ଭୀମଟାଙ୍ଗି ପାର୍କରେ ରାଜନେତାଙ୍କ ଜନ୍ମୋତ୍ସବ ପାଳିତ
ଭୁବନେଶ୍ୱର,: ବିଶିଷ୍ଟ ରାଜନେତା, ସମାଜସେବୀ ତଥା ଭୀମେଶ୍ୱର ମନ୍ଦିର ପାର୍କ ଭ୍ରମଣକାରୀ ସଂଘର ସଭାପତି ଗୋଲକ ବିହାରୀ ନାୟକଙ୍କ ୭୫ତମ ଜନ୍ମ ଉତ୍ସବ ଗତ ଶୁକ୍ରବାର ସନ୍ଧ୍ୟାରେ ଭୀମଟାଙ୍ଗି ବିକାଶ ପରିଷଦ ସଭାଗୃହରେ ପାଳିତ ହୋଇଯାଇଛି । ଅନୁଷ୍ଠାନର ସମ୍ପାଦକ କାମଦେବ ରଣସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କେନ୍ଦ୍ରାପଡ଼ାର ପୂର୍ବତନ ସାଂସଦ ଅର୍ଚ୍ଚନା ନାୟକ, ପୂର୍ବତନ କର୍ପୋରେଟର ଅନିତାରାଣୀ ମହାନ୍ତି, ଉଚ୍ଚଶିକ୍ଷା ବିଭାଗର ପୂର୍ବତନ ନିର୍ଦ୍ଦେଶକ କମଳ ପ୍ରସାଦ ମହାପାତ୍ର, ଉକ୍ରଳ ସମ୍ମିଳନୀର ଉପସଭାପତି ଉଷାରାଣୀ ମହାନ୍ତି, ଅବସରପ୍ରାପ୍ତ ପ୍ରଶାସକ କୃଷ୍ଣଚନ୍ଦ୍ର ବଡ଼ୁ, ପ୍ରଫେସର ପିତାମ୍ବର ପାଢୀ, ବଂଶୀଧର ପଣ୍ଡା, ମଦନ ମୋହନ ଦାଶ, ରମେଶ ଚନ୍ଦ୍ର ସ୍ୱାଇଁ, ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର, ଶଙ୍କର ମହାପାତ୍ର, ଶିଶିର କୁମାର ପରିଡ଼ା, କଳ୍ପତରୁ ସାମନ୍ତରାୟ, ରାଜକିଶୋର ଦାସ, ସୁଧାଂଶୁ ଶେଖର ହରିଚନ୍ଦନ, ମହାଦେବ ଗରାବଡ଼ୁ, ବନବିହାରୀ ରଥ, ଶ୍ରୀକାନ୍ତ ମହାନ୍ତି, ନିବେଦିତା ଜେନା ପ୍ରମୁଖ ଯୋଗଦେଇ ଶ୍ରୀ ନାୟକଙ୍କ ରାଜନୈତିକ ଜୀବନୀ ଓ ସମାଜସେବା ପ୍ରତି ଥିବା ଅବଦାନ ସମ୍ପର୍କରେ ଆଲୋକପାତ କରିବା ସହ ତାଙ୍କର ଦୀର୍ଘ ଜୀବନ କାମନା କରିଥିଲେ ।