ଭିଭୋ ୟୁ୧୦ ବିକ୍ରି ଆରମ୍ଭ

ବିଶ୍ୱର ଅଭିନବ ସ୍ମାର୍ଟଫୋନ ବ୍ରାଣ୍ଡ ଭିଭୋ ପକ୍ଷରୁ ଏହାର ନିକଟ ରେ ଲଂଚ ହୋଇଥିବା ଭିଭୋ ୟୁ୧୦ ବିକ୍ରି ଆରମ୍ଭର ଘୋଷଣା କରାଯାଇଛି । ଥଣ୍ଡର ବ୍ଲାକ୍ ଓ ଇଲେକ୍ଟ୍ରିକ ବ୍ଲୁ ରଙ୍ଗରେ ତିନୋଟି ସଂସ୍କରଣ- ୩ଜିବି+୩୨ଜିବି, ୩ଜିବି+୬୪ଜିବି ଏବଂ ୪ଜିବି+୬୪ଜିବି ସ୍ମାର୍ଟଫୋନ ଯଥାକ୍ରମେ ୮୯୯୦ଟଙ୍କା, ୯୯୯୦ ଟଙ୍କା ଓ ୧୦୯୯୦ ଟଙ୍କାରେ ଉପଲବ୍ଧ ହେଉଛି । ଭିଭୋ ୟୁ୧୦ ଆମାଜନ.ଇନ ଓ ଭିଭୋ ଇଣ୍ଡିଆ ଇ-ଷ୍ଟୋର ରେ ମିଳିପାରିବ । ଭିଭୋ ୟୁ୧୦ ପ୍ରଦର୍ଶନ, ଗତି ଓ ମନ୍ତ୍ରମୁଗ୍ଧ କଲାଭଳି ଡିଜାଇନର ଏକ ଆଦର୍ଶ ସମନ୍ୱୟ । ୫୦୦୦ ଏମଏଏଚ ବ୍ୟାଟେରୀ ବର୍ଗରେ ଏହା ସର୍ବଶ୍ରେଷ୍ଠ । ଏହି ଫୋନରେ ୧୮ଡବ୍ଲୁ ଫାଷ୍ଟ ଚାର୍ଜର ମଧ୍ୟ ବ୍ୟବହାର କରାଯାଉଛି । ସଦ୍ୟତମ କ୍ୱାଲକମ ସ୍ନାପଡ୍ରାଗନ ୬୬୫ଏଆଇଇ ଅକ୍ଟା କୋର ପ୍ରୋସେସର ଯାହା ୨.୦ଜିଏଚଜେଡ୍ ପର୍ଯ୍ୟନ୍ତ କାର୍ଯ୍ୟ କରିପାରେ । ଏହି ଫୋନରେ ଏକ ବାଧାବିହିନ ଅନୁଭବ ପ୍ରଦାନ କରିବାରେ ସକ୍ଷମ ଅଟେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ