ଭୀଷ୍ମଗିରି ହାଇସ୍କୁଲ ର ହୀରକ ଜୟନ୍ତୀ ଲୋଗୋ ଉନ୍ମୋଚନ
ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମ ସ୍ଥିତ ସରକାରୀ ହାଇସ୍କୁଲ ର ପ୍ରସ୍ତାବିତ ହୀରକ ଜୟନ୍ତୀ ମହୋତ୍ସବ ର ଲୋଗୋ ଉନ୍ମୋଚନ କାର୍ଯ୍ୟକ୍ରମ ରବିବାର ହାଇସ୍କୁଲ ସଭା ଗୃହ ରେ ଅନୁଷ୍ଠିତ ହୋଇଯାଇଛି।ହୀରକ ଜୟନ୍ତୀ ପରିଚାଳନା କମିଟି ର ସଭାପତି ଡ଼. ବାଳକୃଷ୍ଣ ପଣ୍ଡା ଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ଭୀଷ୍ମଗିରି ହାଇସ୍କୁଲ ର ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ବିଜୟ କୁମାର ପାଢ଼ୀ ଲୋଗୋ ଉନ୍ମୋଚନ କରିଥିଲେ।ମହନ୍ତ ପଦ୍ମଲୋଚନ ରାମାନୁଜ ଦାସ ,କିଶୋର ଚନ୍ଦ୍ର ପାଢ଼ୀ,ହାଇସ୍କୁଲ ପ୍ରଧାନ ଶିକ୍ଷକ ମନୋଜ କୁମାର ନାୟକ ପ୍ରମୁଖ ସମ୍ମାନିତ ଅତିଥି ଭାବେ ମଞ୍ଚାସିନ ଥିଲେ।ହୀରକ ଜୟନ୍ତୀ ପାଳନ କମିଟିର କାର୍ଯ୍ୟକାରୀ ସଭାପତି ବିଜୟ କୁମାର ବକ୍ସି,ଉପସଭାପତି ରାଜେନ୍ଦ୍ର ପ୍ରସାଦ ପାଠୀ,ସମ୍ପାଦକ ପିତାମ୍ବର ଗୌଡ଼,ରାଜେନ୍ଦ୍ର ଗୌଡ଼,ରବିଚନ୍ଦ୍ର ଗୌଡ଼,କୋଷାଧ୍ୟକ୍ଷ ଆନନ୍ଦ ରାଓ ପୃଷ୍ଟି, ଇ.ଦିଲ୍ଲୀପ କୁମାର ପାତ୍ର,ସ୍ମରଣିକା ସମ୍ପାଦକ ଡ଼.ଅନନ୍ତ ରାମ କର ପ୍ରମୁଖ ସଭାରେ ଉପସ୍ଥିତ ରହି ବିଭିନ୍ନ ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ।ପ୍ରାୟ ୨ ଶହ ରୁ ଉର୍ଦ୍ଧ୍ୱ ଛାତ୍ରୀ ଛାତ୍ର ସଭାରେ ଉପସ୍ଥିତ ଥିଲେ।