ଭିଭୋ ର ନୂଆ ସ୍ମାର୍ଟଫୋନ୍ରେ କ୍ୱାଲକମ୍ ସ୍ନାପ୍ଡ୍ରାଗନ୍ ୮୬୫ ୫ଜି ମୋବାଇଲ୍ ପ୍ଲାଟଫର୍ମର ଉପଯୋଗ କରାଯିବ
ବିଶ୍ୱସ୍ତରୀୟ ସ୍ମାର୍ଟଫୋନ୍ ବ୍ରାଣ୍ଡ୍ ଭିଭୋ ପକ୍ଷରୁ ଏହାର ନୂଆ ସ୍ମାର୍ଟଫୋନ୍ରେ କ୍ୱାଲକମ୍ ସ୍ନାପ୍ଡ୍ରାଗନ୍ ୮୬୫ ୫ଜି ମୋବାଇଲ୍ ପ୍ଲାଟଫର୍ମର ଉପଯୋଗ କରାଯିବ । ସମ୍ପ୍ରତି କ୍ୱାଲକମ୍ ଟେକ୍ନୋଲୋଜି ପକ୍ଷରୁ ଏହାର କ୍ୱାଲକମ୍ ସ୍ନାପଡ୍ରାଗନ୍ ୮୬୫ ୫ଜି ମୋବାଇଲ୍ ପ୍ଲାଟଫର୍ମର ଉନ୍ମୋଚନ କରାଯାଇଛି । ଏହି ଜ୍ଞାନକୌଶଳ ଏବେ ଭିଭୋ ଏହାର ନୂଆ ସ୍ମାର୍ଟଫୋନ୍ରେ ବ୍ୟବହାର କରିବାକୁ ଯୋଜନା କରିଛି । କ୍ୱାଲକସ୍ ଟେକ୍ନୋଲୋଜି ପକ୍ଷରୁ ଏହାର ଲାଟେଷ୍ଟ ୮ ସିରିଜ୍ ଫ୍ଲାଗ୍ଶିପ୍ ମୋବାଇଲ୍ ପ୍ଳାଟଫର୍ମ କ୍ୱାଲକମ୍ ସ୍ନାପ୍ଡ୍ରାଗନ୍ ଆମେରିକାର ହାୱାଇଠାରେ ଅନୁଷ୍ଠିତ ହୋଇଥିବା ୨୦୧୯ ସ୍ନାପ୍ଡ୍ରାଗନ୍ ଟେକ୍ ସମ୍ମିଳନୀରେ ଉନ୍ମୋଚନ କରାଯାଇଛି । ଏହି ନୂତନ ପ୍ଳାଟର୍ଫମରେ ୫ଜି ଏବଂ ଏଆଇ ଜ୍ଞାନକୌଶଳକୁ ପ୍ରାଧାନ୍ୟ ଦିଆଯାଇଛି ।