ଭିିନ୍ନକ୍ଷମ ଯୁବତୀଙ୍କୁ ଅସଦାଚରଣ ଅଭିଯୋଗ
ଖୋର୍ଦ୍ଧା , (ଯୁଗାଦ୍ଧ ନ୍ୟୁଜ୍) ଖୋର୍ଦ୍ଧା ସଦରଥାନା ଅନ୍ତର୍ଗତ ତାପଙ୍ଗ ନିକଟରେ ଏକ ଭିନ୍ନକ୍ଷମ ଯୁବତୀଙ୍କୁ ଅସଦାଚରଣ ହୋଇଥିବା ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ପାଇଁ ସଦର ପୋଲିସ ସଂପୃକ୍ତ ଅଭିଯୁକ୍ତକୁ ଥାନାରେ ଅଟକ ରଖି ପଚାରଉଚରା କରିବା ସହ ଡ଼ାକ୍ତରୀମାଇନା ପାଇଁ ଯୁବତୀ ଓ ଅଭିଯୁକ୍ତକୁ ଖୋର୍ଦ୍ଧା ମେଡ଼ିକାଲ ପଠାଇଛି । ଗତକାଲି ଅପରାହ୍ନ ୪ଟା ସମୟରେ ଘରେ କେହି ନଥିବାର ସୁଯୋଗ ଅସ୍ତରଙ୍ଗ ବିଜିପୁର ଗ୍ରାମର ଅକ୍ଷୟ ସ୍ୱାଇଁ ନାମକ ଜଣେ ଯୁବକ ଭିନ୍ନକ୍ଷମ ଯୁବତୀଙ୍କୁ ଅସଦାଚରଣ କରିଥିବା ଯୁବତୀର ମାଆ ଅଭିଯୋଗ କରିଛନ୍ତି । ଗୋଟିଏ ମୟୁରଭଂଜ ଅଂଚଳରୁ ଆସି ଦୀର୍ଘ ୧୫ବର୍ଷ ଧରି କ୍ରର୍ସରରେ ଶ୍ରମିକ ଭାବେ ଭିନ୍ନକ୍ଷମ ମହିଳାଙ୍କ ମାଆ କାମ କରୁଥିବା ବେଳେ, ଅନ୍ୟପଟେ ଅଭିଯୁକ୍ତ ମଧ୍ୟ ଦୀର୍ଘ ୧୦ ବର୍ଷ ଧରି ପୁରୀ ଅସ୍ତରଙ୍ଗରୁ ଆସି ତାପଙ୍ଗରେ ନିଜ ଭିଣେଇର କ୍ରର୍ସରରେ ଡ଼୍ରାଇଭର ଭାବେ କାମ କରୁଛି । ତେବେ ପୋଲିସ ଏହି ଘଟଣାରେ ଏକ ମକଦ୍ଦମା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।


