ଭୀଷ୍ମଗିରି ରେ ବନ ମହୋତ୍ସବ

ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ବ୍ଲକ  ଭୀଷ୍ମଗିରି ଗ୍ରାମ ବାଳକ ପ୍ରାଥମିକ ବିଦ୍ୟାଳୟ ପରିସରରେ ୭୪ ତମ ବନମହୋତ୍ସବ  କାର୍ଯ୍ୟକ୍ରମ  ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟ  ପ୍ରଧାନ ଶିକ୍ଷକ  ରମେଶ ନାୟକ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ପରିବେଶ ସୁରକ୍ଷା ସଭାରେ  ସିଆରସିସି  ସୁରୋଜ କୁମାର ସାହୁ, ଗଜପତି ଜିଲା ବନ୍ୟପ୍ରାଣୀ ତତ୍ତ୍ଵାବଧାରକ ଡ. ଅନନ୍ତରାମ କର, ଭୀଷ୍ମଗିରି ବନପାଳ  ତ୍ରିନାଥ ଚୌଧୁରୀ ପ୍ରମୁଖ ଯୋଗଦାନ କରି ବନ ମହୋତ୍ସବ ର ଆବଶ୍ୟକତା ଏବଂ ବୃକ୍ଷ ର ମହାତ୍ମ୍ଯ ବର୍ଣ୍ଣନା କରିଥିଲେ। ବନରକ୍ଷୀ  ଶିବାନୀ ଗୌଡ଼ , ଜଗଦାନନ୍ଦ ସାହୁ,ବନସୁରକ୍ଷା କର୍ମୀ ପବିତ୍ର ରଣା,ବୀରୁ ଗୌଡ଼  ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ବିଦ୍ୟାଳୟ ପରିସରରେ ଛାତ୍ରୀ ଛାତ୍ର ମାନଙ୍କ ଦ୍ଵାରା ବିଭିନ୍ନ କିସମର ବୃକ୍ଷ ଚାରା ରୋପଣ କରା ଯାଇଥିଲା, ବିଦ୍ୟାଳୟ ର ସମସ୍ତ  ଶିକ୍ଷୟିତ୍ରୀ ଶିକ୍ଷକ କାର୍ଯ୍ୟକ୍ରମ ରେ ଅଂଶ ଗ୍ରହଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ