ଭିଭୋ ପକ୍ଷରୁ ୟୁ-୨୦ ସ୍ମାର୍ଟଫୋନ୍ର ବଜାର ପ୍ରବେଶ
ବିଶ୍ୱସ୍ତରୀୟ ସ୍ମାର୍ଟଫୋନ୍ ବ୍ରାଣ୍ଡ୍ ଭିଭୋ ପକ୍ଷରୁ ଏହାର ଫ୍ଲାଗସିପ୍ ସ୍ମାର୍ଟଫୋନ୍ ୟୁ-୨୦ର ବଜାର ପ୍ରବେଶ କରାଯାଇଛି । ୟୁ-୨୦ ସ୍ମାର୍ଟଫୋନ୍ ୮ଜିବି ୧୨୮ ଜିବି ମେମୋରୀେରେ ଉପଲବ୍ଧ ହେଉଛି । ଏହି ସ୍ମାର୍ଟଫୋନ୍ର ମୂଲ୍ୟ ୧୭,୯୯୦ ଟଙ୍କା ରହିଛି । ଏହା ରେସିଂ ବ୍ଲାକ୍ ଏବଂ ବ୍ଲେଜ୍ ବ୍ଲୁ ରଙ୍ଗରେ ଅଗ୍ରଣୀ ରିଟେଲ ଶପ୍ ରେ ଉପଲବ୍ଧ ହେଉଛି । ଏହି ସ୍ମାର୍ଟଫୋନ୍ରେ ୫,୦୦୦ଏମଏଏଚ୍ ବ୍ୟାଟେରୀ ଏବଂ ୧୮ ୱାଟ୍ ଫାଷ୍ଟ ଚାର୍ଜ ସୁବିଧା ରହିଛି । ଏହି ଫୋନ୍ ରେ କ୍ୱାଲକମ୍ ସ୍ନାପଡ୍ରାଗନ ୬୭୫ ଏଆଇଇ ଅକ୍ଟା-କୋର୍ ପ୍ରୋସେସର, ଚତୁର୍ଥ ଜେନେରେଶନ କ୍ରାୟୋ ସିପିୟୁ ଏବଂ ୬ଷ୍ଠ ଜେନେରେଶନ ଆଡ୍ରେନୋ ଜିପିୟୁ୍, ୧୬ଏମ୍ ପି ସେଲଫି କ୍ୟାମେରା ଏବଂ ଏଆଇ ଟ୍ରିପୁଲ ପଛ କ୍ୟାମେରା ରହିଛି । ଏଥିରେ ୧୬ ଏମ୍ପି, ୮ ଏମପି ଏବଂ ୨ ଏମପି ପଛ କ୍ୟାମେରା ରହିଛି । ଏଥିରେ ଏଆଇ ଫେସ୍ ବିୟୁଟି, ଲାଇଟିଂ, ଏଆର୍ ଷ୍ଟିକର, ଏଆଇ ଫିଲଟ. ୯୦.୩% ସ୍କ୍ରିନ୍ ଟୁ ବଡ଼ି ରେସିଓ ଆଦି ବୈଶିଷ୍ଟ୍ୟ ରହିଛି । ଏଚଡିଏଫସି ବ୍ୟାଙ୍କ କ୍ରେଡିଟ୍ କାର୍ଡରେ ୨୦୧୯ ଡିସେମ୍ବର ୩୧ ପର୍ଯ୍ୟନ୍ତ ୫% କ୍ୟାସବ୍ୟାକ୍ ସୁବିଧା ରହିଛି ।