ଭୀମଭୋଇ ସାମର୍ଥ୍ୟ ଶିବିର ଓ କ୍ଷମତା ଏକ୍ସପ୍ରେସ ସେବା ପ୍ରଦାନ ପ୍ରସ୍ତୁତି ବୈଠକ

କେନ୍ଦ୍ରାପଡା : କେନ୍ଦ୍ରାପଡା ବ୍ଲକ ସମ୍ମିଳନୀ କକ୍ଷରେ ବୁଧବାର ଅପରାହ୍ନରେ ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଭୀମଭୋଇ ସାମର୍ଥ୍ୟ ଶିବିର ଓ କ୍ଷମତା ଏକ୍ସପ୍ରେସ ସେବା ପ୍ରଦାନ ସମ୍ପର୍କରେ ଏକ ପ୍ରସ୍ତୁତି ବୈଠକ ବ୍ଲକ ଅଧ୍ୟକ୍ଷ ଅନାମବନ୍ଧୁ ଧଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଚଳିତମାସ ୧୯ତାରିଖ ପୂର୍ବାହ୍ନ ୧୦ଘଟିକା ସମୟରେ ବ୍ଲକର ବଗଡା ପଂଚାୟତ କାର୍ଯ୍ୟାଳୟରେ କ୍ଷମତା ଏକ୍ସପ୍ରେସ ପହଁଚିବା ସହିତ ସେହି ଗାଡିରେ ଥିବା ବିଶେଷଜ୍ଞ ମାନଙ୍କ ଦ୍ୱାରା ଭୀମଭୋଇ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇ ଭିନ୍ନକ୍ଷମମାନଙ୍କୁ ଚିହ୍ନଟ କରାଯିବ । ଏଥିସହିତ ଭିନ୍ନକ୍ଷମମାନଙ୍କ କାନ ପରୀକ୍ଷା, ମାନସିକ ସମ୍ବନ୍ଧିୟ ପରୀକ୍ଷା, ଦୃଷ୍ଟିଶକ୍ତି ପରୀକ୍ଷା ଓ ନିରୂପଣ, ଭିନ୍ନକ୍ଷମ, ବୟସ୍କ ଓ କିନ୍ନରମାନଙ୍କ ପାଇଁ ପରାମର୍ଶ ସେବା, ଭିନ୍ନକ୍ଷମଙ୍କ ପାଇଁ ସହାୟକ ଉପକରଣ ନିରୂପଣ, କୃତ୍ରିମ ଅଙ୍ଗ ର୍ପତ୍ୟଙ୍ଗ ଏବଂ କାଲିପର ପାଇଁ ମାପ, ସହାୟକ ଉପକରଣର ମରାମତି ତଥା ପରବର୍ତ୍ତୀ ଯତ୍ନ ପାଇଁ ପରାମର୍ଶ, ଫିଜିଓଥେରାପି ସେବା ପ୍ରଦାନ, ଧନ୍ଦା ମୂଳକ ଓ ଦକ୍ଷତା ତାଲିମ ନିରୂପଣ ଏବଂ ପଞ୍ଜିକରଣ, ଭିନ୍ନକ୍ଷମ ଶିକ୍ଷାବୃତ୍ତି ସମ୍ବନ୍ଧିୟ ପରାମର୍ଶ ଏବଂ ପଞ୍ଜିକରଣ, ବୟସ୍କ,ଭିନ୍ନକ୍ଷମ ବ୍ୟକ୍ତିଙ୍କ ଭତ୍ତା ସମ୍ବଦ୍ଧିୟ ପଞ୍ଜିକରଣ ଏବଂ ପରାମର୍ଶ, ଭିନ୍ନକ୍ଷମ ବିବାହ ପ୍ରୋତ୍ସାହନ ପାଇଁ ପରାମର୍ଶ, ଭିନ୍ନକ୍ଷମ ଛାତ୍ରଛାତ୍ରୀମାନଙ୍କୁ ଚିହ୍ନଟ କରି ସ୍ୱତନ୍ତ୍ର ବିଦ୍ୟାଳୟକୁ ପଠାଇବା ନିମନ୍ତେ ଏହି ଶିବିରରେ ପରାମର୍ଶ ଓ ସେବା ମିଳିବ ବୋଲି ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସ ସୂଚନା ଦେଇଥିଲେ । ବୈଠକରେ ବିଡିଓ ସୁଧର ରଞ୍ଜନ ସିଂ,ଭାରପ୍ରାପ୍ତ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ,ବଗଡା ସରପଂଚ ନିରୂପମା ପ୍ରଧାନ,ଅଙ୍ଗନୱାଡି କର୍ମୀ ପ୍ରମୁଖ ଯୋଗଦେଇ ଶିବିରକୁ ସୁପରିଚାଳନା କରିବା ନିମନ୍ତେ ଅଧ୍ୟକ୍ଷ ଓ ବିଡିଓ ପରାମର୍ଶ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ