ଭୀମତାଳି ବାବା ଭୀମେଶ୍ୱର ମନ୍ଦିର କମିଟି ଆନୁକୂଲ୍ୟରେ, ଅନୁଷ୍ଠିତ ସଂସ୍କୃତିକ କାର୍ଯ୍ୟକ୍ରମ
ଉଦଳା,(ରାଜୀବ ବେହେରା ): ଭୀମତାଳି ଗ୍ରାମରେ ଦୀର୍ଘଦିନ ଧରି ଗ୍ରାମର ହିତ ପାଇଁ ଭୀମେଶ୍ୱର କମିଟି ର ସଦସ୍ୟ ମାନଙ୍କ ଅବଦାନ ନିଆରା ଆଉ ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ l ଶ୍ରଦ୍ଧାଳୁ ମାନଙ୍କ ଶିବରାତ୍ରୀ ରେ ଉପବାସ ,ପ୍ରଦୀପ ପ୍ରଜ୍ବଳନ,ସର୍ବଜନ ହିତ ଉଦ୍ଦେଶ୍ୟ ରେ ବାବା ଭୀମେଶ୍ଵର ମନ୍ଦିର ଉନ୍ନୟନ କମିଟି ଦ୍ୱାରା ୧୦୮ ପ୍ରଦୀପ ପ୍ରଜ୍ଜଳନ କାର୍ଯ୍ୟକ୍ରମ ତଥା ମରଣୋପରାନ୍ତ ସାଧନା ନିମନ୍ତେ ଦିବଙ୍ଗତ ପୂଜକ ଶ୍ରୀ ସୁଶୀଲ କୁମାର ମହାପାତ୍ର ଓ ଅଂଚ଼ଳର ବର୍ଷୀୟାନ ଶତାୟୁ ମହିଳା ଶାନ୍ତିଲତା ପଣ୍ଡା ଙ୍କୁ ସମ୍ବର୍ଦ୍ଧନା, ଉଦଳା, କପ୍ତିପଦା ଉପଖଣ୍ଡର ଭୀମତାଳି ଗ୍ରାମରେ ବାବା ଶ୍ରୀ ଶ୍ରୀ ଭୀମେଶ୍ୱର ମହାଦେବ ମହାଶିବରାତ୍ରୀ ଉତ୍ସବ ମହା ସମାରୋହରେ ପାଲଗୁନ କୃଷ୍ଣ ଚତୁର୍ଦ୍ଦଶୀ , ବୁଧବାର ୨୬ ଫେବୁଆରୀ ଅନୁଷ୍ଠିତ ହୋଇ ଯାଇଛି। ବାବା ଭୀମେଶ୍ୱର ମନ୍ଦିର ଉନ୍ନୟନ କମିଟି ତରଫରୁ ଆରମ୍ବ ହୋଇଥିଲା “ମହାଶିବ ପାଳନ ଓ ପୂଜପୂଜା ଉତ୍ସବ ୨୦୨୫ I ଏହି ଉତ୍ସବରେ କମିଟି ର ସଭାପତି ଡ଼ଃ ସରୋଜ କୁମାର ଦାଶ, ସମ୍ପାଦକ ରମେଶ କୁମାର ଦାଶ, ଉପଦେଷ୍ଟା ରବୀନ୍ଦ୍ର କୁମାର ପଣ୍ଡା, ପୂର୍ଣ୍ଣଚନ୍ଦ୍ର ମୃଦୁଲି , ସମ୍ମାନିତ ଅତିଥି ରୂପେ ଭାବେ ଶ୍ରୀଯୁକ୍ତ ରଜନୀ ଦାସ ଉପସଭାପତି ପଞ୍ଚାୟତ ସମିତି ଉଦଳା, ଶ୍ରୀ ଶୁଶାନ୍ତ କୁମାର ବାରିକ , ଶ୍ରୀସୁନୀଲ କୁମାର ମୁର୍ମୁ , ଶ୍ରୀ ଦନାର୍ଦ୍ଦନ ନାୟକ ( ବାବୁଲା ଭାଇ) ଡ଼ ସଚ୍ଚିଦାନନ୍ଦ ପରିଡ଼ା, ଶିକ୍ଷକ ଅକ୍ଷୟ କୁମାର ଦାସ ମୁଖ୍ୟ ବକ୍ତା ଭାବେ ଅଧ୍ୟାପକ ଶ୍ରୀ କୃଷ୍ଣଚନ୍ଦ୍ର ସିଂହ, ମୁଖ୍ୟ ଅତିଥିରୂପେ ରୋଟାରିଆନ ଇଂ ସୁବାଷ ପଣ୍ଡା ପ୍ରମୂଖ ଯୋଗ ଦେଇଥିଲେ। ଉତ୍ସବରେ ଗ୍ରାମ ତଥା ଅଂଚ଼ଳର ଶତାୟୁ ମହିଳା ଶାନ୍ତିଲତା ପଣ୍ଡା, ମନ୍ଦିର ପୁରୋହିତ ତଥା ଆଦର୍ଶ ଶିକ୍ଷକ ଦିବଙ୍ଗତ ସ୍ୱର୍ଗତ ସୁଶୀଲ କୁମାର ମହାପାତ୍ର ଙ୍କୁ ତାଙ୍କର ସେବା ଓ ଯୋଗଦାନ ନିମନ୍ତେ ମରଣୋପରାନ୍ତ ଭାବେ ଉପଢୌକନ,ମାନପତ୍ର ଏବଂ ବାବା ଭୀମେଶ୍ଵରଙ୍କ ଫଟୋଚିତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଉତ୍ସବରେ ଅତିଥି ଗଣ ଉକ୍ତ ବିରଳ ପଶ୍ଚିମାଭିମୁଖୀ ଶୈବ ପୀଠର ଆରାଧ୍ଯ ଶ୍ରୀ ଶ୍ରୀ ଭୀମେଶ୍ଵର ଙ୍କର ମହିମା ଗାନ କରିଥିଲେ । ବାବା ଭୀମେଶ୍ଵର ମନ୍ଦିର ଉନ୍ନୟନ କମିଟି ଆନୁକୂଲ୍ୟ ରେ ଗ୍ରାମର ଚିତ୍ର ଶିଳ୍ପୀ ଶ୍ରୀମତୀ ରଶ୍ମିମାଳା ପଣ୍ଡାଙ୍କ ଅଙ୍କିତ ସଦାଶିବ ଙ୍କର ମୁରୁଜ ଅଙ୍କିତ ଚିତ୍ର ସହ ସର୍ବଜନ ମଙ୍ଗଳ ଉଦ୍ଦେଶ୍ୟରେ ୧୦୮ ପ୍ରଦୀପ ପ୍ରଜ୍ବଳନ ଆକର୍ଷଣ ର କେନ୍ଦ୍ର ସାଜିଥିଲା । ରାତ୍ରରେ ମୟୂରଭଂଜ ର ଅଗ୍ରଣୀ ତଥା ପ୍ରତିଷ୍ଠିତ ଚକାଡ଼ୋଳା ଭଜନ ସମାରୋହ ପ୍ରତିଷ୍ଠାନ କ୍ରମାଗତ ତୃତୀୟ ବର୍ଷ ପାଇଁ ଭଜନ ପରିବେଷ ଣ କରିଥିଲେ । ଭକ୍ତ ପ୍ରତିଷ୍ଠାନ ର ପୃଷ୍ଠପୋଷିକା ଶ୍ରୀମତୀ ମିତାରାଣୀ ଦାଶ ଓ ପ୍ରଖ୍ୟାତ ଭଜନ ଗାୟକ ବିଶ୍ୱନାଥ ପଣ୍ଡାଙ୍କୁ ସେମାନଙ୍କର ଭକ୍ତି ସଙ୍ଗୀତ କ୍ଷେତ୍ର ଉଲ୍ଲେଖନୀୟ ଯୋଗଦାନ ନିମନ୍ତେ କମିଟି ତରଫରୁ ସମ୍ବର୍ଦ୍ଧିତ କରାଯାଇ ଥିଲା । ସମ୍ପାଦକ ଶ୍ରୀ ରମେଶ କୁମାର ଦାଶ କମିଟିର ବାର୍ଷିକ କାର୍ଯ୍ୟାବଳୀ ର ସମ୍ୟକ ବିବରଣୀ ଉପସ୍ଥାପନ କରିଥିଲେ । ମଞ୍ଚ ପରିଚାଳନା ରାଜେଶ କୁମାର ଦାଶ ,ଶ୍ରୀମାନ ରଶ୍ମିରଂଜନ କରିଥିବା ବେଳେ ଶ୍ରୀ ଭେଙ୍କଟେଶ ପଣ୍ଡା ଧନ୍ୟବାଦ ଜ୍ଞାପନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଭୀମେଶ୍ୱର ମନ୍ଦିର ଉନ୍ନୟନ କମିଟିର ସଦସ୍ୟ ଗଣ ସକ୍ରିୟ ସହଯୋଗ କରିଥିଲେ ।