ଭିଭୋ ଭି-୧୫ ପ୍ରୋ ଏବଂ ଭି-୧୫ ଆକ୍ୱା ବ୍ଲୁ ସ୍ମାର୍ଟଫୋନ୍ର ବଜାର ପ୍ରବେଶ

ବିଶ୍ୱସ୍ତରୀୟ ସ୍ମାର୍ଟଫୋନ୍ ବ୍ରାଣ୍ଡ୍ ଭିଭୋ ପକ୍ଷରୁ ଏହାର ଫ୍ଲଗସିପ୍ ସ୍ମାର୍ଟଫୋନ୍ ଭି-୧୫ ପ୍ରୋ ଏବଂ ଭି-୧୫ ଆ୍ବା ବ୍ଲୁ ସ୍ମାର୍ଟଫୋନ୍ର ବଜାର ପ୍ରବେଶ କରାଯାଇଛି । ଏହା ଦ୍ୱାରା ଭି-୧୫ ସିରିଜ୍ର ଉତ୍ପାଦରେ ବୃଦ୍ଧି ଘଟିଛି । ଭି-୧୫ ପ୍ରୋରେ ୮ଜିବି ରାମ୍ ଏବଂ ୧୨୮ ଜିବି ରମ୍ ରହିଛି । ସେହିପରି ଏହାର ଭି-୧୫ ଆକ୍ୱା ବ୍ଲୁ ରଙ୍ଗ ବେଶ୍ ଆକର୍ଷଣୀୟ ହୋଇପାରିଛି । ଏହା ସମସ୍ତ ଅଂଶୀଦାର ଷ୍ଟୋର ଏବଂ ପ୍ରମୁଖ ଇ-କମର୍ସ ୱେବସାଇଟ୍ରେ ଉପଲବ୍ଧ ହେଉଛି । ଉଭୟ ଫୋନ୍ରେ ଶକ୍ତିଶାଳୀ ଟ୍ରିପଲ୍ ପଛ କ୍ୟାମେରା ରହିଛି । ଉଭୟ ଫୋନ୍ରେ ଓଏସ୍ ୯-୦ ଆଣ୍ଡ୍ରଏଡ୍ ଫନ୍ ଟଚ୍ ସୁବିଧା ରହିଛି । ଏହା ସହିତ ୩୨ ଏମପି ସେଲଫି କ୍ୟାମେରା ତଥା ଅଲ୍ଟ୍ରା ଫୁଲ୍ ଭିୟୁ
ଡିସପ୍ଲେଯୁକ୍ତ ଏହି ଫୋନ୍ ଯୁବବର୍ଗଙ୍କ ସେଲ୍ଫି ଅଭ୍ୟାସକୁ ଦୃଷ୍ଟିରେ ରଖି ନିର୍ମାଣ କରାଯାଇଛି । ଏହା ସମସ୍ତ ଅଫ୍ ଲାଇନ୍ ଏବଂ ପ୍ରମୁଖ ଇ-କମର୍ସ ୱେସାଇଟ୍ରେ ଉପଲବ୍ଧ ହେଉଛି । ଭି-୧୫ ପ୍ରୋରର ମୂଲ୍ୟ ୨୯,୯୯୦ଟଙ୍କା ରହିଛି । ସେହିପରି ଭି-୧୫ ଆକ୍ୱା ବ୍ଲୁ ରଙ୍ଗ ଫୋନ୍ର ମୂଲ୍ୟ ୨୧,୯୯୦ଟଙ୍କା ରହିଛି । ଭି-୧୫ ପ୍ରୋ ୬ ଜିବି ରାମ୍ ଏବଂ ୧୨୮ ଜି ରମ୍ ତଥା ୮ଜିବି ରମ୍ ଓ ୧୨୮ ଜିବି ରମ୍ ଭ୍ୟାରିଆଂଟ୍ରେ ଉପଲବ୍ଧ ହେଉଛି । ଭି-୧୫ ଆକ୍ୱା ବ୍ଲୁ ୬ ଜିବି ରାମ୍ ଏବଂ ୧୨ଜିବି ରମ୍ରେ ମିଳୁଛି । ଏହି ସ୍ୱାର୍ଟଫୋନ୍ ଉପରେ ବଜାଜ୍ ଫିନସର୍ଭ ଇଏମଆଇ ଗ୍ରାହକଙ୍କୁ ୧୨ ମାସର ନୋ କଷ୍ଟ ଇଏମ୍ଆଇ ଏବଂ ଆଇଏଫ୍ସି ଜିରୋ ଡାଉନ୍ ପେମେଂଟ୍ରେ ୮ ମାସର ଇଏମ୍ଆଇ ସୁବିଧ ପ୍ରଦାନ କରାଯାଉଛି । ଏଚଡିବି ଜିରୋ ଡାଉନ୍ ପେମେଂଟ୍ରେ ୬ ମାସର ଇଏମ୍ଆଇ । ଏହା ସହିତ ଏକ୍ସଚେଞ୍ଜ୍ କ୍ଷେତ୍ରରେ ଅତିରିକ୍ତ ୨,୦୦୦ ଟଙ୍କା ରିହାତି ପ୍ରଦାନ କରାଯାଉଛି । ୧୨ ମାସ ପର୍ଯ୍ୟନ୍ତ ନୋ କଷ୍ଟ ଇଏମ୍ଆଇ ଉପଲବ୍ଧ ହେଉଛି । ଏହି ଅବସରରେ ଭିଭୋ ଇଣ୍ଡିଆର ବ୍ରାଣ୍ଡ୍ ଷ୍ଟ୍ରାଟେଜି ନିର୍ଦ୍ଦେଶକ ନିପୁନ୍ ମରାୟା କହିଲେ, “ ଭିଭୋ ସାମ୍ପ୍ରତିକ କ୍ୟାମେରା ଜ୍ଞାନକୌଶଳରେ ଏକ ନୂତନ କ୍ଷେତ୍ର ସୃଷ୍ଟି କରିବା ସହିତ କ୍ୟାମେରାର ଅଭିଜ୍ଞତାକୁ ବିଶେଷ ରୁଦ୍ଧିମନ୍ତ କରିବାକୁ ସକ୍ଷମ ହେବ । ଆମ୍ଭେ ନିଶ୍ଚିତ ଯେ, ଏହି ୨ଟି ସ୍ମାର୍ଟଫୋନ୍ ନୂତନ ବେଂଚମାର୍କ ସୃଷ୍ଟି କରିବାକୁ ସକ୍ଷମ ହେବ ତଥା ଗ୍ରାହକଙ୍କ ଦ୍ୱାରା ବିଶେଷ ଆଦୃତି ଲାଭ କରିବା ସହିତ ସେଲଫି ଅଭିଜ୍ଞତାକୁ ରୁଦ୍ଧିମନ୍ତ କରାଇବ । ତେଣୁ ଭି-୧୫ ପ୍ରୋ ଏବଂ ଭି-୧୫ ଆକ୍ୱା ବ୍ଲୁର ବଜାର ପ୍ରବେଶ କରାଇଛୁ ।” ଏଥିରେ ୬ଜିବି ରାମ୍, ୬୪ ଜିବି ରମ୍, ୨୫୬ ବର୍ଦ୍ଧିତ ମେମୋରୀ, ୪,୦୦୦ ଏମ୍ଏଏଚ୍ ବ୍ୟାଟେରୀ, ଡୁଆଲ୍ ଇଞ୍ଜିନ୍ ‘ାଷ୍ଟ ଚାର୍ଜ ଆଦି ରହିଛି । ଏହା ଗ୍ଳାମର ରେଡ୍, େ‘୍ରାଜେନ୍ ବ୍ଳାକ୍ ଏବଂ ରୟାଲ ବ୍ଲୁ ଆଦି ରଙ୍ଗରେ ଉପଲବ୍ଧ ହେବ । ଉଭୟ ସ୍ମାର୍ଟଫୋନ୍ରେ ୩୨ ଏମ୍ପି ସେଲଫି କ୍ୟାମେରା ଏବଂ ୮ଏମ୍ପି ଏଆଇ ସୁପର ୱାଇଡ୍ ଆଙ୍ଗେଲ୍ କ୍ୟାମେରା, ୫ଏମ୍ପି ଡେପଥ୍ କ୍ୟାମେରା ଏବଂ ଏଆଇ ଆଲଗରିଦମ୍ ରହିଛି । ଏହା ସହିତ ଏଥିରେ ଗେମ୍ ମୋଡ୍ ୫.୦, ଡୁଆଲ୍ ଟ୍ରବୋ ବୈଶିଷ୍ଟ୍ୟ ରହିଛି । ସୂଚନାଯୋଗ୍ୟ, ବିଶ୍ୱସ୍ତରରେ ସ୍ମାର୍ଟଫୋନ୍ ନିର୍ମାଣ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ଭିଭୋ ଭାରତରେ ଏହାର କାରବାର ୨୦୧୪ ମସିହାରେ ଆରମ୍ଭ କରିଥିଲା । ଅତି ସ୍ୱଳ୍ପ ସମୟ ମଧ୍ୟରେ ଏହା ସ୍ମାର୍ଟବ୍ରାଣ୍ଡ୍ ଭାବରେ ନିଜର ସ୍ଥିତିକୁ ସୁଦୃଢ଼ କରିପାରିଥିଲା । ଗ୍ରେଟର ନୋଏଡାଠାରେ ଏହାର ନିର୍ମାଣ କେନ୍ଦ୍ର ରହିଛି । ସମ୍ପ୍ରତି ଦେଶର ୨୭ ରାଜ୍ୟ ଏବଂ ୫ କେନ୍ଦ୍ର ଶାସିତ ଅଂଚଳରେ ୫୩୯ରୁ ଅଧିକ ସହରରେ କମ୍ପାନୀର ୫୫୦ରୁ ଅଧିକ ସର୍ଭିସ୍ ସେଂଟର ରହିଛି । ଏହା ମୁଖ୍ୟତଃ କ୍ୟାମେରା ଓ ମ୍ୟୁଜିକ୍କୁ ଗୁରୁତ୍ୱ ପ୍ରଦାନ କରିଥାଏ । ଏହା ଭାରତରେ ଦ୍ରୁତ ଅଭିବୃଦ୍ଧିଶୀଳ କମ୍ପାନୀ ଭାବରେ ଖ୍ୟାତି ହାସଲ କରଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ