ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର
ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) :ଭଣ୍ଡାରିପୋଖରୀ କଲେଜ ପରିସରରେ ଆଜି ଭିନ୍ନକ୍ଷମ ଭୀମଭୋଇ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ବ୍ଲକ ସମାଜମଙ୍ଗଳ ସୁରକ୍ଷା ଅଧିକାରୀ ରବିନାରାୟଣ ପାତ୍ରଙ୍କ ତତ୍ୱବାଧାନରେ ଅନୁଷ୍ଠିତ ହୋଇଥିବା ଶିବିରକୁ ବିଧାୟକଙ୍କ ପ୍ରତିନିଧି ପ୍ରୟାସକାନ୍ତି ସାମଲ ଉଦ୍ଘାଟନ କରିଥିଲେ। ଏଥିରେ ଜିଲ୍ଲାପାଳ ତ୍ରିଲୋଚନ ମାଝୀ, ଉପଜିଲ୍ଲାପାଳ ମନୋଜ ପାତ୍ର, ପ୍ରକଳ୍ପ ନିର୍ଦେଶକ ଇନ୍ଦ୍ରମଣି ନାୟକ, ବିଡ଼ିଓ ଦେବଦତ୍ତ ଦାସ, ତହସିଲଦାର ସରୋଜକାନ୍ତ ନାୟକ, ଜିଲ୍ଲା ଚିକିତ୍ସା ଅଧିକାରୀ ସନ୍ତୋଷ କୁମାର ପୃଷ୍ଟି, ପାନୀୟ ଜଳ ଯୋଗାଣ ବିଭାଗ ନିର୍ବାହୀ ଯନ୍ତ୍ରୀ ଶୁଶାନ୍ତ କୁମାର ପଣ୍ଡା, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ କମଳାକାନ୍ତ ସ୍ୱାଇଁ, ଥାନା ଅଧିକାରୀ ଅମିତାଭ ଦାସ, ସ୍ଥାନୀୟ ସରପଞ୍ଚ ବର୍ଷାରାଣୀ ଜେନା, ସମିତିସଭ୍ୟ ବିଷ୍ଣୁପ୍ରସାଦ ଦାସ ପ୍ରମୁଖ ଉପସ୍ଥିତ ଥିଲେ। ଶିବିରରେ ପ୍ରାୟ ୫୦୦ରୁ ଅଧିକ ବିଭିନ୍ନ ବର୍ଗର ଭିନ୍ନକ୍ଷମ ବ୍ୟକ୍ତିଙ୍କ ନାମ ପଞ୍ଜିକରଣ ହୋଇଥିଲା। କାର୍ଯ୍ୟକ୍ରମକୁ ସୁଧାଂଶୁ ପାଢ଼ୀ, ଗୋପାଳ ପଣ୍ଡା, ପ୍ରକାଶ ନାୟକ, ନାରାୟଣ ଚନ୍ଦ୍ର ଦାସ, ଅଜିତ ବେହେରା ପ୍ରମୁଖ ପରିଚାଳନା କରିଥିଲେ ।