ଭିଭୋ ମୋବାଇଲ୍ ୱାର୍ଲ୍ଡ କଂଗ୍ରେସ ଶାଘାଂଇ-୨୦୧୯ରେ ୫ଜି-ରେଡି ଇନୋଭେସନ ସହିତ ଭିଭୋ ଏଆର୍ ଗ୍ଲାସର ପ୍ରଦର୍ଶନ

ବିଶ୍ୱସ୍ତରୀୟ ସ୍ମାର୍ଟଫୋନ୍ ବ୍ରାଣ୍ଡ୍ ଭିଭୋ ପକ୍ଷରୁ ମୋବାଇଲ୍ ୱାର୍ଲ୍ଡ କଂଗ୍ରେସ ଶାଘାଂଇ-୨୦୧୯ରେ ୫ଜି-ରେଡି ଇନୋଭେସନ ସହିତ ଭିଭୋ ଏଆର୍ ଗ୍ଲାସ୍ ତଥା ୧୨୦ୱାର୍ଟ ସୁପର ଫ୍ଲାଶ୍ ଚାର୍ଜରର ପ୍ରଦର୍ଶନ କରାଯାଇଛି ।୫-ଜି ଯୁଗରେ ପ୍ରବେଶ ପାଇଁ ଭିଭୋ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ଏହା ନେକ୍ସଟ୍ ଜେନେରେଶନ୍ ମୋବାଇଲ୍ ଅଭିଜ୍ଞତାକୁ ରୁଦ୍ଧିମନ୍ତ କରାଇବ ।ଏହା ସହିତ ଭିଭୋ ପକ୍ଷରୁ ମଲ୍ଟି ଡିଭାଇସ୍, ମଲ୍ଟି ଆପ୍ଲିକେଶନ୍, ସ୍ମାର୍ଟ ୱାଚ୍, ସ୍ମାର୍ଟ ହେଡ୍ ଫୋନ୍, ଏଆର୍ ଗ୍ଲାସ୍ର ପ୍ରଦର୍ଶନ କରାଯାଇଛି । ଯାହାକି ୫-ଜି ଡିଭାଇସ୍କୁ ଆବଶ୍ୟକ ସହାୟତା ଉପଲବ୍ଧ କରାଇବ ।ଏହି ଅବସରରେ ଭିଭୋର ବରିଷ୍ଠ ଉପସଭାପତି ସ୍ପାର୍କ ନି କହିଲେ, “ଭିଭୋ ପକ୍ଷରୁ ପ୍ରଦାର୍ଶିର୍ତ ହୋଇଥିବା ଏହି ନୂତନ ଉତ୍ପାଦ ବ୍ୟବହାରକାରୀଙ୍କୁ ସ୍ମାର୍ଟ ଡିଭାଇସ୍ ଅଭିଜ୍ଞତା ପ୍ରଦାନ କରିବାକୁ ସକ୍ଷମ ହେବ । ଏହାଦ୍ୱାରା ଆମେ ବ୍ୟବହାରକାରୀଙ୍କ ଜୀବନଶୋ÷ଳୀରେ ଉଲ୍ଲେଖନୀୟ ପରିବର୍ତନ କରିବାକୁ ସକ୍ଷମ ହେବୁ ।ଭିଭୋ ପକ୍ଷରୁ ୨୦୧୯ର ତୃତୀୟ ତ୍ରୟମାସରେ ୫-ଜି ସ୍ମାର୍ଟଫୋନ୍ର ବିକାଶ ପାଇଁ ଉଦ୍ୟମ ଆରମ୍ଭ ହେବ । ଏଥିରେ ୫-ଜି କ୍ଲାଉଡ୍ ଗେମ୍, ୫-ଜି ସ୍କ୍ରିନ୍ ମିରରିଂ, ୫-ଜି ଇଜି ଶେୟାର ଆଦି ବୈଶିଷ୍ଟ୍ୟକୁ ଅନ୍ତର୍ଭୁକ୍ତ କରାଯିବ ।ଏଆର୍ ଗ୍ଲାସ୍ ଦ୍ୱାରା ଡୁଆଲ୍ ସ୍କ୍ରିନ୍ ଡିସ୍ପ୍ଲେ ଏବଂ ୬-ଡିଓଏଫ୍ ଜ୍ଞାନକୌଶଳର ଉପଯୋଗ ହୋଇପାରିବ । ଏଥିରେ ଫେସିଆଲ୍ ତଥା ବିଭିନ୍ନ ପଦାର୍ଥ କୋଗନାଇଜେସନ୍ ବୈଶିଷ୍ଟ୍ୟ ରହିବ ।ସେହିପରି ୧୨୦ ୱାର୍ଟ ସୁପର ଫ୍ଲାଶ୍ ଚାର୍ଜର ମାତ୍ର ୪ ମିନିଟ୍ ମଧ୍ୟରେ ୪,୦୦୦ଏମଏଏଚ୍ ବ୍ୟାଟେରୀକୁ ଶୂନ୍ୟରୁ ୫୦% ଚାର୍ଜ କରିଥାଏ । ଏହା ସ୍ମାର୍ଟଫୋନକୁ ୧୩ ମିନିଟ୍ ମଧ୍ୟରେ ସମ୍ପୂର୍ଣ୍ଣ ଚାର୍ଜ କରିଥାଏ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ