯ୍ୟନ୍ତ ଉପଲବ୍ଧ ହେବ । ଏଚଡିଏଫସି ଏବଂ ଆଇସିଆଇସିଆଇ ବ୍ୟାଙ୍କ କ୍ରେଡିଟ୍ କାର୍ଡ, ଡେବିଟ୍ କାର୍ଡ ଏବଂ ଏଚଡିଏଫସି ଲୋନ୍ ଇଏମ୍ଆଇ କ୍ଷେତ୍ରରେ ୧୦ ପ୍ରତିଶତ କ୍ୟାସତ୍ ବ୍ୟାକ୍ ସୁବିଧା । ଏଚଡିବି ଜିରୋ ଡାଉନ୍ ପେମେଂଟ୍ରେ ଅତିରିକ୍ତ ୧୦ ପ୍ରତିଶତ କ୍ୟାସ୍ ବ୍ୟାକ୍ ସୁବିଧା ମିଳୁଛି । ବଜାଜ ସହିତ ଜିରୋ ଡାଉନ୍ ପେମେଂଟ୍ରେ ୬ ମାସର ଇଏମ୍ଆଇ । ସେହିପରି ଆଇଏଫ୍ସି ଜିରୋ ଡାଉନ୍ ପେମେଂଟ୍ରେ ୮ ମାସର ଇଏମ୍ଆଇ ସହିତ ୫ ପ୍ରତିଶତ କ୍ୟାସବ୍ୟାକ୍ ସୁବିଧା ପ୍ରଦାନ କରାଯାଉଛି । ହୋମ୍ କ୍ରେଡିଟ୍ି ଜିରୋ ଡାଉନ୍ ପେମେଂଟ୍ରେ ୬ ମାସର ଇଏମ୍ଆଇ ସୁବିଧ ପ୍ରଦାନ କରାଯାଉଛି । ଏହା ସହିତ ଭିଭୋକ୍ୟାସିଫାଏ ଆପ୍ଲିକେଶନ ଦ୍ୱାରା ପୁରୁଣା ସ୍ମାର୍ଟଫୋନ୍ ଏକ୍ସଚେଞ୍ଜ୍ କ୍ଷେତ୍ରରେ ଅତିରିକ୍ତ ୧,୯୯୯ ଟଙ୍କାର ଉପହାର ପ୍ରଦାନ କରାଯାଉଛି । ଭୋଡ଼ାଫୋନ୍ ଆଇଡ଼ିଆ ଗ୍ରାହକଙ୍କୁ ନିଶ୍ଚିତ ୫୦ପ୍ରତିଶତ ମୂଲ୍ୟାର ବାଏ ବ୍ୟାକ୍ ସୁବିଧା ପ୍ରଦାନ କରାଯାଉଛି । ଏହି ଅବସରରେ ଭିଭୋ ଇଣ୍ଡିଆର ବ୍ରାଣ୍ଡ୍ ଷ୍ଟ୍ରାଟେଜି ନିର୍ଦ୍ଦେଶକ ନିପୁନ୍ ମାରୟା କହିଲେ, “ ଭିଭୋ ସାମ୍ପ୍ରତିକ କ୍ୟାମେରା ଜ୍ଞାନକୌଶଳରେ ଏକ ନୂତନ କ୍ଷେତ୍ର ସୃଷ୍ଟି କରିବା ସହିତ କ୍ୟାମେରାର ଅଭିଜ୍ଞତାକୁ ବିଶେଷ ରୁଦ୍ଧିମନ୍ତ କରିବାକୁ ସକ୍ଷମ ହେବ । ଆମ୍ଭେ ନିଶ୍ଚିତ ଯେ, ଏହି ସ୍ମାର୍ଟଫୋନ୍ ଭି-୧୭ ପ୍ରୋ ଭି ସିରିଜ୍ରେ ଏକ ନୂତନ ବେଂଚମାର୍କ ସୃଷ୍ଟି କରିବାକୁ ସକ୍ଷମ ହେବ ତଥା ଗ୍ରାହକଙ୍କ ଦ୍ୱାରା ବିଶେଷ ଆଦୃତି ଲାଭ କରିବା ସହିତ ସେଲଫି ଅଭିଜ୍ଞତାକୁ ରୁଦ୍ଧିମନ୍ତ କରାଇବ । ଏଥିରେ ଥିବା ୩୨ ଏମ୍ ପି ଡୁଆଲ୍ ପପ୍ ଅପ୍ ସମ୍ମୁଖ କ୍ୟାମେରା ଗ୍ରାହକଙ୍କୁ ଆକୃଷ୍ଟ କରିବାକୁ ସକ୍ଷମ ହେବ । ସୂଚନାଯୋଗ୍ୟ, ବିଶ୍ୱସ୍ତରରେ ସ୍ମାର୍ଟଫୋନ୍ ନିର୍ମାଣ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ଭିଭୋ ଭାରତରେ ଏହାର କାରବାର ୨୦୧୪ ମସିହାରେ ଆରମ୍ଭ କରିଥିଲା । ଅତି ସ୍ୱଳ୍ପ ସମୟ ମଧ୍ୟରେ ଏହା ସ୍ମାର୍ଟବ୍ରାଣ୍ଡ୍ ଭାବରେ ନିଜର ସ୍ଥିତିକୁ ସୁଦୃଢ଼ କରିପାରିଥିଲା । ଗ୍ରେଟର ନୋଏଡାଠାରେ ଏହାର ନିର୍ମାଣ କେନ୍ଦ୍ର ରହିଛି । ସମ୍ପ୍ରତି ଦେଶର ୨୭ ରାଜ୍ୟ ଏବଂ ୫ କେନ୍ଦ୍ରଶାସିତ ଅଂଚଳରେ ୫୩୯ରୁ ଅଧିକ ସହରରେ କମ୍ପାନୀର ୫୫୦ରୁ ଅଧିକ ସର୍ଭିସ୍ ସେଂଟର ରହିଛି । ଏହା ମୁଖ୍ୟତଃ କ୍ୟାମେରା ଓ ମ୍ୟୁଜିକ୍କୁ ଗୁରୁତ୍ୱ ପ୍ରଦାନ କରିଥାଏ । ଏହା ଭାରତରେ ଦ୍ରୁତ ଅଭିବୃଦ୍ଧିଶୀଳ କମ୍ପାନୀ ଭାବରେ ଖ୍ୟାତି ହାସଲ କରଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ