ଭିଭୋ ୱାଇ-୧୨ ସ୍ମାର୍ଟଫୋନର ବଜାର ପ୍ରବେଶ
ବିଶ୍ୱସ୍ତରୀୟ ସ୍ମାର୍ଟଫୋନ୍ ବ୍ରାଣ୍ଡ୍ ଭିଭୋ ପକ୍ଷରୁ ଏହାର ନୂଆ ଟ୍ରିପଲ୍ ଏଆଇ ପଛ କ୍ୟାମେରା ଥିବା ସ୍ମାର୍ଟଫୋନ୍ ୱାଇ-୧୨ର ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି । ଏହି ଫୋନ୍ ଯୁବବର୍ଗଙ୍କ ସେଲ୍ଫି ଅଭ୍ୟାସକୁ ଦୃଷ୍ଟିରେ ରଖି ନିର୍ମାଣ କରାଯାଇଛି । ଏହାକୁ ଜ୍ଞାନକୌଶଳ, ଡିଜାଇନିଂ ଏବଂ ସାମୁହିକ ଦକ୍ଷତା ଭିତିରେ ପ୍ରସ୍ତୁତ କରାଯାଇଛି । ଏଥିରେ ୫୦୦୦ଏମ୍ ଏମ୍ଏଏଚ୍ ବ୍ୟାଟେରୀ ରହିଛି । ଏହା ଆକ୍ୱା ବ୍ଲୁ ଏବଂ ର୍ବୁଗାଣ୍ଡି ରେଡ୍ ରଙ୍ଗରେ ଉପଲବ୍ଧ ହେଉଛି । ଏହାର ମୂଲ୍ୟ ୧୨,୪୯୦ ଟଙ୍କା ରହିଛି । ଏହା ଅଗ୍ରଣୀ ଅଫଲାଇନ୍ ଅଂଶୀଦାର ଆଉଟ୍ଲେଟ୍ରେ ଉପଲବ୍ଧ ହେଉଛି ।
ୱାଇ-୧୨ରେ ୧୩ ଏମ୍ପି, ୮ ଏମ୍ପି ଏବଂ ୨ ଏମ୍ପି ପଛ କ୍ୟାମେରା ରହିଛି । ଫଳରେ ଗୁଣବତାଯୁକ୍ତ ଫଟୋ ଉଠାଇବା ସମ୍ଭବ ହୋଇଥାଏ ।
ୱାଇ-୧୨ରେ ୪ ଜିବି ରାମ୍, ୩୨ ଜିବି ରମ୍, ୬.୩୫ ଏଚଡି ପ୍ଲସ୍ ଇଂଚ ହାଲୋ ଫୁଲ୍ ଭିୟୁ ୭୨୦୍୧୫୪୪ ପିକ୍ସଲେ ଏଲସିଡି ଡିସପ୍ଲେ, ୧୯.୩:୯ ଆସପେକ୍ଟ ରେସିଓ, ୱାଟର ଡ୍ରପ୍ ଷ୍ଟାଇଲ୍ ନଚ୍, ୨.୦ ଜିଏଚଜେଡ୍ ଅକ୍ଟାକୋର ପ୍ରୋସେସର୍ , ଫନ୍ ଟଚ୍ ଓଏସ୍-୯, ଆଣ୍ଡ୍ରଏଡ୍ ୯.୦ ଆଦି ବୈଶିଷ୍ଟ୍ୟ ରହିଛି । ଏହାର ଓଜନ ୧୯୦.୫ ଗ୍ରାମ୍ ରହିଛି । ଏଥିରେ ହେଲିଓ ପି-୨୨ପ୍ରୋସେସର ରହିଛି ।ଭିଭୋ ମେକ୍ ଇନ୍ ଇଣ୍ଡିଆ ଯୋଜନାକୁ ପ୍ରାଧାନ୍ୟ ଦେଇଥାଏ । ୱାଇ-୧୨ ସ୍ୱାର୍ଟଫୋନ୍ ଭିଭୋର ଗ୍ରେଟର ନୋଏଡା ସ୍ଥିତ ଫ୍ୟାକ୍ଟ୍ରିରେ ନିର୍ମିତ ହୋଇଛି ।
ସୂଚନାଯୋଗ୍ୟ, ବିଶ୍ୱସ୍ତରରେ ସ୍ମାର୍ଟଫୋନ୍ ନିର୍ମାଣ କ୍ଷେତ୍ରରେ ପାରଦର୍ଶର୍ିତା ଲାଭ କରିଥିବା ଭିଭୋ ଭାରତରେ ଏହାର କାରବାର ୨୦୧୪ ମସିହାରେ ଆରମ୍ଭ କରିଥିଲା କମ୍ ସମୟ ମଧ୍ୟରେ ଏହା ସ୍ମାର୍ଟବ୍ରାଣ୍ଡ୍ ଭାବରେ ନିଜର ସ୍ଥିତିକୁ ସୁଦୃଢ଼ କରିପାରିଥିଲା । ସମ୍ପ୍ରତି ଦେଶର ୨୭ ରାଜ୍ୟ ଏବଂ ୫ କେନ୍ଦ୍ର ଶାସିତ ଅଂଚଳର ୫୩୯ରୁ ଅଧିକ ସହରରେ କମ୍ପାନୀର ୫୫୦ରୁ ଅଧିକ ସର୍ଭିସ୍ ସେଂଟର ରହିଛି । ଏହା ମୁଖ୍ୟତଃ କ୍ୟାମେରା ଓ ମ୍ୟୁଜିକ୍କୁ ଗୁରୁତ୍ୱ ପ୍ରଦାନ କରିଥାଏ । ଏହା ଭାରତରେ ଦ୍ରୁତ ଅଭିବୃଦ୍ଧିଶୀଳ କମ୍ପାନୀ ଭାବରେ ଖ୍ୟାତି ହାସଲ କରଛି ।