ଭିସି  ମାଧ୍ୟମରେ ଛତ୍ରପୁର ଉପଖଣ୍ଡର ରାଜସ୍ବ ସମୀକ୍ଷା  ବୈଠକ

ଛତ୍ରପୁର,(ଦେବଦତ୍ତ ମହାରଣା):  ଛତ୍ରପୁର ଉପଖଣ୍ଡର ରାଜସ୍ବ ସମୀକ୍ଷା  ବୈଠକ ଭିସି ମାଧ୍ୟମରେ ଗଞ୍ଜାମ ଜିଲ୍ଲାପାଳଙ୍କ  ଓସମାନ ପ୍ରକୋଷ୍ଠରେ ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟରଞ୍ଜନ ପୃଷ୍ଟିଙ୍କ ଅଧ୍ୟକ୍ଷତାରେ  ଅନୁଷ୍ଠିତ ହୋଇଯାଇଛି l ଏଥିରେ ଉପଖଣ୍ଡର ସମସ୍ତ ତହସିଲଦାର ଏବଂ ଅତିରିକ୍ତ ତହସିଲଦାର, ରାଜସ୍ବ ପରିଦର୍ଶକ, ରାଜସ୍ବ ନିରୀକ୍ଷକ  ଉପସ୍ଥିତ ଥିଲେ l ନିଜ ନିଜ ଅଞ୍ଚଳର ବଳକା ଥିବା ବାଲି ଖାଦାନ ଏବଂ ପଥର ଖାଦାନ କୁ ତୁରନ୍ତ ଚାଲୁ କରିବା ନିମନ୍ତେ ବିଜ୍ଞପ୍ତି ଜାରିକରି ବିହିତ କାର୍ଯ୍ୟାନୁଷ୍ଠାନ ନେବା ଲାଗି ତାଗିଦ୍ କରିଥିଲେ l ସରକାରଙ୍କ ଦ୍ଵାରା ଧାର୍ଯ୍ୟ କରାଯାଇଥିବା  ରାଜସ୍ଵ ଲକ୍ଷ୍ୟ ଏବଂ ଡି ସି ବି ଲକ୍ଷ୍ୟ ପୁରାଣ କରିବାପାଇଁ  ସମସ୍ତ ତହସିଲଦାର ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ l  ବେଆଇନ୍ ଭାବେ ବାଲି ଗୋଡ଼ି ଓ ମୋରମ୍ ବୋଝେଇ ଟ୍ରକ୍ ଓ ଟ୍ରାକଟର ଗୁଡ଼ିକୁ ଧରପଗଡ଼ କରି ଉପଯୁକ୍ତ କର ଆଦାୟ କରିବା ଉପରେ ଗୁରୁତ୍ଵାରୋପ କରିଥିଲେ l ସମସ୍ତ ପଥର ଖାଦାନ ଗୁଡ଼ିକୁ ତଦନ୍ତ କରି ଆଦେଶ ଠାରୁ ଅଧିକ ପଥର ଆମଦାନୀ ଉପରେ ନଜର ରଖିବାକୁ ପରାମର୍ଶ ଦେଇଥିଲେ l  ଚଳିତ ଆର୍ଥିକ ବର୍ଷରେ ରାଜସ୍ୱ ଅଭିବୃଦ୍ଧି ନିମନ୍ତେ ସମସ୍ତ ଖାଦାନ ଗୁଡିକ ପାଇଁ ବିଜ୍ଞପ୍ତି ଶେଷ କରିବା ପାଇଁ କହିଥିଲେ l ବକେୟା ବେବନ୍ଦୋବସ୍ତ ଏବଂ ଗ୍ରାମକଣ୍ଠ କେସ୍ ଗୁଡ଼ିକୁ ତ୍ୱରାନ୍ୱିତ କରି ହିତାଧିକାରୀ ମାନଙ୍କୁ ପଟା ପ୍ରଦାନ କରିବାକୁ ଜୋର୍ ଦେଇଥିଲେ l ଦାଖଲ ଖାରଜ ମାମଲାରେ ସମୟାନୁବର୍ତ୍ତିତା ହୋଇ ଧାର୍ଯ୍ଯ ସମୟରେ ଫଇସଲା କରିବାକୁ ଆଦେଶ ଦେଇଥିଲେ l  ସ୍କୁଲ ଓ କଲେଜ ପିଲାଙ୍କ  ଶିକ୍ଷା ନିମନ୍ତେ ଦରକାରୀ ହେଉଥିବା ସମସ୍ତ  ଦରକାରୀ ପ୍ରମାଣ ପତ୍ର ଅନ୍ ଲାଇନ୍ ରେ ହିତାଧିକାରୀଙ୍କୁ ତୁରନ୍ତ ପ୍ରଦାନ କରିବା ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ l ଉପଖଣ୍ଡରେ ସରକାରଙ୍କ ଦ୍ୱାରା ନିଯୁକ୍ତି ହୋଇଥିବା ଲାଇସେନ୍ସ ପ୍ରାପ୍ତ ସର୍ଭେୟରଙ୍କ ଦ୍ୱାରା ଜମି ସୀମାନିର୍ଦ୍ଧlରଣ କେସ ଗୁଡ଼ିକର ଶୀଘ୍ର ଫଇସଲା ହେବ ବୋଲି ଉପଜିଲ୍ଲାପାଳ ଜଣାଇଥିଲେ l ହିତାଧିକାରୀ ମାନଙ୍କ ହିତ ଉପରେ ସର୍ବୋଚ୍ଚ ଧ୍ୟାନ ଦେବାପାଇଁ କହିଥିଲେ l ଅନ୍ୟମାନଙ୍କ ମଧ୍ୟରେ  ଆସିଷ୍ଟାଣ୍ଡ କଲେକ୍ଟର ଅଶୋକ କୁମାର ପ୍ରଧାନ,  ବରିଷ୍ଟ ରାଜସ୍ବ ସହାୟକ  ମଧୁସ୍ମିତା ନାୟକ ଉପସ୍ଥିତ ରହିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ