ଭିସା ପକ୍ଷରୁ ନ୍ୟାସନାଲ କମନ୍ ମୋବିଲିଟି କାର୍ଡର ପ୍ରଚଳନ
ଭାରତ ସରକାରଙ୍କ ୱାନ୍ ନେସନ୍ ୱାନ୍ କାର୍ଡ ଭିଜନକୁ ଦୃଷ୍ଟିରେ ରଖି ଭିସା ପକ୍ଷରୁ ନ୍ୟାସନାଲ କମନ୍ ମୋବିଲିଟି କାର୍ଡର ପ୍ରଚଳନ କରାଯାଇଛି । ଏହା ଭାରତରେ ମଲ୍ଟି ମୋଡାଲ ଟ୍ରାନ୍ସପୋର୍ଟ ପାଇଁ ବେଶ୍ ଉପଯୋଗୀ ହେବ । ଏନେଇ ହାଉସିଂ ଏବଂ ଅର୍ବାନ ଆଫେୟାର ମନ୍ତ୍ରଣାଳୟ ପକ୍ଷରୁ ଆବଶ୍ୟକ ସହାୟତା ଉପଲବ୍ଦ କରାଯାଇଛି । ଏହା ମେଟ୍ରୋ, ବସ୍, ସବ୍-ଅର୍ବାନ୍ ରେଲୱେ, ଟୋଲ୍ ପାର୍କିଂ, ସ୍ମାର୍ଟ ସିଟି ଏବଂ ରିଟେଲ ଆଦି କ୍ଷେତ୍ରରେ ବେଶ୍ ଉପଯୋଗୀ ସାବ୍ୟସ୍ତ ହୋଇପାରିବ ।
ଏହି ଅବସରରେ ଭିସାର ଇଣ୍ଡିଆ ଏବଂ ସାଉଥ୍ ଏସିଆ ଗ୍ରୁପ୍ କଂଟ୍ରି ମ୍ୟାନେଜର ଟି.ଆର୍.ରାମଚନ୍ଦ୍ରନ କହିଲେ,“ଏହି ନୂତନ ପଦକ୍ଷେପ ଦ୍ୱାରା ଦେଶରେ କାରବାର ବୃଦ୍ଧି ସହଜ ଜନକ ହେବା ସହିତ ବ୍ୟବହାରକାରୀ ବେଶ୍ ଉପକୃତ ହୋଇପାରିବେ । ଭାରତରେ କାର୍ଡର ବ୍ୟବହାର ବୃଦ୍ଧି ପାଉଥିବାବେଳେ ଇତିମଧ୍ୟରେ ଅନେକ ମେଟ୍ରୋ ଏବଂ ସ୍ମାର୍ଟସିଟି ପ୍ରୋଜେକ୍ଟ କାର୍ଯ୍ୟକାରୀ ହେଉଛି । ଫଳରେ ଆଗାମୀ ଦିନେ ରଡିଜିଟାଲ ପେମେଂଟ୍ ମଧ୍ୟ ବଢ଼ିବାର ଆଶା ରହିଛି । ଆମର କଂଟାକ୍ଟ ଲେସ୍ କାର୍ଡ ସଲ୍ୟୁସନ୍ ସରକାରଙ୍କ ଉଦ୍ଦେଶ୍ୟକୁ ଫଳବତୀ କରାଇବା ଲକ୍ଷ୍ୟ ନେଇ ଜାରି ରଖିଛୁ । ଏକ କ୍ୟାସ୍ ଲେସ୍ ସୋସାଇଟି ସ୍ଥାପନ ଲକ୍ଷ୍ୟ ନେଇ ଆମେ ଯୋଜନା ବଦ୍ଧ ଭାବେ ଆମର ପ୍ରୟାସ ଜାରି ରଖିଛୁ । ”
ଏହି କାର୍ଡ ଅଫ୍ ଲାଇନ୍ ବ୍ୟବହାରକାରୀଙ୍କ ପାଇଁ ମଧ୍ୟ ବେଶ୍ ଉପଯୋଗୀ ହୋଇପାରିବ । ଏଥିରେ କଂଟାକ୍ଟଲେସ୍ ଟ୍ୟାପ୍-ଟୁ-ପେ ଫିଚର ରହିଛି । ଏହା ଦେଶର ପବ୍ଲିକ୍ ଟ୍ରାନ୍ସପୋର୍ଟ ଅପରେଟରଙ୍କ ଦ୍ୱାରା ଗ୍ରହଣଯୋଗ୍ୟ ହୋଇପାରିବ ।
ଭିସା ସରକାରଙ୍କ ଭିଜନ୍କୁ ଦୃଷ୍ଟିରେ ରଖି ସମାନୁପାତିକ ଭିତିରେ କାର୍ଯ୍ୟ କରି ନ୍ୟାସନାଲ କମନ୍ ମୋବିଲିଟି କାର୍ଡର ପ୍ରଚଳନ କରିଛି ।
ଭିସା କଂଟାକ୍ଟଲେସ୍ କାର୍ଡ ନେକ୍ସଟ ଜେନେରେସନ୍ ଆକାଉଂଟ୍ ବେସଡ୍ ଟିକେଟିଂ ମଡେଲ ଗ୍ରହଣ କରିଛି । ଏହା ବିଶ୍ୱବ୍ୟାପି ମେଟ୍ରୋ ସହରରେ ଉପଲବ୍ଧ ହେଉଛି ।
ସୂଚନାଯୋଗ୍ୟ, ଭିସା କ୍ୟାସ୍ ଲେସ୍ କାରବାର କ୍ଷେତ୍ରରେ ଖ୍ୟାତି ହାସଲ କରିପାରିଛି । ଏହା ଏକ ସେକେଣ୍ଡରେ ୬୫,୦୦୦ କାରବାର ମ୍ୟାସେଜ୍ ସଂଗୃହୀତ କରିପାରିଥାଏ ।