ଭୀଷ୍ମଗିରି ରେ ବନ୍ୟପ୍ରାଣୀ ସୁରକ୍ଷା ସମ୍ପର୍କିତ ସଚେତନତା ସଭା 

ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ବ୍ଲକ ଭୀଷ୍ମଗିରିି ଗ୍ରାମ ହାଇସ୍କୁଲ ରେ ଗୁରୁବାର ବନ୍ୟପ୍ରାଣୀ ସପ୍ତାହ ଅବସରରେ ବନ୍ୟପ୍ରାଣୀ ସୁରକ୍ଷା ସମ୍ପର୍କିତ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି। ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ବନଖଣ୍ଡ ଅଧିନ ଚନ୍ଦ୍ରଗିରି ବନାଞ୍ଚଳ କାର୍ଯ୍ୟାଳୟ ପକ୍ଷରୁ ୬୯ ତମ ବନ୍ୟପ୍ରାଣୀ ସପ୍ତାହ ପାଳନ ଅବସରରେ ଆୟୋଜିତ ସଭାରେ ହାଇସ୍କୁଲ ପ୍ରଧାନ ଶିକ୍ଷକ ମନୋଜ କୁମାର ନାୟକ ସଭାପତିତ୍ବ କରିଥିଲେ। ଏହି ସଭାରେ ଚନ୍ଦ୍ରଗିରି ବନାଞ୍ଚଳ ରେଞ୍ଜର  ରୂପକ କୁମାର ପ୍ରଧାନ ମୁଖ୍ୟ ଅତିଥି ଏବଂ ଗଜପତି ଜିଲ୍ଲାର ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ଵାବଧାରକ ଡଃ. ଅନନ୍ତରାମ କର ମୁଖ୍ୟବକ୍ତା ରୂପେ ଯୋଗଦେଇ, ବନ୍ୟପ୍ରାଣୀ ସପ୍ତାହ ଏବଂ ବନ୍ୟପ୍ରାଣୀ ଙ୍କ ସୁରକ୍ଷା ସମ୍ପର୍କରେ ଉପସ୍ଥିତ  ଛାତ୍ର ଛାତ୍ରୀ ମାନଙ୍କୁ ସଚେତନ କରିଥିଲେ। ହାଇସ୍କୁଲ ଛାତ୍ର ଛାତ୍ରୀ ଙ୍କ ମଧ୍ୟ ରେ ବନ୍ୟପ୍ରାଣୀ ସମ୍ପର୍କରେ ଏକ ପ୍ରଶ୍ନୋତ୍ତର ପ୍ରତିଯୋଗିତାର  କୃତି ପ୍ରତିଯୋଗୀ ମାନଙ୍କୁ ବନ ବିଭାଗ ପକ୍ଷରୁ ପୁରସ୍କାର ପ୍ରଦାନ କରାଯାଇଥିଲା। ଭୀଷ୍ମଗିରି ଗ୍ରାମ ତଥା ନିକଟସ୍ଥ ଅଞ୍ଚଳ ରେ ବୃଦ୍ଧି ପାଇଥିବା କୃଷ୍ଣସାର ମୃଗ ଙ୍କ ସୁରକ୍ଷା ନିମନ୍ତେ ଛାତ୍ର  ଛାତ୍ରୀ  ମାନଙ୍କୁ ସଚେତନ କରା ଯାଇଥିଲା। ବନରକ୍ଷୀ ଶିବାନୀ ଗୈାଡ, ହରିହର ବେହେରା, ଗିରିଜା ଶଙ୍କର ଦୋରା, ଜଗଦାନନ୍ଦ ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ହାଇସ୍କୁଲ ର ସମସ୍ତ ଶିକ୍ଷକ  ଶିକ୍ଷୟିତ୍ରୀ ଓ କର୍ମଚାରୀ ଙ୍କ ସମେତ ବନବିଭାଗ ର ପାରା କର୍ମଚାରୀ ମାନେ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ