ଭିଭୋ ଭି୧୫ପ୍ରୋ ସବୁଠୁ ଅଧିକ ବିକ୍ରୟ ସ୍ମାର୍ଟଫୋନ୍

ମୁମ୍ବାଇ (ଏଜେନ୍ସି): ଭିଭୋ, ଏକ ବିଶ୍ୱସ୍ତରୀୟ ସ୍ମାର୍ଟଫୋନ୍ ବ୍ରାଣ୍ଡ, ସଦ୍ୟ ଉନ୍ମୋଚିତ “ଭି୧୫ପ୍ରୋ’ ପ୍ରମୁଖ ବିକ୍ରୟରେ ମାଇଲଖଣ୍ଟ ଅତିକ୍ରମ କରିପାରିଛି । ବିକ୍ରୟର ପ୍ରଥମ ସପ୍ତାହରେ ଉଭୟ ଅଫ୍ଲାଇନ ତଥା ଅନ୍ଲାଇନ୍ ଚ୍ୟାନେଲରେ ନୂଆ ଭାବେ ଉନ୍ମୋଚିତ ଏହି ଉପକରଣ ଯାହାକି ଭି-ସିରିଜ ଅନ୍ତର୍ଗତ ସବୁଠାରୁ ଅଧିକ ବିକ୍ରୟ ହେଉଥିବା ସ୍ମାର୍ଟଫୋନ୍ର ଉପଲବ୍ଧତା ଏହାର ଅଗଣିତ ଗ୍ରାହକଙ୍କଠାରୁ ପ୍ରାପ୍ତ କରିଛି । ବିଶ୍ୱସ୍ତରରେ ଭାରତ ଏକ ପ୍ରଥମ ବଜାର, ଯେଉଁଠି ଭି୧୫ପ୍ରୋ ମାର୍ଚ୍ଚ ୫ ମଧ୍ୟରାତ୍ରରୁ ଉନ୍ମୋଚନ ତଥା ବିକ୍ରିର ଶୁଭାରମ୍ଭ କରିଥିଲା । ଭି୧୫ପ୍ରୋ’ର ଏହି ନୂଆ କଳେବର ଭିଭୋର ସଂକ୍ଷିପ୍ତ “ନବୀକରଣୀୟ ନେତୃତ୍ୱ’ ବ୍ରାଣ୍ଡକୁ ବୁଝାଇଥାଏ । ଯାହା ୩୦,୦୦୦ ଉପବିଭାଗ ଯେଉଁଥିରେ ରହିଛି ମହତ୍ୱପୂର୍ଣ୍ଣ ନିର୍ଣ୍ଣାୟକ ଗୁଣବତା ଯାହାକି ପୃଥିବୀର ସର୍ବପ୍ରଥମ ୩୨ଏମ୍ପି ପପ୍-ଅପ୍ ସେଲ୍ଫି କ୍ୟାମେରା ଯୁକ୍ତ ଏବଂ ୪୮ ମିଲିୟନ କ୍ୱାର୍ଡ଼ ପିକ୍ସେଲ ସେନ୍ସର ଯୁକ୍ତ ୮ଏମ୍୍ପି ଯୁକ୍ତ ୫ଏମ୍ପି ଯୁକ୍ତ ଟ୍ରିପଲ ରିଅଲ କ୍ୟାମେରା ଯୁକ୍ତ ଏଆଇ ସକ୍ଷମକାରୀ । କମ୍ ଶକ୍ତି ଅପଚୟ କରୁଥିବା ଏକ ଫ୍ଲାଗ୍ସିପ୍ ସ୍ତରର କାର୍ଯ୍ୟକ୍ଷମ ଯୋଗାଇ ପାରୁଥିବା କ୍ୱାଲକମ୍ ସ୍ନାପଡ୍ରାଗନ୍ ୬୭୫ ଏଆଇଇ ଅକ୍ଟୋକୋର ପ୍ରୋସେସ୍ର ସପକ୍ଷକାରୀ ସିପିୟୁ ଏବଂ ଜିପିୟୁ ବର୍ଦ୍ଧିତକାରୀ ଏହି ଉପକରଣଟି ଶିଳ୍ପ ଜଗତରେ ପ୍ରଥମ । ଭି୧୫ପ୍ରୋ’ର ମୂଲ୍ୟ ୨୮,୯୯୦ ଟଙ୍କା ରହିଛି ଏବଂ ଏହା ଭିଭୋ ଇ-ଷ୍ଟୋର୍ର କ୍ଷମତାକୁ ଦେଖି ଟୋପାଜ ବ୍ଲ୍ୟୁ ତଥା ରୁବି -ରେଡ଼୍ ରଙ୍ଗର ବିଭିନ୍ନ ରୂପରେ ଉପଲବ୍ଧ ହେଉଅଛି । ଏଥିପାଇଁ ଅନ୍ଲାଇନ ବିକ୍ରିର ଭାଗିଦାରୀ ଆମାଜନ ଡ଼ଟ୍ ଇନ୍ ଏବଂ ଫ୍ଲିପ୍କାର୍ଟ ସହିତ ରହିଛି ସେହିଭଳି ପାନ୍ ଇଣ୍ଡିଆ ଅନ୍ତର୍ଗତ ଅନେକଗୁଡ଼ିଏ ଅଫ୍ଲାଇନ ଷ୍ଟୋର୍ର ବ୍ୟବସ୍ଥା କରାଯିବା ସହିତ ବିଭିନ୍ନ ପ୍ରକାର ଶୃଙ୍ଖଳର ଆକର୍ଷଣୀୟ ରିହାତିର ବ୍ୟବସ୍ଥା ମଧ୍ୟ ଏଥିପାଇଁ କରାଯାଇଛି । ଭିଭୋ ଯାହାକି ଏକ ପ୍ରିମିୟମ ବିଶ୍ୱସ୍ତରୀୟ ସ୍ମାର୍ଟଫୋନ୍ ବ୍ରାଣ୍ଡ ଭାରତରେ ଟିକେ ବିଳମ୍ବରେ ୨୦୧୪ ମସିହାର ପ୍ରବେଶ କରିଥିଲା । “କ୍ୟାମେରା ଏବଂ ମ୍ୟୁଜିକ୍’ର ଏକ ବିରାଟ ସମ୍ଭାରର ଦୃଷ୍ଟି ଆକର୍ଷଣ କରି ଭାରତରେ ଏହାର ଉଚ୍ଚ ସ୍ମାର୍ଟଫୋନ ବ୍ରାଣ୍ଡ ଭାବରେ ନିଜକୁ ପ୍ରତିଷ୍ଠିତ କରିଥିଲା । ଗ୍ରେଟର ନୋଇଡ଼ାର ଏହାର ଉତ୍ପାଦନ ସହିତ ଏହି ପ୍ରତିଷ୍ଠାନ ଉଭୟ ଅନ୍ଲାଇନ ଏବଂ ଅଫ୍ଲାଇନ ଜରିଆରେ ସାରା ଦେଶରେ ଏକ ବିରାଟ ବିତରଣ ନେଟ୍ୱାର୍କ ସ୍ଥାପନ କରିପାରିଛି । ଯାହାକି ୫୩୯ଟି ସହରରେ ଏହାର ଉତ୍ତମ ମାନର ସେବା ପ୍ରଦାନ ବିସ୍ତାରିତ ସହିତ, ୨୭ଟି ରାଜ୍ୟ ତଥା ୫ଟି କେନ୍ଦ୍ର ଶାସିତ ଅଞ୍ଚଳରେ ୫୫୦ରୁ ଅଧିକ ସେବା କେନ୍ଦ୍ର ଜରିଆରେ ଏହା ନିଜର ବ୍ୟବସାୟିକ ଅଭିବୃଦ୍ଧି କରିପାରିଛି । ସ୍ମାର୍ଟଫୋନ୍ ଜରିଆରେ ଭିଭୋ ଏକ ପେଷାଦାରୀ-ମାନ୍ୟତା ପ୍ରାପ୍ତ ଫଟୋଗ୍ରାଫି କଳାକୁ ବ୍ୟବହାର କରିବା ପାଇଁ ଏହି କଳାର ସ୍ତରକୁ ବହୁ ମାତ୍ରାରେ ଆଦୃତ କରିପାରିଛି, ଯାହାକି ଜୀବନର ଅତି ମୂଲ୍ୟବାନ୍ ସୁନ୍ଦର ମୁହୂର୍ତ୍ତକୁ ତୋଳି ଧରିପାରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ